କରୋନା ଭାଇରସ୍‌

ହାଟରେ ମାସ୍କ ବାଣ୍ଟି ସଚେତନତା

ଖୋର୍ଦ୍ଧା ଅଫିସ,୧୧ା୪: ମେଳଣ ପଡ଼ିିଆ ପରିବା ହାଟରେ ଶୁକ୍ରବାର ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ମାସ୍କ, ଡେଟଲ, ସାନିଟାଇଜର ଆଦି ବଣ୍ଟାଯିବା ସହ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଯାଇଛି। ୫୦ରୁୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସ୍କ, ସାବୁନ, ଡେଟଲ, ସାନିଟାଇଜର ବଣ୍ଟାଯାଇଛି।…

କରୋନା ମୁକାବିଲା ପାଇଁ ସାହି ଏକଜୁଟ

କଟକ ଅଫିସ,୧୧ା୪: ଏକଜୁଟ ହୋଇଛି ସାହି। ପ୍ରତ୍ୟେକ ଘର ଲୋକଙ୍କୁ କରୋନା ମୁକାବିଲାରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ନିୟମିତ ଭାବେ ପ୍ରତ୍ୟେକ ଘର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। କେଉଁ ପରିବାରରେ କ’ଣ ସମସ୍ୟା ରହିଛି ତାହାକୁ…

ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ ପନିପରିବା ଚାଷ କରି ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀଙ୍କ ସମସ୍ୟା ଅଣଦେଖା କରାଯାଉଛି।…

ସହରରେ ବାଇକ୍‌ ପାଟ୍ରୋଲିଂ ଆରମ୍ଭ

ପୁରୀ ଅଫିସ,୧୧ା୪: କରୋନା ପାଇଁ ପୁରୀରେ ଆରମ୍ଭ ହୋଇଛି ବାଇକ୍‌ ପାଟ୍ରୋଲିଂ। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ପୁରୀ ସହରର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ,…

ଟ୍ରେନ୍‌ ବଗିରେ ଆଇସୋଲେଶନ ୱାର୍ଡର ପ୍ରସ୍ତୁତି

ପୁରୀ ଅଫିସ,୧୧ା୪: କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ସବୁସ୍ତରରେ ଉଦ୍ୟମ ଚାଲିଛି। ତଥାପି ଆୟତ୍ତକୁ ଆସୁନାହିଁ ବିଶ୍ୱ ମହାମାରୀ କରୋନା। ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ…

ପୋଷ୍ଟମ୍ୟାନ୍‌ଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ

କୃଷ୍ଣପ୍ରସାଦ,୧୧ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଗାଁ ଗାଁରେ ଲକ୍‌ଡାଉନ। ଗଁ। ମୁଣ୍ଡରେ ବାଉଁଶ ବତାରେ ବାଡ଼ ବାନ୍ଧି କୌଣସି ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। ଏପରିକି ଅତି ଜରୁରୀ କାର୍ଯ୍ୟ କରୁଥିବା ପୋଷ୍ଟମ୍ୟାନଙ୍କୁ ମଧ୍ୟ ଗାଁରେ ପ୍ରବେଶ ପାଇଁ…

ସାହିଗଳିରେ ବୁଲି ପରିବା ବିକୁଛନ୍ତି ମହିଳା

ପୁରୀ ଅଫିସ,୧୧ା୪: ବିଶ୍ୱମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ଗଡ଼ୁନି ଗାଡ଼ି, ଖୋଲୁନି ଦୋକାନ ବଜାର। ବାହାରକୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ…

ଭଡ଼ାଟିଆଙ୍କୁ ୬୨ ହଜାର ଛାଡ଼ କଲେ ଘର ମାଲିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଉଜଣେ ଘର ମାଲିକ ବଦାନ୍ୟତା ଦେଖାଇଛନ୍ତି। ସେ ମାସକର ଘର ଭଡ଼ା ବାବଦକୁ ୬୨ ହଜାର ଟଙ୍କା ଛାଡ କରିଛନ୍ତି। ଘର ମାଲିକ ଜଣକ ହେଲେ ରସୁଲଗଡ଼ର ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ। ତାଙ୍କର ଏହି ନିଷ୍ପତ୍ତି…

ଘରେ ‘ଗୁଡ୍‌ ଫ୍ରାଇଡେ’ ସେଲିବ୍ରେଶନ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କରୋନା କଟକଣା ପାଇଁ ସମଗ୍ର ଦେଶରେ ପୂଜାପାଠ, ପର୍ବପର୍ବାଣି ସବୁକିଛି ପ୍ରଭାବିତ ହୋଇଥିବାବେଳେ ମନ୍ଦିରରୁ ଆରମ୍ଭକରି ଚର୍ଚ୍ଚ ଓ ମସ୍‌ଜିଦ୍‌ ସବୁଠି ତାଲା ଝୁଲୁଛି। ଭୁବନେଶ୍ୱରର ୟୁନିୟନ୍‌ ଚର୍ଚ୍ଚ ସମେତ ରାଜ୍ୟର ଅନ୍ୟ ସମସ୍ତ ଚର୍ଚ୍ଚ ବନ୍ଦ ରହିଥିବାବେଳେ…

ଲକ୍‌ଡାଉନ୍‌ ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ ପାଇଁ ଅଧିକ ସମସ୍ୟା ଭୋଗୁଛନ୍ତି ବରିଷ୍ଠ ନାଗରିକ। ଅନେକ ବରିଷ୍ଠ ନାଗରିକଙ୍କ ପୁଅ, ବୋହୂ ଏବଂ ପରିବାରର ଅନ୍ୟ…

ୟୁନିଟ୍‌-୧ ମାର୍କେଟରୁ ହୋମ୍‌ ଡେଲିଭରି ସୁବିଧା

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ଖୁଚୁରା ବେପାରୀ ଅଧିକ ଦର ନେଉଥିବା ଅଭିଯୋଗ ପରେ ବିଏମ୍‌ସି ଭୁବନେଶ୍ୱରବାସୀଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛି। ୟୁନିଟ୍‌-୧ ହୋଲ୍‌ସେଲ୍‌ ମାର୍କେଟରୁ ସିଧାସଳଖ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚତ୍ବ। ଏନେଇ କେତେଜଣ ବ୍ୟବସାୟୀ ହୋମ୍‌ ଡେଲିଭରି ପାଇଁ ଆଗ୍ରହ…

ରାଜଧାନୀରେ ବିଭିନ୍ନ ସ୍ଥାନରେ ମାସ୍କ ଯାଞ୍ଚ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ବାୟୁରେ କୋଭିଡ୍‌-୧୯ ସଂକ୍ରମଣ ସମ୍ଭାବନା ଥିବାରୁ ମାସ୍କ ବ୍ୟବହାରକୁ ଗୁରୁବାରଠାରୁ ବାଧ୍ୟତାମୂଳକ କରାଯାଇଛି। ତେବେ ପ୍ରଥମ ଦିନରେ କମିଶନରେଟ ପୋଲିସ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିଥିଲା। ଦ୍ୱିତୀୟ ଦିନ ଅର୍ଥାତ୍‌ ଶୁକ୍ରବାରଠାରୁ ଯାଞ୍ଚକୁ କଡାକଡି କରାଯାଇଛି। ଏଣକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?