ଯୌତୁକ ନିର୍ଯାତନା ଅଭିଯୋଗ: ୪ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ,୩୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତରେ ଜଣେ ବଧୂଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀଙ୍କ ସମେତ ୪ ଜଣଙ୍କ ନାମରେ ଶୁକ୍ରବାର ମାମଲା ରୁଜୁ କରିଛି।
ପ୍ରକାଶ ଯେ, ୨୦୧୯ରେ ଭଣ୍ଡାରିପୋଖରୀ ଥାନା ସରପଦା ଗ୍ରାମର ଗାୟତ୍ରୀ ପଣ୍ଡା ଏହି ଥାନା ନେରଡା ପଞ୍ଚାୟତର ସୁଶୀଲ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁ ଘରଲୋକେ ଗାୟତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସିଥିଲେ। ଏ ନେଇ ଗାୟତ୍ରୀ ଗତ ଶୁକ୍ରବାର ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନାରେ ଗାୟତ୍ରୀଙ୍କ ସ୍ବାମୀଙ୍କ ସମେତ ଦିଅର, ଶାଶୁ, ଶ୍ୱଶୁରଙ୍କ ନାମରେ ଏକ ମାମଲା (୯୬/୨୦) ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଦେଉଳୀରେ ପିଏମଶ୍ରୀ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୨।୫(ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର…

ପ୍ରେମିକା ପାଇଁ ଝୁଲିପଡିଲେ ପ୍ରେମିକ, ଏହି କଥାକୁ ନେଇ ଝଗଡ଼ା ହେବାରୁ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମିରିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡାଳ ଗ୍ରାମର ଚକ୍ରଧର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ (୧୮) ଶୁକ୍ରବର ଘର…

OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଯଦି ମାତାପିତା ଆଇଏଏସ ଅଧିକାରୀ ତେବେ…

ନୂଆଦିଲ୍ଲୀ,୨୨।୫: ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କରିଛନ୍ତି। କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଯଦି ମାତାପିତା ଆଇଏଏସ ଅଧିକାରୀ, ତେବେ ସେମାନେ…

ପନିର ଖାଇ ICUରେ ୭ ଛାତ୍ର! NCC ଶିବିରରେ ଆତଙ୍କ

ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍‌ ୫୦ରୁ ଅଧିକ କ୍ୟାଡେଟଙ୍କ…

ଖଣ୍ଡଦେଉଳି ଗ୍ରାମର ମୃତ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ, ନିଜସ୍ବ ପାଣ୍ଠିରୁ ଦେଲେ ଆର୍ଥିକ ସହାୟତା

ଗଞ୍ଜାମ,୨୨। ୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ଗ୍ରାମର ବାସିନ୍ଦା ପୂର୍ଣ୍ଣ…

୧୯ ବର୍ଷୀୟା ବଧୂ, ୪୦ ବର୍ଷୀୟ ବର: ବରମାଳା ପୂର୍ବରୁ ଧରାପଡିଲେ ନକଲି ବର, ଗାଁ ଲୋକେ କାବୁ କରି ….

ପାଟନା,୨୨ା୫: ବିହାରର ମୁଜାଫରପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦମ୍ପତି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ରାଜସ୍ଥାନର…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା ଅନୁଷ୍ଠିତ: ଏକର ପିଛା ଏତେ କୋଟି ଦାବି କଲେ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଯମୁନାପଶୀ ଓ ଚେମେଣା ପଞ୍ଚାୟତରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ଗୋଡି…

ଆଉ ୧୦ଦିନ ପରେ ଓଡ଼ିଶାରେ ପ୍ରଳୟ! ଏବେଠୁ ପ୍ରଭାବ ପଡିବା ଆରମ୍ଭ?

ଭୁବନେଶ୍ବର,୨୨ା୫: ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri