ଡ୍ରାଇଭରଙ୍କ ପାଇଁ ବର୍ଷକର ଦରମା ଦେଲେ ଓଲା ସିଇଓ

ନୂଆଦିଲ୍ଲୀ, ୨୮।୩- କରୋନା ପାଇଁ ୨୧ ଦିନ ଲକ୍‌ଡାଉନ୍‌ ରହିଛି ସାରାଦେଶ। ଏଥିଯୋଗୁ ଅନେକ ଲୋକଙ୍କ ସମସ୍ୟା ବଢ଼ିଯାଇଥିବା ବେଳେ ରାଇଡ୍‌ ସେୟାରିଂ ପ୍ଲାଟଫର୍ମ ଓଲା କମ୍ପାନୀ ସହ ଜଡ଼ିତ ଡ୍ରାଇଭରମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଓଲାର କୋ-ଫାଉଣ୍ଡର ତଥା ସିଇଓ ଭବିଶ ଅଗ୍ରଓ୍ବାଲ। କମ୍ପାନୀ ପକ୍ଷରୁ ‘ଡ୍ରାଇଭ୍‌ ଫର୍‌ ଡ୍ରାଇଭର ଫଣ୍ଡ’ ଆରମ୍ଭ ହୋଇଛି, ଯାହାଦ୍ୱାରା ଓଲା ସହ ଜଡ଼ିତ କ୍ୟାବ୍‌, ଅଟୋ ରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରମାନଙ୍କ ପାଇଁ କ୍ରାଉଡପଣ୍ଡିଂ ଯୋଗେ ୫୦ କୋଟି ଟଙ୍କା ଯୋଗାଡ଼ କରାଯିବ। ଏହି ଫଣ୍ଡ ପାଇଁ ଓଲା କମ୍ପାନୀ କର୍ମଚାରୀମାନେ ୨୦ କୋଟି ଟଙ୍କା ଦେଉଥିବା ବେଳେ ଓଲା ସିଇଓ ଭବିଶ ଅଗ୍ରଓ୍ବାଲ ତାଙ୍କ ଆସନ୍ତା ବର୍ଷକର ଦରମା ଏହି ଫଣ୍ଡକୁ ଦାନ କରିବେ। ଦେଶବ୍ୟାପୀ ଲକ୍‌ଡାଉନ୍‌ ଲକ୍ଷାଧିକ ଡ୍ରାଇଭର ଓ ସେମାନଙ୍କ ପରିବାର ପାଇଁ ସଙ୍କଟ ସୃଷ୍ଟି କରିଛି। ସେମାନଙ୍କ ସହଯୋଗ କରିବା ସକାଶେ ଓଲା ‘ଡ୍ରାଇଭ୍‌ ଫର୍‌ ଡ୍ରାଇଭର’ ଫଣ୍ଡ ଆରମ୍ଭ ହୋଇଛି ବୋଲି କମ୍ପାନୀର ପ୍ରବକ୍ତା ତଥା କମ୍ୟୁନିକେଶନ ମୁଖ୍ୟ ଆନନ୍ଦ ସୁବ୍ରମଣିୟାନ୍‌ କହିଛନ୍ତି। ବିଶ୍ୱବ୍ୟାପୀ କରୋନା ମହାମାରୀ ରୂପ ନେଇଥିବା ବଳେ ଭାରତରେ ଅଦ୍ୟାବଧି ୨୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ବହୁ କମ୍ପାନୀ, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଆଦି ବନ୍ଦରହିଛି। ଯେଉଁଥିପାଇଁ ସାଧାରଣ ଲୋକେ ସଙ୍କଟ ସମୟ ଦେଇ ଗତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri