ଆରମ୍ଭ ହୋଇଛି ବିମାନ-ରେଳ ଚଳାଚଳ; ଆଗାମୀ ଏକ ମାସ ଆମ ପାଇଁ ଆହ୍ବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ସଂଖ୍ୟା ଆହୁରୀ ବଢ଼ିବା ନେଇ ଆଶା କରାଯାଉଛି। ଏଣୁ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତବ୍ୟ ରଖି କହିଛନ୍ତି, ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚ୍ୟାଲେଞ୍ଜ ହେବ। ୪ର୍ଥ ଲକ୍‌ଡାଉନ୍‌ରେ ବିମାନ , ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଆମ ପାଇଁ ଆହ୍ବାନ ସୃଷ୍ଟି ହେବ। ହେଲେ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ। ଦୁଇ ମାସ ଲକ୍‌ଡାଉନ୍‌ ମଧ୍ୟରେ ଆମେ ଅନେକ କଥା ଶିକ୍ଷା କରିପାରିଛୁ। ଏହି ୨ ମାସରେ ଆମକୁ ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ଶିକ୍ଷା ମିଳିଛି। ଏହି ଶିକ୍ଷାକୁ ଆଧାର କରି ଆମ ଷ୍ଟ୍ରାଟେଜି ପୁର୍ନଗଠନ କରିବାକୁ ପଡ଼ିବ। ଓଡ଼ିଶାରେ ଭୂତାଣୁ ଆଚରଣ ନେଇ ଆମର ଶିକ୍ଷା ଆମକୁ ଆଶା ଦେଇଛି। ସାମାଜିକ ଦୂରତା, ମାସ୍କ, ହାତଧୁଆ ଦ୍ୱାରା ମହାମାରୀ ବିସ୍ତାରକୁ ରୋକିହେବ। ସାମାଜିକ ଦୂରତା, ସାମାଜିକ ବୟକଟ୍‌ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା କରୋନା ସହ ଲଢ଼େଇରେ ସରପଞ୍ଚ ଓ ପୋଲିସ କର୍ମଚାରୀଙ୍କ କାମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ତେବେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସହ ଅନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri