ଘରେ ‘ଗୁଡ୍‌ ଫ୍ରାଇଡେ’ ସେଲିବ୍ରେଶନ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କରୋନା କଟକଣା ପାଇଁ ସମଗ୍ର ଦେଶରେ ପୂଜାପାଠ, ପର୍ବପର୍ବାଣି ସବୁକିଛି ପ୍ରଭାବିତ ହୋଇଥିବାବେଳେ ମନ୍ଦିରରୁ ଆରମ୍ଭକରି ଚର୍ଚ୍ଚ ଓ ମସ୍‌ଜିଦ୍‌ ସବୁଠି ତାଲା ଝୁଲୁଛି। ଭୁବନେଶ୍ୱରର ୟୁନିୟନ୍‌ ଚର୍ଚ୍ଚ ସମେତ ରାଜ୍ୟର ଅନ୍ୟ ସମସ୍ତ ଚର୍ଚ୍ଚ ବନ୍ଦ ରହିଥିବାବେଳେ ପୂଜାପାଠକୁ ମଧ୍ୟ ବନ୍ଦ ରଖାଯାଇଛି। ତେଣୁ ଚଳିତ ବର୍ଷ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ବଡ଼ପର୍ବ ଗୁଡ୍‌ ଫ୍ରାଇଡେ ଚର୍ଚ୍ଚରେ ପାଳନ ହୋଇପାରିନି। ଶୁଭ ଶୁକ୍ରବାର ଭାବେ ପରିଚିତ ଏହିଦିନରେ ଖ୍ରୀଷ୍ଟିଆନମାନେ ବିଭିନ୍ନ ଚର୍ଚ୍ଚରେ ଏକାଠି ହୋଇ ବାଇବେଲ୍‌ ପାଠ କରିବା ସହ ପରସ୍ପରକୁ ପବିତ୍ର ଦିନର ଶୁଭେଚ୍ଛା ଜଣାଇଥାନ୍ତି। ସାମୂହିକ ପ୍ରାର୍ଥନା ମାଧ୍ୟମରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ସ୍ମରଣ କରିଥାନ୍ତି। ହେଲେ ଲକ୍‌ଡାଉନ୍‌ ଯୋଗୁ ସମସ୍ତ ଚର୍ଚ୍ଚ ବନ୍ଦ ଥିବାରୁ ଘର ଭିତରେ ପରିବାର ସଦସ୍ୟଙ୍କ ସହିତ ଗୁଡ୍‌ ଫ୍ରାଇଡେ’ ପାଳନ କରି ଲୋକେ ଏହି ମହାନ ଦିବସକୁ ସ୍ମରଣ କରିଛନ୍ତି। ତେଣୁ ଲୋକେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସୋସିଆଲ ମିଡ଼ିଆରେ ପରସ୍ପରକୁ ଏହି ଦିନର ଶୁଭେଚ୍ଛା ଜଣାଇଛନ୍ତି। ମଣିଷ ସମାଜର ଉଦ୍ଧାର ପାଇଁ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ତ୍ୟାଗ, ବଳିଦାନକୁ ସ୍ମରଣ କରି ତାଙ୍କ ୭ଟି ବାଣୀକୁ ମାର୍ଗଦର୍ଶକ ଭାବେ ଗ୍ରହଣ କରିଛନ୍ତି। କରୋନା କବଳରୁ ସମଗ୍ର ବିଶ୍ୱକୁ ମୁକ୍ତ କରିବାକୁ ପ୍ରାର୍ଥନା କରିଛନ୍ତି। ଏହାସହ କରୋନା ଯୁଦ୍ଧରେ ଯୋଦ୍ଧାଭାବେ ଆଗଧାଡ଼ିରେ ଲଢୁଥିବା ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ମଙ୍ଗଳ କାମନା କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri