ବଜାରରେ ରେନୋ ଇଣ୍ଡିଆର ନୂଆ ଡକ୍ଟର, ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ
ନୂଆଦିଲ୍ଲୀ,୯-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ ଏକ୍ସଟେରୀୟର, ମନଲୋଭା ଇଣ୍ଟେରିୟର ଉନ୍ନତ ଉପକରଣକୁ ସ୍ଥାନୀତ କରାଯାଇଛି। ରେନୋ ବ୍ରାଣ୍ଡକୁ ଭାରତରେ ଅଭିବୃଦ୍ଧି…
ବଜେଟକୁ ନିବେଶକଙ୍କ ନାପସନ୍ଦ
ମୁମ୍ବାଇ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ବଜେଟକୁ ଷ୍ଟକ୍ ମାର୍କେଟ ସକରାମତ୍କ ଭାବେ ଗ୍ରହଣ କରିପାରିନାହିଁ। ବଜେଟ ଉପରେ ଆଶାବାନ୍ଧିଥିବା ନିବେଶକ ନିରାଶ ହୋଇଛନ୍ତି। ଫଳସ୍ବରୂପ ଶୁକ୍ରବାର ମାର୍କେଟ ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇଥିଲା। ସୋମବାର ସପ୍ତାହର ପ୍ରଥମ କାରବାର…
୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା
ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ। କଳାଧନ କାରବାରକୁ ରୋକିବା ଲାଗି ବଜେଟରେ ଏଭଳି ବ୍ୟବସ୍ଥା ଘୋଷଣା କରାଯାଇଛି। ୨୦୧୭-୧୮ରେ ୧.୭୫…
୧୮ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଅଂଶଧନ ୭୫%କୁ ହ୍ରାସ ପାଇବ
ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ଅଂଶଧନ ହ୍ରାସ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଆୟ କରିବାକୁ ପ୍ରୟାସ ଚଳାଇଛନ୍ତି। ଏଥିଲାଗି ୧୮ ରାଷ୍ଟ୍ରାୟତ୍ତ କମ୍ପାନୀ, ସଂସ୍ଥାର ଅଂଶଧନକୁ ୭୫%କୁ ହ୍ରାସ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟର…
୧୧ ବର୍ଷରେ ବ୍ୟାଙ୍କକୁ ଦିଆଯାଇଛି ୩.୧୫ ଲକ୍ଷ କୋଟି
ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ବିଗତ ୧୧ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୩.୧୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ସୋମବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ନଗଦର ଅଭାବ ଉପରେ ଆଗତ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ…
ସଭରେନ ବଣ୍ଡ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବ: ଶକ୍ତିକାନ୍ତ
ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ସଭରେନ ବଣ୍ଡ ମାଧ୍ୟମରେ ବିଦେଶରୁ ଋଣ କରିବେ। ଏଥିଲାଗି ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର ପ୍ରକାଶ କରିଛନ୍ତି। ବଜେଟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ…
ଏଫ୍ପିଆଇଙ୍କ ଉପରେ ଟିକସର ସ୍ପଷ୍ଟୀକରଣ ଅନାବଶ୍ୟକ: ସୀତାରାମନ୍
ନୂଆଦିଲ୍ଲୀ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର କହିଛନ୍ତି ଯେ, ଫରେନ ପୋର୍ଟଫୋଲିଓ ଇନ୍ଭେଷ୍ଟର(ଏଫ୍ପିଆଇ)ଙ୍କ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟିକସ ବୋଝ ସଂକ୍ରାନ୍ତରେ ଆଉ କୌଣସି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ। ବଜେଟରେ ୨-୫ କୋଟି ଟଙ୍କା ଆୟ ଉପରେ…
କାର୍, ବାଇକ ଟାୟାରରେ ନାଇଟ୍ରୋଜେନ୍ ଭରିବା ହେବ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୯-୭: ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କେନ୍ଦ୍ର ସରକାର ଟାୟାର ଗୁଣବତ୍ତାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାବ୍ୟତୀତ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି କରିବାକୁ ଆଗାମୀ ଦିନରେ ବାଧ୍ୟତାମୂଳକ କରାଯିିବ। ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ…
ତୈଳ କମ୍ପାନୀ ମିଶ୍ରଣ ଯୋଜନା ନାହିଁ
ନୂଆଦିଲ୍ଲୀ,୯-୭: ଦେଶର ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକୁ ମିଶ୍ରଣ ନେଇ କୌଣସି ଯୋଜନା ବର୍ତ୍ତମାନ ନାହିଁ। ଏ ସଂକ୍ରାନ୍ତ କୌଣସି ପ୍ରସ୍ତାବ ଉପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ବିଚାର କରୁନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ…
ଧାମରା ଏଲ୍ଏନ୍ଜି ପ୍ରକଳ୍ପରେ ଗେଲ୍, ଆଇଓସିଏଲ୍ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ
ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍ଏନ୍ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍) କୌଣସି ନିବେଶ କରି ନାହାନ୍ତି। ଏହି ପ୍ରକଳ୍ପ ୫୦୦୦ କୋଟି ଟଙ୍କା ନିବେଶରେ ନିର୍ମାଣ…
ତେଜସ୍ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ୍
ନୂଆଦିଲ୍ଲୀ, ୯-୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ। ବିମାନରେ ମିଳୁଥିବା ସମସ୍ତ ପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ସରକାରଙ୍କ ୧୦୦…
କୟର ଇଣ୍ଡିଆର ନୂଆ ଶୋ’ରୁମ
ଭୁବନେଶ୍ୱର,୯-୭(ବ୍ୟୁରୋ): କୟର ଇଣ୍ଡିଆର ନୂଆ ଷ୍ଟୋର ସ୍ଥାନୀୟ ଖାରବେଳ ନଗରଠାରେ ସୋମବାର ଶୁଭାରମ୍ଭ ହୋଇଛି। ଏହାକୁ ଷ୍ଟୋରର ସ୍ବତ୍ତ୍ୱାଧିକାରୀ ରଶ୍ମିରଞ୍ଜନ ପାତ୍ର,ଓ୍ବେଲସ୍ପନ ଫ୍ଲୋରିଂ ଗ୍ଲୋବାଲ ବ୍ରାଣ୍ଡସ ଲିମିଟେଡର ସାଧାରଣ ପ୍ରବନ୍ଧକ ଅନୀଲ ଝା, ସ୍ପ୍ରିଙ୍ଗ ଏୟାର ବେଡିଙ୍ଗ କମ୍ପାନୀ ଇଣ୍ଡିଆ ଲିମିଟେଡର…

