ଅର୍ଥମନ୍ତ୍ରୀଙ୍କୁ ଅଭିଜିତ ବାନାର୍ଜୀଙ୍କ ପରାମର୍ଶ; କର୍ପୋରେଟ ଟିକସ କମାଅ ନାହିଁ
ନୂଆଦିଲ୍ଲୀ,୫-୧: କର୍ପୋରେଟ କ୍ଷେତ୍ର ଲାଗି ଆଉ ଟିକସ ହ୍ରାସ ନ କରିବାକୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶନିବାର ପରାମର୍ଶ ଦେଇଛନ୍ତି। ଦେଶ ମଧ୍ୟରେ ଚାହିଦା ବୃଦ୍ଧି ପ୍ରସଙ୍ଗ ଉପରେ ସେ ଜୋରଦେଇ କହିଛନ୍ତି ଯେ,…
ୟୁଏସ୍-ଇରାନ ତିକ୍ତତା;ଭାରତ ଅର୍ଥବ୍ୟବସ୍ଥା ଲାଗି ଦ୍ୱୈତ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୫-୧: ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍)ର ଏୟାରଷ୍ଟ୍ରାଇକ ଯୋଗୁ ଇରାନ ଶୀର୍ଷ ସେନାଧିକାରୀ ଜେନେରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିଯୋଗୁ ଦୁଇଦେଶ ମଧ୍ୟରେ ତିକ୍ତତା ବଢିଯାଇଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ଗଭୀର ଭାବେ ପରିଲକ୍ଷିତ ହୋଇଛି।…
ଜେନେରାଲ କାସିମ ସୁଲେମାନିଙ୍କ ଉପରେ ୟୁଏସ୍ ଏୟାର ଷ୍ଟ୍ରାଇକ୍ : ଭାରତ ବଜାର ଲାଗି ଚିନ୍ତାଜନକ
ନୂଆଦିଲ୍ଲୀ,୪-୧: ଇରାନର ଶୀର୍ଷ ସେନା ଅଧିକାରୀ ଜେନେରାଲ କାସିମ ସୋଲେମାନିଙ୍କ ଆମେରିକାର ଏୟାର ଷ୍ଟ୍ରାଇକ ଯୋଗୁ ଶୁକ୍ରବାର ମୃତ୍ୟୁ ଘଟିଛି। ଏଥି ଯୋଗୁ ପଶ୍ଚିମ ଏସିଆ ବଜାର ଉପରେ ଗଭୀର ପ୍ରଭାବ ପଡିବ ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବାହ୍ନରେ ଏହି ଖବର…
୩୧ରୁ ଆରମ୍ଭ ହୋଇପାରେ ବଜେଟ ଅଧିବେଶନ
ନୂଆଦିଲ୍ଲୀ,୪-୧: ଚଳିତ ମାସ ୩୧ରେ ବଜେଟ ଅଧିବେଶନ ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପନ ହୋଇପାରେ। ବଜେଟ ଅଧିବେଶନ ନେଇ ଚୂଡାନ୍ତ ତାରିଖର ବିଜ୍ଞପ୍ତି ଏ ଯାଏ ପ୍ରକାଶ ପାଇନାହିଁ। ସଂସଦୀୟ…
୮ରେ ଶ୍ରମିକ ସଂଗଠନଗୁଡିକର ଦେଶବ୍ୟାପୀ ଧର୍ମଘଟ
ନୂଆଦିଲ୍ଲୀ,୪-୧: କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ଚଳିତ ମାସ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେତନ ଏବଂ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ବିଭିନ୍ନ ଦାବି ଉପରେ ସରକାର କୌଣସି ସମାଧାନ…
୧୫୦ ଘରୋଇ ଟ୍ରେନ ଲାଗି ନୀତି ଆୟୋଗର ଯୋଜନା
ନୂଆଦିଲ୍ଲୀ,୪-୧: ସାରା ଦେଶର ୧୦୦ ରୁଟରେ ୧୫୦ ଘରୋଇ ଟ୍ରେନ ଚଳାଚଳ କରାଇବା ଲାଗି କେନ୍ଦ୍ରସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଯୋଜନା ହାତକୁ ନିଆଯାଇଛି। ଏଥି ଲାଗି ନୀତି ଆୟୋଗ ପକ୍ଷରୁ ଏକ ଡିସ୍କଶନ ପେପର ଜାରି କରାଯାଇଛି।…
ରାଜ୍ୟରେ ସ୍ଥାପନ ହେବ ୧୮ ଇ-ଯାନଚାର୍ଜିଂ ଷ୍ଟେଶନ
ନୂଆଦିଲ୍ଲୀ,୪-୧: ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୬୨ ସହରରେ ଇ-ଯାନ ଲାଗି ୨୬୩୬ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯିବ। ଓଡିଶାରେ ଏହି ଯୋଜନାରେ ୧୮ ଚାର୍ଜିଂ ଷ୍ଟେଶନ ସ୍ଥାପନ ନେଇ ଲକ୍ଷ୍ୟ ରହିଛି। ଫେମ୍ ଇଣ୍ଡିଆ ଯୋଜନାରେ…
ବାଗଦାଦ୍ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି
ଓ୍ବାଶିଂଟନ,୩।୧: ଆମେରିକା ଇରାକ୍ର ବାଗଦାଦ୍ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇଛି। ଅଶୋଧିତ ତୈଳ ଦାମ ବ୍ୟାରେଲ୍ ପିଛା…
ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି
ନୂଆଦିଲ୍ଲୀ,୩-୧: ଦେଶ ମଧ୍ୟରେ ଲାଗି ରହିଥିବା ମାନ୍ଦାବସ୍ଥା ଯୋଗୁ ଫ୍ୟାକ୍ଟ୍ରିଗୁଡିକର କାର୍ଯ୍ୟକଳାପ ପ୍ରଭାବିତ ହେବା ସହ ଉତ୍ପାଦନ ମଧ୍ୟ କମ୍ ରହୁଥିଲା। ହେଲେ ଚଳିତ ବର୍ଷ ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟ ମଧ୍ୟରେ ଉତ୍ପାଦନ ୭…
କମ୍ ଦାମରେ ଦେଖି ହେବ ଅଧିକ ଟିଭି ଚ୍ୟାନେଲ
ନୂଆଦିଲ୍ଲୀ,୩-୧: ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ନୂଆ ବର୍ଷରେ ଗ୍ରାହକଙ୍କ ଲାଗି ନୂଆ ନିୟମ ଆଣିଛି। କେବଲ ଟିଭି ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି ଟ୍ରାଇ ଏଭଳି ନିଷ୍ପତ୍ତି ନେଇଛି। ଚ୍ୟାନେଲ ଲାଗି ଗ୍ରାହକମାନେ ପ୍ରଦାନ କରୁଥିବା ଅର୍ଥ ହ୍ରାସ…
ମହଙ୍ଗା ହୋଇପାରେ ଜେନେରାଲ ଇନସ୍ୟୁରାନ୍ସ
ନୂଆଦିଲ୍ଲୀ,୩-୧: ଜେନେରାଲ ଇନସ୍ୟୁରାନ୍ସ ବା ସାଧାରଣ ବିମା ନେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ମହଙ୍ଗା ହୋଇପାରେ। ୨୦୨୦ରେ ଜେନେରାଲ ଇନସ୍ୟୁରାନ୍ସ ପ୍ରିମିୟମ ୧୦ରୁ ୧୫% ମହଙ୍ଗା ହେବ ବୋଲି କୁହାଯାଉଛି। ଏହା ହେଲେ ଗ୍ରାହକଙ୍କୁ କାର୍, ସମ୍ପତ୍ତି, କାଜୁଆଲିଟି ବୀମା…
ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ହୋଇ ନ ପାରେ
ନୂଆଦିଲ୍ଲୀ,୩-୧: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଧାର୍ଯ୍ୟ କରିଥିବା ୧.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ହାସଲ କରି ନ ପାରନ୍ତି। ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍), କଣ୍ଟେନର କର୍ପୋରେଶନ ଅଫ୍ ଇଣ୍ଡିଆ(କନକର୍ପ)ଏବଂ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ…

