୧.୦୫ ଲକ୍ଷ କୋଟି ଟଙ୍କା ନିବେଶ କରିବ ଗେଲ୍‌

ନୂଆଦିଲ୍ଲୀ, ୨୫-୨: ଦେଶର ସର୍ବବୃହତ୍ତ ଗ୍ୟାସ କମ୍ପାନୀ ଗେଲ୍‌ ଇଣ୍ଡିଆ ଲିମିଟେଡ ଆଗାମୀ ୫ ବର୍ଷରେ ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବା ନେଇ ଲକ୍ଷ୍ୟ ରଖିଛି। ପାଇପ ଲାଇନ ସମ୍ପ୍ରସାରଣ, ସହରୀ ଗ୍ୟାସ ବିତରଣ ନେଟଓ୍ବର୍କ, ପେଟ୍ରୋକେମିକାଲ ଉତ୍ପାଦନ କ୍ଷମତା ବଢାଇବା ଦିଗରେ ଏହି ନିବେଶ କରାଯିବ ବୋଲି କମ୍ପାନୀର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମନୋଜ ଜୈନ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦେଶ ମଧ୍ୟରେ ପ୍ରାକୃତିକ ବାଷ୍ପ ବାସ୍କେଟ ୬.୨% ରହିଛି। ଏହାକୁ ୨୦୩୦ ସୁଦ୍ଧା ଦେଶର ମୋଟ ଏନର୍ଜି ବ୍ରାକେଟର ୧୫%କୁ ବଢାଇବା ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି। ଏହି ଧାରାରେ ଦେଶର ପୂର୍ବଭାଗ, ଉତ୍ତର ପୂର୍ବ ଭାଗ ସହ ଦକ୍ଷିଣ ଭାଗର ଗ୍ରାହକଙ୍କୁ ଗ୍ୟାସ ପାଇପ ଯୋଗେ ଅଧିକ ସେବା ଯୋଗାଣ ନେଇ ଯୋଜନା କରାଯାଇଛି। ପାଇପ ଲାଇନ ବିଛାଇବା ଲାଗି ୪୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କାର କ୍ୟାପେକ୍ସ, ପେଟ୍ରୋକେମିକାଲ୍ସର କ୍ଷମତା ସମ୍ପ୍ରସାରଣ ଲାଗି ୧୦ ହଜାର କୋଟି ପୁଞ୍ଜି ବ୍ୟବସ୍ଥା ଏବଂ ସିଟି ଗ୍ୟାସ ଡିଷ୍ଟିବ୍ୟୁଶନ(ସିଜିଡି) ପ୍ରକଳ୍ପରେ ୪୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ ବୋଲି ସେ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ପ୍ରଦୂଶଣ ମୁକ୍ତ ଫୁଏଲ ଯୋଗାଣ ଏବଂ ପ୍ରଧାନମନ୍ତ୍ରୀଙ୍କ ଗ୍ୟାସ ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri