କରୋନା ଭାଇରସ୍‌

ପାଦରେ ବେଡ଼ି ପକାଇଲା କରୋନା: କାର୍ଯ୍ୟାଳୟରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଚଳିତ ବର୍ଷର ରଥଯାତ୍ରା ଐତିହାସିକ। କାରଣ ପ୍ରଥମ ଥର ପାଇଁ ବିନାଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି। ସବୁବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଉପସ୍ଥିତ ରହି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ହେଲେ…

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୨୫ ଆକ୍ରାନ୍ତ, ଅଛନ୍ତି ଖୋର୍ଦ୍ଧାର ସର୍ବାଧିକ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୩ଜଣ ଥିବା ବେଳେ…

୨୦ ଦିନ ଲକ୍‌ଡାଉନ୍‌ ନ ହେଲେ ବେଙ୍ଗାଲୁର ପାଲଟିବ ବ୍ରାଜିଲ୍‌: କୁମାରସ୍ବାମୀ

ବେଙ୍ଗାଲୁର, ୨୩।୬: କର୍ନାଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଅନ୍‌ଲକ୍‌ ଏତେ ଶୀଘ୍ର ହେବାର ନ ଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ରେ…

ପୁରୁଷୋତ୍ତମପୁରରେ ଖୋଲିବ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ: ସ୍ଥିତି ଅନୁଧ୍ୟାନ କଲେ ଉପ ଜିଲାପାଳ

ପୁରୁଷୋତ୍ତମପୁର, ୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିବା ଲାଗି ମଙ୍ଗଳବାର ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସହରର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ତାରାତାରିଣି…

ଭୁବନେଶ୍ୱରରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର। କ୍ୱାରାଣ୍ଟାଇନରୁ ଚିହ୍ନଟ ବ୍ୟକ୍ତି ୩୯ ବର୍ଷୀୟ। ତାଙ୍କ ଘର ଜୟଦେବ…

ପତଞ୍ଜଳି ଲଞ୍ଚ କଲା କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ କରୋନିଲ‌: ୭ଦିନରେ ସମ୍ପୂର୍ଣ୍ଣ ସୁସ୍ଥ

ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍‌ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ ରାମଦେବ ବାବାଙ୍କ କମ୍ପାନୀ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି…

ପିପିଇ କିଟ୍‌ ଅଭାବରୁ କରୋନା ସଂକ୍ରମଣରେ ୪୨ ଡାକ୍ତର ମୃତ!

ଇସ୍‌ଲାମାବାଦ,୨୩।୬: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ପାକିସ୍ତାନର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ମିଳିଥିବା ଖବରରୁ ଜଣାପଡିଛି କି ପାକିସ୍ତାନରେ କରୋନାର ଆଗଧାଡିର ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ମଧ୍ୟ ଏଥିରୁ ନିସ୍ତାର ମିଳୁନାହିଁ।…

ଅନ୍ୟ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଜଣେ କରୋନା ସଂକ୍ରମିତଙ୍କ ଅନ୍ୟ ରୋଗରେ ପୀଡିତ ଥିବା ଯୋଗୁ ମୃତ୍ୟୁ ଘଟିଛି। ସେ ହେଲେ କଟକ ଜିଲାର ୮୦ ବର୍ଷୀୟ ବୃଦ୍ଧ। ସେ ଅନ୍ୟ ରୋଗରେ ପୀଡିତ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ: ଘୋଷଣା କରିବ ପତଞ୍ଜଳି

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏହାର ଚିକିତ୍ସା ବା ମୁକାବିଲା ଲାଗି ସମସ୍ତ ଦେଶ ନିଜ ଆଡ଼ୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଭାରତ ଏହାର ମେଡିସିନ୍‌ ବାହାର କରିଥିବା ବେଳେ…

ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ

ଓ୍ବାଶିଂଟନ, ୨୩।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆମେରିକାର ଏକ କମ୍ପାନୀ ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାର ପ୍ରୟୋଗ ମଣିଷଙ୍କ ଉପରେ ଆସନ୍ତା ମାସରୁ ଆରମ୍ଭ ହେବ…

କଟାପାଲିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୨୩।୬: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ଜଣେ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକଙ୍କ ବରଗଡ଼ ବ୍ଳକ କଟାପାଲି ଗ୍ରାମର ହୋଇଥିବା ବେଳେ ସେ ୬୨ ବର୍ଷୀୟ ବୃଦ୍ଧ। ଏ ନେଇ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?