କୃତିଙ୍କ ତୁଳନା ନାହିଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଗତ କିଛିଦିନ ତଳେ ସେ ତାଙ୍କ ବୟଫ୍ରେଣ୍ଡ ପୁଲକିତ ସମ୍ରାଟଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ପୁଲକିତ ତାଙ୍କ ହେୟାର ଚମ୍ପି କରୁଥିଲେ। ଲକ୍‌ଡାଉନ୍‌ରେ ଫ୍ୟାନମାନଙ୍କ ମନୋରଞ୍ଜନ ପାଇଁ ଅଭିନେତା ଅଭିନେତ୍ରୀ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି। କୃତି ହାଉସ୍‌ଫୁଲ୍‌-୪ର ଏକ ଭିଡିଓ କ୍ଲିପ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଯେଉଁଥିରେ ସେ ଖଣ୍ଡାଚାଳନା କରୁଥିବା ନଜରକୁ ଆସିଛନ୍ତି। ଏହାକୁ ଶେୟାର କରି ସେ ଲେଖିଛନ୍ତି ଯେ, ବହୁତ ଲୋକ କହିଥିଲେ ଯେ, ଖଣ୍ଡାଚାଳନା କରିବା ମୋ ପକ୍ଷେ କଷ୍ଟସାଧ୍ୟ କିନ୍ତୁ ମୁଁ ସେମାନଙ୍କ କଥାକୁ ଭୁଲ୍‌ ପ୍ରମାଣିତ କରିଥିଲି। ତାଙ୍କର ଏହି ପୋଷ୍ଟରେ ଫିଲ୍ମର ନିର୍ଦ୍ଦେଶକ ଫରହଦ ଶାମଜୀ ଉଲ୍ଲେଖ କରିଛନ୍ତି ଯେ, ‘କୃତି ବହୁତ ବଳବାନ, ତାଙ୍କୁ ଅନ୍ୟ କାହା ସହିତ ତୁଳନା କରିବା କଥା ନୁହେଁ।’ ସେ ଏହି ମୁଭିର ପ୍ରତ୍ୟେକ ମୁହୂର୍ତ୍ତକୁ ମନେପକାଇ ଭାବୁକ ହୋଇପଡ଼ିଛନ୍ତି। କହିଛନ୍ତି ଯେ, ମୁଁ ହାଉସ୍‌ଫୁଲ୍‌ ସେଟ୍‌କୁ ମିସ୍‌ କରୁଛି। ଫ୍ୟାନମାନଙ୍କୁ କହିଛନ୍ତି, ରାଜକୁମାରୀ ମୀନାଙ୍କ ତରଫରୁ ଏହି ଭିଡଓ ଏକ ଛୋଟ ଉପହାର।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ପାଲଲହଡ଼ା,୨୨।୮: ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri