କରୋନା ଭାଇରସ୍‌

ଚାଇନା ‘ବ୍ୟାଟ୍‌ ଓମେନ’ଙ୍କ ଚେତାବନୀ: କରୋନା ଭାଇରସ୍‌ ଆରମ୍ଭ ମାତ୍ର

ବେଜିଂ, ୨୭।୫: ସାରା ବିଶ୍ୱରେ ‘ବ୍ୟାଟ ଓମେନ’ ନାମରେ ପରିଚିତ ଚାଇନାର ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ନିକଟରେ ଏକ ସରକାରୀ ଟେଲିଭିଜନରେ ଦେଇଥିବା ସାକ୍ଷାତ୍‌କାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ଚେତାବନୀ ଦେଇ କହିଛନ୍ତି, କରୋନା ଭାଇରସ୍‌ ଆରମ୍ଭ ମାତ୍ର।…

ଏଯାବତ୍‌ ଓଡ଼ିଶାକୁ ୧୦୯ ଟ୍ରେନ୍‌ରେ ଫେରିଲେଣି ୧, ୫୩,୭୩୮ଜଣ ପ୍ରବାସୀ, ଗଞ୍ଜାମକୁ ସର୍ବାଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଏବେ ଓଡ଼ିଶା ମୁହାଁ। ଏହି କ୍ରମରେ ମଙ୍ଗଳବାର ସୁଦ୍ଧା ୧୦୯ ଟ୍ରେନ୍‌ରେ ୧,୫୩,୭୩୮ଜଣ ରାଜ୍ୟକୁ ଫେରିଲେଣି। ସେଥିରୁ ସର୍ବାଧିକ ୭୩୦୦୦ ଗଞ୍ଜାମ ଜିଲାକୁ ଫେରିଛନ୍ତି। ସେହିଭଳି ବଲାଙ୍ଗୀରକୁ ୧୧୦୦୦, ବାଲେଶ୍ୱରକୁ ୧୧୦୦୦, କେନ୍ଦ୍ରାପଡ଼ାକୁ…

ଏଯାବତ୍‌ ସଫଳତାର ସହ କ୍ୱାରାଣ୍ଟାଇନ୍‌ ସାରି ଘରକୁ ଫେରିଛନ୍ତି ୧ ଲକ୍ଷ ଲୋକ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ରବାସୀ ଆସିଲେ ନୂଆ ଗାଇଡ୍‌ଲାଇନ୍‌ରେ ୭ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। ଲକ୍ଷଣ ଦେଖାଗଲେ ୭ ଦିନରୁ ଅଧିକ ବଢ଼ାଇବାକୁ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଛି।…

ଜିଲାଓ୍ବାରୀ ନୁହେଁ, ପଞ୍ଚାୟତସ୍ତରରେ ହେବ ଜୋନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୬।୫(ବ୍ୟୁରୋ): ସମ୍ପ୍ରତି ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ, ଗ୍ରୀନ୍‌ ଜୋନ ଘୋଷଣା କରାଯାଉଥିଲା। ହେଲେ ଏଭଳି କରାଯିବା ଫଳରେ ଅର୍ଥନୈତିକ କାରବାର ଉପରେ ରୋକ ଲାଗିଗଲା। ଏବେ ସବୁ…

ଓଡ଼ିଶାର ଟେଷ୍ଟିଂ ଜାତୀୟ ହାରଠାରୁ ଅଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ମହାମାରୀ କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଓଡ଼ିଶାକୁ ଏହି ରୋଗ ପ୍ରବେଶ କରିବାର ପ୍ରାୟ ଦୁଇମାସ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମୀକ୍ଷା ବୈଠକରେ ଏହାକୁ ଅଜଣା ଶତ୍ରୁ ବୋଲି କହିଛନ୍ତି। ହେଲେ ବିଗତ ଦୁଇ ମାସ…

ଆରମ୍ଭ ହୋଇଛି ବିମାନ-ରେଳ ଚଳାଚଳ; ଆଗାମୀ ଏକ ମାସ ଆମ ପାଇଁ ଆହ୍ବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ସଂଖ୍ୟା ଆହୁରୀ ବଢ଼ିବା ନେଇ ଆଶା କରାଯାଉଛି। ଏଣୁ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ…

ଦେଶରେ କରୋନା ସୁସ୍ଥ ହାର ୪୧.୬୧ ପ୍ରତିଶତ

ନୂଆଦିଲ୍ଲୀ,୨୬।୫: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଅତିକ୍ରମ କରିଥିଲେ ମଧ୍ୟ ଏଠାରେ ସୁସ୍ଥ ହାର ଭଲ ରହିଛି ବୋଲି ସୋମବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ…

ଲକ୍‌ଡାଉନ୍‌ କୋହଳ ହେଲେ ବି କରୋନା ଭୂତାଣୁ ହୋଇନି ଶେଷ: ମାର୍ଗଦର୍ଶିକାକୁ ପାଳନ କରିବା ଅପରିହାର୍ଯ୍ୟ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ଅବସ୍ଥା ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌କୁ କିଛି ପରିମାଣରେ କୋହଳ ମଧ୍ୟ କରାଯାଇଛି। ତେବେ କରୋନା ଭୂତାଣୁ ଏବେ ମଧ୍ୟ ଦେଶରେ ରହିଛି। ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା…

CORONAVIRUS UPDATE: ୮୪ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ହେଲେଣି ୭୩୩

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୨୪ଜଣ ରହିଛନ୍ତି। ସେହିପରି ଯାଜପୁର ଜିଲାର ୧୮ ଜଣ ରହିଥିବା ବେଳେ ବାଲେଶ୍ୱର ୧୧, କଟକ ୭, ଭଦ୍ରକ ୬,…

ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। କମ୍‌ ସଂଖ୍ୟକ ଭେଣ୍ଟିଲେଟର ଥିବାରୁ ବହୁ ବିକଶିତ ଦେଶରେ ମଧ୍ୟ ମୃତ୍ୟୁ ସଂଖ୍ୟା…

ମାସ୍କ ନ ପିନ୍ଧିଲେ ଡ୍ରାଇଭିଂ ମନା

ସିଓଲ,୨୬।୫: କରୋନା ଭାଇରସ ସଂକ୍ରମଣକୁ ଦେଖି ସାଉଥ୍‌ କୋରିଆ ସରକାର ଏକ କଡ଼ା ପଦକ୍ଷେପ ନେଇଛନ୍ତି। ମାସ୍କ ନ ପିନ୍ଧିଲେ ଟ୍ୟାକ୍ସି ବା ବସ୍‌ ଚଳାଇବାକୁ ଅନୁମତି ମିଳିବ ନାହିଁ ବୋଲି ସରକାର କହିଛନ୍ତି। ଅର୍ଥାତ୍‌ ସରକାର ଏବେ ‘ନୋ ମାସ୍କ,…

କରୋନା ସଂକ୍ରମଣ ଯୋଗୁ ୯୫ ଦେଶରେ ମିଳିମିଳା- ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ: ସଙ୍କଟରେ ୮କୋଟି ଶିଶୁ

ଓ୍ବାଶିଂଟନ,୨୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ୯୫ଟି ଦେଶରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?