ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି;ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ଼ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ତଳିତଳାନ୍ତ କଲାଣି। କ୍ରମାଗତ ଦଶମ ମାସ ହେଲା ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି। ଗାଡ଼ି ନିର୍ମାଣକାରୀ ସଂଗଠନ ସିଆମ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାସେଞ୍ଜର ଗାଡ଼ି ବିକ୍ରି ଗତବର୍ଷର ଏହି ଅବଧି ତୁଳନାରେ ଅତ୍ୟନ୍ତ କମ୍‌ ରହିଛି। ପ୍ରାୟ ସମସ୍ତ କମ୍ପାନୀର ଗାଡ଼ି(ଦୁଇ, ତିନି ଓ ୪ ଚକିଆ) ବିକ୍ରି ସର୍ବାଧିକ ହ୍ରାସ ପାଇଛି। ସିଆମ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାସେଞ୍ଜର ଗାଡ଼ି ବିକ୍ରି ଗତବର୍ଷ ଅପେକ୍ଷା ୩୧.୫୭ ପ୍ରତିଶତ ହ୍ରାସ ପାଇ ୧,୯୬,୫୨୪ ରହିଛି। ଗତବର୍ଷ ଏହି ସମୟରେ ୨,୮୭, ୧୯୮ ଗାଡ଼ି ବିକ୍ରି ହୋଇଥିଲା। ଗାଡ଼ି ବିକ୍ରିର ଏହା ଦୀର୍ଘ ୨୧ ବର୍ଷର ସର୍ବନିମ୍ନ ସ୍ତର। ୧୯୯୭-୯୮ପରେ ଗାଡ଼ି ବିକ୍ରି ଅଗଷ୍ଟ ମାସରେ ସର୍ବନିମ୍ନ ସ୍ତର ଛୁଇଁଛି। ସେହିପରି ବାଇକ ବିକ୍ରି ୩ ବର୍ଷର ସର୍ବନିମ୍ନ ସ୍ତର ଛୁଇଁସାରିଲାଣି। ସିଆମ ପକ୍ଷରୁ ସୋମବାର ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ,ଅଗଷ୍ଟରେ ଘରୋଇ ବଜାରରେ କାର୍‌ ବିକ୍ରି ୪୧.୦୯ ପ୍ରତିଶତ ହ୍ରାସ ପାଇ ୧,୧୫,୯୫୭ ରହିଛି, ଯାହା କି ବର୍ଷକ ପୂର୍ବରୁ ଏହି ସମୟରେ ୧,୯୬,୮୪୭ ଥିଲା। ଏହି ଅବଧିରେ ଦୁଇଚକିଆ ଯାନ ବିକ୍ରି ୨୨.୨୪% କମିଛି ଏବଂ ୧୫,୧୪,୧୯୬ ଗାଡ଼ି ବିକ୍ରି ହୋଇଛି। ବର୍ଷକ ପୂର୍ବରୁ ଏହି ମାସରେ ଦେଶରେ ୧୯,୪୭,୩୦୪ ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲା। ତନ୍ମଧ୍ୟରୁ କେବଳ ମୋଟର ସାଇକେଲ ବିକ୍ରି ୨୨.୩୩% ହ୍ରାସ ପାଇ ୯,୩୭,୪୮୬ ରହିଛି। ବର୍ଷକ ପୂର୍ବରୁ ୨୦୧୮ ଅଗଷ୍ଟରେ ୧୨,୦୭,୦୦୫ ବାଇକ ବିକ୍ରି ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟରେ କମର୍ସିଆଲ ଗାଡ଼ି ବିକ୍ରି ୩୮.୭୧ ପ୍ରତିଶତ ହ୍ରାସ ପାଇ ୫୧,୮୯୭ ରହିଛି। ଏଣୁ ସମସ୍ତ ପ୍ରକାର ଗାଡ଼ି ବିକ୍ରିକୁ ହିସାବକୁ ନେଲେ ଅଗଷ୍ଟରେ ମୋଟ ଗାଡ଼ି ବିକ୍ରି ୨୩.୫୫% ହ୍ରାସ ପାଇ ୧୮,୨୧,୪୯୦ ରହିଛି। ପୂର୍ବ ବର୍ଷ ଏହି ସମୟରେ ୨୩,୮୨,୪୫୬ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ଭାରି ଯାନ ବିକ୍ରି ୫୪.୩% କମି ୧୫,୫୭୩ରେ ପହଞ୍ଚତ୍ଛି। ଅନୁରୂପ ଭାବେ ହାଲୁକା ବାଣିଜି୍ୟକ ଯାନ ବିକ୍ରି ଗତବର୍ଷ ଅପେକ୍ଷା ୨୮% ହ୍ରାସ ପାଇ ୩୬,୩୨୪ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri