କରୋନା ଭାଇରସ୍‌

କରୋନା ମହାମାରୀରେ ବି ଭାରତରେ ଶିଶୁ ଜନ୍ମ ହାର ରହିବ ସର୍ବାଧିକ: ଜନ୍ମନେବେ ୨ କୋଟିରୁ ଅଧିକ ଶିଶୁ

ଜେନେଭା/ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କରୋନା ମହାମାରୀ ସମୟରେ ମଧ୍ୟ ପୃଥିବୀରେ ୧୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଜନ୍ମ ନେବେ ବୋଲି…

କୃତିଙ୍କ ତୁଳନା ନାହିଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଗତ କିଛିଦିନ ତଳେ ସେ ତାଙ୍କ ବୟଫ୍ରେଣ୍ଡ ପୁଲକିତ ସମ୍ରାଟଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ପୁଲକିତ ତାଙ୍କ ହେୟାର ଚମ୍ପି କରୁଥିଲେ।…

ସରକାରୀ ଦେଶୀମଦ ଭାଟିରେ ବେଆଇନ ମଦ ପ୍ରସ୍ତୁତ ଘଟଣାରେ ୩ ଗିରଫ: ୭୨୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୭।୫(ଡି.ଏନ୍‌.ଏ.): ଦିଗପହଣ୍ଡିରୁ ୨୦ କିଲୋମିଟରରେ ଦୂରରେ ଥିବା କଳବାଡ ଗ୍ରାମ ନିକଟ ସରକାରୀ ଦେଶୀ ମଦଭାଟି ଉପରେ କେ. ନୂଆଗାଁ ପୋଲିସ ବୁଧବାର ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ପୋଲିସ ୭୨୦ ଲିଟର ଦେଶୀମଦ ଜବତ କରିଥିବା ଜଣାପଡ଼ିଛି। ଏଥିସହ…

ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭୟଭୀତ ନ ହେବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କଲେ ଜିଲାପାଳ

ଛତ୍ରପୁର,୭ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ଦିନରେ ଜିଲାରେ ୧୭ ପଜିଟିଭ୍‌ ବାହାରିଥିବାରୁ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସମସ୍ତ ପଜିଟିଭ୍‌ ସୁରଟ ଫେରନ୍ତା ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ…

ରାଜା ବେଶରେ ସଜ୍ଜିତ ୩ ଠାକୁର

ଆରଡି, ୭।୫, (ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ଜଗନ୍ନାଥ ମନ୍ଦିରରେ ଗୁରୁବାର ଚନ୍ଦନ ପୂର୍ଣ୍ଣିମାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏଠାରେ ପୂଜା ପାଉଥିବା ୩ ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରାଜା ବେଶରେ ସଜ୍ଜିତ…

କରୋନା ସଂକ୍ରମଣରୁ ମୁକ୍ତ ହେଲେ ଇଧି ଫାଉଣ୍ଡେଶନର ମୁଖ୍ୟ

ଇସ୍‌ଲାମାବାଦ,୭।୫: ପାକିସ୍ତାନରେ ଥିବା ଇଧି ଫାଉଣ୍ଡେଶନର ମୁଖ୍ୟ ଫୈଜଲ ଇଧି କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଜଣାପଡିଛି। ଗତ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏବେ ପ୍ରଥମଥର ଲାଗି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହାପରେ ଆଉ…

ଅଡୁଆ କରୁଛି ୧୨ ଘଣ୍ଟିଆ କର୍ଫ୍ୟୁ କଟକଣା

ଭଦ୍ରକ ଅଫିସ,୭।୫: ଭଦ୍ରକରେ ଏବେ ପରିବା ଚାଷୀ, ମାଛ ଚାଷୀ ତଥା ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ସରକାରୀ କଟକଣା ଅଡୁଆ କରୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁ କଟକଣା ଯୋଗୁ ଚାଷୀ ଓ…

CORONAVIRUS UPDATE: ଗଞ୍ଜାମରେ କରୋନା ପଜିଟିଭ୍‌ ୨୧କୁ ବୃଦ୍ଧି, ସମସ୍ତେ ସୁରଟ ଫେରନ୍ତା; ଜିଲାପାଳ

ଛତ୍ରପୁର, ୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୧୭ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୪ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଥିବା ବେଳେ ବର୍ତ୍ତମାନ ଏହି ପଜିଟିଭ୍‌ ସଂଖ୍ୟା ୨୧ରେ ପହଞ୍ଚିଛି। ଗୁରୁବାର ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ବାଇକ୍‌, କାର୍‌ରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୭।୫: କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ବହୁ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରୁଛନ୍ତି। ହେଲେ ଏହା ସତ୍ତ୍ୱେ କେତେକ ପ୍ରବାସୀ ଲୁଚି ଛପି…

କରୋନାର କରୁଣ ଦୃଶ୍ୟ: ମୃତଦେହ ଥିବା ବେଡ୍‌ ନିକଟରେ ଶୋଇ ଚିକିତ୍ସିତ ହେଉଛନ୍ତି ସଂକ୍ରମିତ

ମୁମ୍ବାଇ,୭।୫:ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। ଫଳରେ ମୃତଦେହ ରହିଥିବା ଓ୍ବାର୍ଡରେ ମଧ୍ୟ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଛି। ଏଭଳି ଏକ…

ଅମାନିଆଙ୍କଠାରୁ ୧ଲକ୍ଷ ୩୪ହଜାର ଜୋରିମାନା ସଂଗ୍ରହ

ଭଦ୍ରକ ଅଫିସ,୭।୫: ଭଦ୍ରକ ଜିଲାର ସମସ୍ତ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଅମାନିଆଙ୍କଠାରୁ ୧ଲକ୍ଷ ୩୪ ହଜାର ଟଙ୍କା ଜରିମାନା ସଂଗ୍ରହ କରାଯାଇଛି। ସେଥିମଧ୍ୟରେ ୫୧ଜଣଙ୍କଠାରୁ ମାସ୍କ ପିନ୍ଧି ନ ଥିବା ବାବଦକୁ ୧୧,୨୦୦ ଟଙ୍କା ସଂଗ୍ରହ ହୋଇଥିବା ବେଳେ ୧୪୧ଟି…

୪୩ ଦିନରେ ପହଞ୍ଚିଲା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା

ଭଦ୍ରକ ଅଫିସ,୭।୫: ଦୀର୍ଘ ୪୩ ଦିନ ଧରି ରୋଟାରୀ କ୍ଲବ ମିଡ୍‌ଟାଉନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଗୁରୁବାରଠାରୁ ଏଣିକି ଜାତୀୟ ରାଜପଥରେ ଚାଲି ଚାଲି ଘରକୁ ଫେରୁଥିବା ଲୋକଙ୍କୁ ଅଟକାଇ ରନ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?