ବାଣିଜ୍ୟ

ଦୈନିକ ରେକର୍ଡ ଭାଙ୍ଗୁଛି ସୁନା ଦର;ମହଙ୍ଗା ହୋଇଚାଲିଛି ରୁପା

ନୂଆଦିଲ୍ଲୀ,୯-୮: ସୁନା ଦର ଦୈନିକ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ସେହିପରି ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୫୫୦ ଟଙ୍କା ବୃଦ୍ଧି ପାଇ ୩୮,୪୭୦...

ଶିଳ୍ପ ଜଗତ ଚାହୁଁଛି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ,୯-୮: ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଛି। ନିବେଶ ଧାରାକୁ ପ୍ରୋତ୍ସାହିତ କରିଲେ ଏହା ଔଦ୍ୟୋଗିକ ଅଭିବୃଦ୍ଧି ସହ ଅର୍ଥନୈତିକ ଧାରାକୁ ତ୍ୱରାନ୍ବିତ କରିବ ବୋଲି ଦେଶର ଶିଳ୍ପ ଜଗତ ଆଶା ପ୍ରକଟ କରିଛି।...

ବଢ଼ିଚାଲିଛି ମାନ୍ଦାବସ୍ଥା ପ୍ରଭାବ; ଅଟୋ ସେକ୍ଟରକୁ ବଞ୍ଚାଇ ପାରିବ ୧୦% ଜିଏସ୍‌ଟି ହ୍ରାସ

ନୂଆଦିଲ୍ଲୀ,୯-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡି ଆସିଛି। ଗତ କିଛି ମାସ ହେବ ଏହି ସେକ୍ଟରର ଅବସ୍ଥା ସଙ୍ଗୀନ ହୋଇଛି। କାର୍‌, ଦୁଇଚକିଆ ଯାନ ସମେତ ସମସ୍ତ ପ୍ରକାର ଗାଡି ବିକ୍ରି କ୍ରମାଗତ କମିବାରେ ଲାଗିଛି। ଗତ ଏକ ବର୍ଷ...

ୟୁନିୟନ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୮-୮: ଅଲ୍‌ ଇଣ୍ଡିଆ ୟୁନିୟନ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ଏଆଇୟୁବିଓଏଫ୍‌) ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୩.୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ଦେବାଶିଷ ଘୋଷ, ଏଓୟୁବିଓଏ ସାଧାରଣ ସମ୍ପାଦକ ଯତିକାନ୍ତ ମହାନ୍ତି,...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା;କେନ୍ଦ୍ର ଠାରୁ ପ୍ୟାକେଜ ମାଗିଲା ଉଦ୍ୟୋଗ

ନୂଆଦିଲ୍ଲୀ,୮-୮: ଦେଶର ଅଟୋ ସେକ୍ଟର ଏବେ ବଡ଼ ଦୁର୍ଦ୍ଦିନ ଦେଇ ଗତି କରୁଛି। ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟର ଏବେ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି। ଏଥିରୁ ବର୍ତ୍ତିବା ପାଇଁ ପ୍ରମୁଖ ଅଟୋ ନିର୍ମାତା ମୁଖ୍ୟ ବୁଧବାର କେନ୍ଦ୍ର...

ସୁନା ଦର ୩୮ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ,୮-୮: ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସକାରାମତ୍କ ସଙ୍କେତ କାରଣରୁ ଦେଶର ସର୍ରାଫା ବଜାରରେ ବୁଧବାର ସୁନା ଦର ଆକାଶଛୁଅଁା ହୋଇଛି। ଘରୋଇ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ ୩୮ ହଜାର ଟଙ୍କା ନିକଟବର୍ତ୍ତୀ ହୋଇଛି। ଏହା...

ରେପୋ ରେଟ ୦.୩୫% ହ୍ରାସ

ମୁମ୍ବାଇ,୮-୮: ଅର୍ଥନୀତିକୁ ପ୍ରୋତ୍ସାହିତ କରିବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ରେପୋ ରେଟ୍‌ ୦.୩୫% ହ୍ରାସ କରିଛି। ମୁଦ୍ରାନୀତି କମିଟି(ଏମ୍‌ପିସି)ର ତିନିଦିନିଆ ବୈଠକ ଶେଷରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୁଧ ହାର ହ୍ରାସ ସମ୍ପର୍କରେ ଘୋଷଣା କରାଯାଇଛି। ଫଳରେ...

ଏସ୍‌ବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୮-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିିଆଇ ବୁଧବାର ଋଣ ଉପରେ ସୁଧ ହାର ୦.୧୫% ହ୍ରାସ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ ୦.୩୫% ହ୍ରାସ କରାଯିବା ପରେ ଏସ୍‌ବିଆଇର ଗୃହ ଓ ଅଟୋ ଋଣ ଉପରେ...

ଡିସେମ୍ବରରୁ ୨୪ଘଣ୍ଟା ମିିିଳିବ ଏନ୍‌ଇଏଫ୍‌ଟି ସୁବିଧା

ନୂଆଦିଲ୍ଲୀ,୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଜନସାଧାରଣଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି। ମୁଦ୍ରାନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଡିସେମ୍ବରରୁ ନ୍ୟାଶନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ୨୪ ଘଣ୍ଟା ବ୍ୟବହାର କରାଯାଇ ଫଣ୍ଡ ଟ୍ରାନ୍ସଫର...

ଜିଡିପି ଅନୁମାନ ହ୍ରାସ କଲା ଆର୍‌ବିଆଇ

ମୁମ୍ବାଇ,୮-୮: ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥା ଘାରିଛି ବୋଲି ସ୍ବୀକାର କରି ରିଜର୍ଭ ବ୍ୟାଙ୍କ ଜିଡିପି ଅନୁମାନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୯ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଅନୁମାନ କରିଛି। ଏମ୍‌ପିସି ବୈଠକ ଶେଷରେ...

ଜମ୍ମୁ-କଶ୍ମୀରକୁ ମିଳିବ ୧ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ,୮-୮: କେନ୍ଦ୍ର ସରକାର ପାର୍ଲାମେଣ୍ଟ ଜରିଆରେ ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଛନ୍ତି। ତେବେ ଏହି ଦୁଇ ଅଞ୍ଚଳକୁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଇ ଆର୍ଥିକ...

ସୁଷମା ସ୍ବରାଜଙ୍କ ବିୟୋଗରେ ଶିଳ୍ପ ଜଗତର ଶୋକ

ନୂଆଦିଲ୍ଲୀ,୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଶୋକ ପ୍ରକାଶ ପାଇଛି। ସୁଷମା ଜଣେ ମହାନ ନେତ୍ରୀ ଏବଂ ଭଲ ବାଗ୍ମୀ ଥିବା ଶିଳ୍ପ ଜଗତ ପକ୍ଷରୁ କୁହାଯାଇଛି। ୬୭ ବର୍ଷୀୟ ସୁଷମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri