ଭାରତ ସହ ଟ୍ରେଡ ଡିଲ୍‌ ନେଇ ଟ୍ରମ୍ପ ଆଶାବାଦୀ

ଅହମ୍ମଦାବାଦ, ୨୫-୨: ଭାରତ ସହ ଏକ ଉତ୍ତମ ବାଣିଜି୍ୟକ ଚୁକ୍ତି ନେଇ ଆଶାବାଦୀ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର କହିଛନ୍ତି। ସେ ଏବେ ଭାରତ ଗସ୍ତରେ ଥିବା ବେଳେ ମୋତେରା ଷ୍ଟାଡିୟମଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପାଦିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ସବୁଠାରୁ ବଡ ହେବ। ଏଥି ଲାଗି ଭାରତ ଆମେରିକା ଆଲୋଚନାର ପ୍ରାଥମିକ ପର୍ଯ୍ୟାୟରେ ରହିଛନ୍ତି। ଚୁକ୍ତି ସଫଳ ହେଲେ ଏହା ନିବେଶ କ୍ଷେତ୍ରରେ ସବୁ ପ୍ରକାରର ପ୍ରତିବନ୍ଧକକୁ ଦୂର କରିବାରେ ସକ୍ଷମ ହେବ ବୋଲି ସେ ମତ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ କିଭଳି ବୃଦ୍ଧି ପାଇବ ସେ ନେଇ ଦୁଇ ଲିଡର ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଟଫ୍‌ ନେଗୋସିଏଟର(କଠୋର) ବୋଲି ଟ୍ରମ୍ପ ମତ ଦେଇଛନ୍ତି।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୪୦% ବଢିଛି। ଆମେରିକାର ରପ୍ତାନି କ୍ଷେତ୍ରରେ ଭାରତ ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ସେହିଭଳି ନୂଆଦିଲ୍ଲୀ ଲାଗି ଆମେରିକା ସର୍ବବୃହତ୍ତ ବଜାର ହୋଇପାରିଛି। ଆମେରିକାର ବିକାଶ ଉଭୟ ଭାରତ ଏବଂ ବିଶ୍ୱ ଲାଗି ଭଲ। ଆମେରିକାରେ ବାଣିଜ୍ୟ କ୍ଷେତ୍ରରେ ରହିଥିବା ଅସୁବିଧାକୁ ଦୂର କରିବା ସହ ନିଯୁକ୍ତି ଏବଂ ସୁଯୋଗ ସୃଷ୍ଟି ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ନୂଆ ନିବେଶକୁ ପ୍ରୋତ୍ସାହିତ କରିବା ସହ ଅମଲାତନ୍ତ୍ରର ଅଯଥା ହସ୍ତକ୍ଷେପ, ନାଲିଫିତାବାଦ,ଟିକସ ଏବଂ ନିୟମ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଧାରା ହାତକୁ ନେଇଥିବା ଟ୍ରମ୍ପ ଏଥିରେ ମତବ୍ୟକ୍ତ କରିଛନ୍ତି। ଭାରତର ବାଣିଜି୍ୟକ କାର୍ଯ୍ୟକଳାପ ଦ୍ରୁତ ହାରରେ ବଢୁଛି। ଏହାକୁ ସାରା ବିଶ୍ୱ ଏବେ ଚାହିଁ ରହିଛି। ରେକର୍ଡ ସମୟ ମଧ୍ୟରେ ମୋଦି ଏସବୁ କରିବାକୁ ସକ୍ଷମ ହୋଇଥିବା ଟ୍ରମ୍ପ କହିଛନ୍ତି।
ଆମେରିକା ସହ ଭାରତର ବାଣିଜ୍ୟ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରୁଛି। ଟ୍ରମ୍ପଙ୍କ ଗସ୍ତ ସମୟରେ ଏହି ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। ଉଭୟ ଦେଶ ଏବେ କୃଷି, ଡାଟା ସୁରକ୍ଷା ଏବଂ ସ୍ଥାନୀୟକରଣ, ଡେରୀ,ଇ-କମର୍ସ ଭଳି ଅନ୍ୟ କେତେକ କ୍ଷେତ୍ରରେ ରହିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ସକ୍ଷମ ହୋଇ ପାରି ନାହାନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଡିଲ ହେଲେ ଆପୋଷ ବୁଝାମଣାରେ ହେବ। ଏହା ଦ୍ୱାରା ଭାରତର ସ୍ବାର୍ଥରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା ମୁତାବକ ଆମେରିକା ନିକଟରେ ଆଉ କିଛି ଦାବି ନୂଆ କରି ରଖିଛି। ବାଣିଜି୍ୟକ ଆଲୋଚନା ଏବେ ଚାଲୁ ରହିଛି। ଦୁଗ୍ଧଜାତ ସାମଗ୍ରୀ ଲାଗି ଭାରତ ଏକ ବଡ ବଜାର ବୋଲି ଆମେରିକା ବିଚାର କରୁଛି। ମାତ୍ର ଭାରତୀୟ ଗ୍ରାହକଙ୍କ ମନୋଭାବ ଏବଂ ସମାଜ ପ୍ରଭାବିତ ହେଲା ଭଳି ଏମିତି କିଛି କାମ ନ ହେଉ ତାକୁ ମଧ୍ୟ ଭାରତ ବିଚାର କରୁଛି। ଏହାବାଦ ଅଖରୁଟ, ସେଓ, ମେଡିକାଲ ଡିଜାଇସ ଉପରେ ପ୍ରାଇସ କ୍ୟାପ ହଟାଇବା, ୧୬୦୦ ସିସିି ବାଇକ ଉପରେ ସୀମା ଶୁଳ୍କ ହଟାଇବା ଭଳି ଅନେକ ପ୍ରସଙ୍ଗ ଉପରେ ଆମେରିକା ଭାରତ ସହ ଆଲୋଚନା କରିବ। ଏହାବାଦ ସୂଚନା ଏବଂ ପ୍ରଯୁକ୍ତି ପ୍ରଡକ୍ଟ ଗୁଡିକ ଉପରେ ଭାରତ ବଜାରରେ ଉପଲବ୍ଧତା ବଢାଇବାକୁ ଆମେରିକା ପ୍ରୟାସ କରୁଛି।
ଏହାବାଦ ଭାରତ ସହ ଉଚ୍ଚ ବାଣିଜ୍ୟ ନିୟଣ୍ଟକୁ ନେଇ ଆମେରିକା ଆଶଙ୍କାରେ ରହିଛି। ସେହିଭଳି ଭାରତ ଜେନେରାଲାଇଜଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସ(ଜିଏସ୍‌ପି) ପ୍ରୋଗ୍ରାମ ଅଧିନରେ ଆମେରିକାଠାରୁ ରପ୍ତାନି ପ୍ରୋତ୍ସାହନ ଆଶା କରୁଛି। ଏହି କାର୍ଯ୍ୟକ୍ରମ ଅଧିନରେ ଭାରତ ଆମେରିକାକୁ ୬.୫ ବିଲିୟନ ଡଲାରର ସାମଗ୍ରୀ ପ୍ରେରଣ କରୁଥିଲା। ଆମେରିକା ଯଦି ଏହି ସୁବିଧାକୁ ପୁଣି ଥରେ ପ୍ରଦାନ କରେ ତେବେ ଭାରତ ଲାଗି ଏହା ପୁଣି ଥରେ ଲାଭକାରୀ ସାବ୍ୟସ୍ତ ହେବ। ଜିଏସ୍‌ପିରେ ଭାରତ ଆମେରିକାକୁ ୧୯୦୦ ସାମଗ୍ରୀ ପଠାଇ ଥାଏ। ଏହା ମଧ୍ୟରେ କେମିକାଲ, ଇଞ୍ଜିନିୟରିଂ ସମେତ ଅନ୍ୟ ପ୍ରଡକ୍ଟ ସାମିଲ ରହିଛି। ଗତ ବର୍ଷ ଏହି ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରି ନେଇଛି। ଏହାବାଦ ଘରୋଇ ପ୍ରଫେଶନାଲଙ୍କ ପାଇଁ ଭିଜା ଫି ହ୍ରାସ, କେତେକ ଇସ୍ପାତ ଏବଂ ଆଲୁମିନିୟମ ପ୍ରଡକ୍ଟ ବର୍ଗରେ ଆମେରିକା ଲାଗୁ କରୁଥିବା ଉଚ୍ଚ ପରିମାଣର ଟିକସରେ ହ୍ରାସ, କୃଷି ଜାତୀୟ ସାମଗ୍ରୀ, ଅଟୋମୋବାଇଲ, ଅଟୋମୋବାଇଲ କମ୍ପୋନେଣ୍ଟ ଏବଂ ଇଞ୍ଜିନୟରିଂ ପ୍ରଡକ୍ଟ ଲାଗି ଆମୋରିକାରେ ଏବ ବଡ ବଜାର ଆଶାରେ ଭାରତ ରହିଛି।
ଏପଟେ ଭାରତ ଆମେରିକା ପ୍ରଡକ୍ଟ ଉପରେ ସବୁବେଳେ ଅଧିକ ଟିକସ ଲଗାଉଥିବା କହି ଭାରତକୁ ଟାରିଫ କିଙ୍ଗ ବୋଲି ଟ୍ରମ୍ପ ଅଭିଯୋଗ କରୁଛନ୍ତି। ଗତ ବର୍ଷ ଜୁନରେ ୨୮ ଆମେରିକା ପ୍ରଡକ୍ଟ ଉପରେ ଉଚ୍ଚ ଟିକସ ଲାଗୁ କରାଇବା ପାଇଁ ଭାରତ ଘୋଷଣା କରିଥିଲା। ଓ୍ବାଶିଂଟନ ଭାରତର ଷ୍ଟିଲ ଏବଂ ଆଲୁମିନିୟମ ପ୍ରଡକ୍ଟ ଉପରେ ଟିକସ ବଢାଇବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଥିଲା। ଆମେରିକା ଏବେ ଚାଇନାକୁ ଟପି ଭାରତର ପ୍ରମୁଖ ବାଣିଜ୍ୟ ଅଂଶୀଦାର ହୋଇଛି। ୨୦୧୮-୧୯ରେ ଭାରତ ଆମେରିକାକୁ ୫୨.୪ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରିଛି। ଏହି ସମୟରେ ଆମେରିକାରୁ ଭାରତ ୩୫.୫ ବିଲିୟନ ଡଲାରର ସାମଗ୍ରୀ ଆମଦାନି କରିଛି। ଏହାବାଦ ୨୦୧୭-୧୮ରେ ୨୧.୩ ବିଲିୟନକୁ ଖସିଥିବା ବେଳେ ୨୦୧୮-୧୯ରେ ୧୬.୯ ବିଲିୟନ ଡଲାର ରହିଛି। ୨୦୧୮-୧୯ରେ ଭାରତ ଆମେରିକାଠାରୁ ୩.୧୩ ବିଲିୟନ ଡଲାରର ଏଫ୍‌ଡିଆଇ ଲାଭ କରିଛି। ଏହା ୨୦୧୭-୧୮ରେ ୨ ବିଲିୟନ ଡଲାର ରହିଥିଲା। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ହେଲେ ଏହା ଦ୍ୱାରା ଉୟଭ ଦେଶ ଲାଭବାନ ହୋଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ଦିଲ୍ଲୀ ଆନ୍ଦୋଳନ ସମୟରେ ଅଭିଜିତ ଦୀପ୍‌କେଙ୍କ ଘରୁ ଆସିଲା ଏହି ଦୁଃଖଦ ଖବର, ଭାଙ୍ଗିପଡ଼ିଛନ୍ତି ପୂରା ପରିବାର

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀର ଜନ୍ତରମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟି (ସିଜେପି ) ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏବଂ ଗିରଫଦାରୀ ମଧ୍ୟରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ପରିବାରରୁ ଏକ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?