କରୋନା ଭାଇରସ୍‌

ଏମିତି ଏକ ଦେଶ, ଯେଉଁଠି କରୋନା ପାଇଁ ନାହିଁ କୌଣସି ପ୍ରତିବନ୍ଧକ

ମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ କେତେକ ଦେଶର ସରକାର ଲକ୍‌ଡାଉନ୍‌ ଘୋଷଣା ମଧ୍ୟ କରିଛନ୍ତି।…

କୋଭିଡ- ୧୯: ୨୦ ଲକ୍ଷ ଟଙ୍କା ଦାନ କଲା ମୋହନ ବାଗାନ

କୋଲକାତା,୨୮।୩ (ପି.ଟି.)- କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଇ- ଲିଗ୍‌ ଚାମ୍ପିୟନ ମୋହନ ବାଗାନ କ୍ଲବ ୨୦ ଲକ୍ଷ ଟଙ୍କା ଦାନ କରିଛି। ଏହି ଅର୍ଥ ପଶ୍ଚିମବଙ୍ଗ ଷ୍ଟେଟ୍‌ ଇମର୍ଜେନ୍ସି ରିଲିଫ୍‌ ପଣ୍ଡକୁ ଦିଆଯାଇଛି ବୋଲି ମୋହନ…

ଚାଇନାରୁ ଫେରିଥିବା ଛାତ୍ରଙ୍କ ଅନୁଭୂତି ଶୁଣିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଥିବା ଜଣାପଡିଛି। ଉକ୍ତ ଛାତ୍ର ଜଣଙ୍କ ହେଲେ ଜମ୍ମୁ-କଶ୍ମୀର କାସକୁଟ ବନିହାଲର ନିଜାମୁର ରେହେମାନ। ସେ ଚାଇନାର ଉହାନ ସହରରେ ରହୁଥିବା ବେଳେ…

ଡ୍ରାଇଭରଙ୍କ ପାଇଁ ବର୍ଷକର ଦରମା ଦେଲେ ଓଲା ସିଇଓ

ନୂଆଦିଲ୍ଲୀ, ୨୮।୩- କରୋନା ପାଇଁ ୨୧ ଦିନ ଲକ୍‌ଡାଉନ୍‌ ରହିଛି ସାରାଦେଶ। ଏଥିଯୋଗୁ ଅନେକ ଲୋକଙ୍କ ସମସ୍ୟା ବଢ଼ିଯାଇଥିବା ବେଳେ ରାଇଡ୍‌ ସେୟାରିଂ ପ୍ଲାଟଫର୍ମ ଓଲା କମ୍ପାନୀ ସହ ଜଡ଼ିତ ଡ୍ରାଇଭରମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଓଲାର କୋ-ଫାଉଣ୍ଡର ତଥା…

କରୋନା ପ୍ରତିହତ ପାଇଁ ଗାଁର ପ୍ରବେଶ ପଥକୁ ବନ୍ଦ କଲେ ଯୁବଗୋଷ୍ଠୀ

ବିଜେପୁର, ୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାମାଜିକ ଦୂରତା ନିହାତି ଆବଶ୍ୟକ। ଏହାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଗାଁଠୁ ସହର ସବୁଠି ଖାଁ ଖାଁ। ଜରୁରୀ କାମ ନ…

କରୋନା ଭାଇରସ: ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲା ଇଟାଲୀର ଭୋ ସହର

ରୋମ,୨୮।୩: କରୋନା ଭାଇରସ ଏବେ ଇଟାଲୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି କହିଲେ ଚଳେ। ଏବେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୯ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୮୬ ହଜାରରୁ ଊର୍ଦ୍ଧ୍ୱ ହେଲାଣି। ଏହି କରୋନା ଭାଇରସ ଏବେ…

କରୋନା ସହିତ ଲଢ଼େଇ କରିବା ଲାଗି ଭାରତୀୟଙ୍କ ଶରୀରରେ ରହିଛି ବିରଳ ଆର୍‌ଏନ୍‌ଏ: ସର୍ଭେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ହାହାକାର ସୃଷ୍ଟି ହୋଇଛି। ଏଥି ପାଇଁ ଔଷଧ ପ୍ରସ୍ତୁତି ପାଇଁ ପୃଥିବୀର ବିକାଶିତ ରାଷ୍ଟ୍ରର ବୈଜ୍ଞାନିକମାନେ ଦିନରାତି ପ୍ରୟାସ ଜାରି ରଖିଛନ୍ତି। ତେବେ ଏହାର ମୁକାବିଲା ପାଇଁ ଭାରତୀୟଙ୍କ ଶରୀରରେ ଏକ ପ୍ରକାର…

କରୋନାରୁ ଆରୋଗ୍ୟ ହେଲେ ୧୦୧ ବର୍ଷୀୟ ବୃଦ୍ଧ

ରୋମ୍‌,୨୮।୩- କରୋନା ମହାମାରୀରେ ଇଟାଲୀ ସର୍ବାଧିକ ପ୍ରଭାବିତ ଦେଶ। ଏହି ଦେଶରେ କରୋନା ସଂକ୍ରମଣ ଯୋଗୁ ୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ କିନ୍ତୁ ଆରୋଗ୍ୟ ଲାଭ କରିଛନ୍ତି ଜଣେ ୧୦୧ ବର୍ଷୀୟ ବୃଦ୍ଧ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି…

କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ସେମାନଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ସୁସ୍ଥ ହେବାପରେ ସେମାନେ ଆମେରିକାର ଲସ୍‌…

ଘରେ ରହି ପୂଜାପାଠ କରିବାକୁ ଉପଦେଶ ଦେଲେ ହେମା

ମୁମ୍ବାଇ: କରୋନା ଭାଇରସ ଯୋଗୁ ଏବେ ଦେଶର ପ୍ରତି କୋଣ ଅନୁକୋଣରେ ଲୋକେ ଘରେ ବନ୍ଦ ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ଘୋଷଣା ପରେ ଲୋକେ ଆଉ ବାହାରକୁ ବାହାରୁ ନାହାନ୍ତି। ଏହି ସମୟରେ ବଲିଉଡ୍‌ ଡ୍ରିମ୍‌ଗର୍ଲ ହେମା ମାଳିନୀ କହିଛନ୍ତି…

ଅଷ୍ଟ୍ରେଲୀୟ ଫୁଟବଲର କୋଭିଡ-୧୯ ଆକ୍ରାନ୍ତ

ସିଡନୀ,୨୮।୩ (ଏ.ପି.): ଅଷ୍ଟ୍ରେଲିଆର ଜଣେ ଏ-ଲିଗ୍‌ ଫୁଟବଲର କାରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ ପେସାଦାର ଫୁଟବଲ ଭାବା ସେ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତେବେ ଏହି ଖେଳାଳିଙ୍କ ନାମ ଜଣାପଡିନାହିଁ। ଏହି ଫୁଟବଲର ଜଣକ ନ୍ୟୁ…

ଲକ୍‌ଡାଉନ୍‌ ସମୟରେ ଫସଲ ଅମଳ କରିପାରିବେ ଚାଷୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ଚାଷୀ ଫସଲ କାର୍ଯ୍ୟ ମଧ୍ୟ କରିପାରୁ ନାହାନ୍ତି। ଏଥିଯୋଗୁ ଫସଲ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?