ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ ଯୋଗୁ ଜରିମାନା ସୁଧ ବାବଦ ୪୬ ହଜାର କୋଟି ଟଙ୍କାର ଅର୍ଥ ଏବେ ମଧ୍ୟ ଲୋକଙ୍କଠାରୁ ଆଦାୟ କରିବାକୁ ବାକି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଶିଳ୍ପ ସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ବ୍ୟବସାୟୀ ମାନେ ଇନଭଏସ ଅପ୍‌ଲୋଡ କରିବା ଲାଗି ବିଫଳ ହେଉଛନ୍ତି। ୪୪ ହଜାର କୋଟି ଟଙ୍କାର ସନ୍ଦିଗ୍ଧ ନେଣଦେଶ ହୋଇଥିବା ସରକାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଜିଏସ୍‌ଟି ତରତର ହୋଇ ଲାଗୁ କରାଇଦିଆଗଲା। ଏଥି ଲାଗି କୌଣସି ବେଟା ଟେଷ୍ଟିଂ ହୋଇନାହିଁ। ଯାହା ଫଳରେ ସାରା ଦେଶରେ ଏଭଳି ସନ୍ଦିଗ୍ଧ ନେଣଦେଣ ବଢୁଥିବା ମିତ୍ର ମତ ପ୍ରକାଶ କରିଛନ୍ତି। କେନ୍ଦ୍ରକୁ ରାଜସ୍ବ କମ୍‌ ମିଳୁଥିବାରୁ ରାଜ୍ୟଗୁଡିକ ମଧ୍ୟ କେନ୍ଦ୍ରରୁ ଭାଗ କମ୍‌ ପାଉଛନ୍ତି। ଏପଟେ ସେସ୍‌ ଏବଂ ସରଚାର୍ଜ ବଢାଯାଉଛି ଯାହାର ଲାଭ ରାଜ୍ୟଗୁଡିକୁ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri