ବାଣିଜ୍ୟ

ପାମ୍‌ ତେଲ ରପ୍ତାନି ବନ୍ଦ କରିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ,୨୪।୪: ବିଶ୍ୱର ସର୍ବବୃହତ୍‌ ପାମ୍‌ ଅଏଲ୍‌ ଉତ୍ପାଦନକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ତୈଳ ରପ୍ତାନି ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଜୋକୋ ଭିଡୋଡୋ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଆଗାମୀ ଘୋଷଣା ପର୍ଯ୍ୟନ୍ତ ଲାଗୁହେବ।…

ଫ୍ୟୁଚର ଗ୍ରୁପ୍‌ ସହ ଚୁକ୍ତି ବାତିଲ କଲା ଆର୍‌ଆଇଏଲ୍‌

ନୂଆଦିଲ୍ଲୀ,୨୪।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ ସହ ନିଜର ୨୪,୭୧୩ କୋଟି ଟଙ୍କାର କାରବାରକୁ ବାତିଲ କରି ଦିଆଯାଇଛି। ଏହି କାରବାରକୁ ଋଣଦାତାଙ୍କ ବୈଠକରେ ମଞ୍ଜୁରୀ ମିଳି ନ ଥିବାରୁ ଏହାକୁ ଆଉ ଆଗକୁ ବଢ଼ାଯିବନାହିଁ ବୋଲି…

ଏଲ୍‌ଆଇସି ଆଇପିଓ ଆକାରରେ ହ୍ରାସ

ନୂଆଦିଲ୍ଲୀ,୨୪।୪: ଭାରତୀୟ ଜୀବନବୀମା ନିଗମ ବୋର୍ଡ ପକ୍ଷରୁ ରାଷ୍ଟ୍ରାୟତ୍ତ ଫାର୍ମର ପ୍ରାରମ୍ଭିକ ସାର୍ବଜନିନ ଅଫରିଂ (ଆଇପିଓ)ର ଆକାର ହ୍ରାସ କରିବାକୁ ଅନୁମୋଦନ କରାଯାଇଛି। ନିୟାମକ ଅନୁମୋଦନ ଅନୁସାରେ ସରକାର ଏଲ୍‌ଆଇସିରେ ନିଜର ୩.୫% ଅଂଶଧନକୁ ୨୧,୦୦୦ କୋଟି ଟଙ୍କାରେ ବିକ୍ରି କରିବେ।…

ଟାଟାର ଗାଡ଼ି ଦର ବୃଦ୍ଧି

ନୂଆଦିଲ୍ଲୀ, ୨୪।୪: ଅଗ୍ରଣୀ କାର୍‌ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ତାର ଗାଡ଼ିଗୁଡ଼ିକର ଦାମ୍‌ରେ ହାରାହାରି ୧.୧% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ପକ୍ଷରୁ ଏନେଇ ଶନିବାର ଜାରି କରାଯାଇଥିବା ଏକ ବୟାନରେ ଗାଡ଼ିଗୁଡ଼ିକର ନିର୍ମାଣ ଖର୍ଚ୍ଚରେ ବୃଦ୍ଧି…

ପାମ୍‌ ଅଏଲ୍‌ ରପ୍ତାନୀ ଉପରେ କଟକଣା, ବଢ଼ିଲା ଭାରତର ଚିନ୍ତା…

ଜାକର୍ତ୍ତା/ନୂଆଦିଲ୍ଲୀ, ୨୩।୪ : ପାମ୍‌ ତେଲ ଉତ୍ପାଦନ କ୍ଷେତ୍ରରେ ଇଣ୍ଡୋନେସିଆ ବିଶ୍ୱର ଶୀର୍ଷରେ ରହିଛି। ଏହା ସତ୍ତ୍ୱେ ଦେଶରେ ପାମ୍‌ ତେଲ ସଙ୍କଟ ଦେଇଛି। ଇଣ୍ଡୋନେସିଆରେ ଘରୋଇ ଖାଇବା ତେଲର ମୂଲ୍ୟ ପୂର୍ବରୁ ବୃଦ୍ଧି ପାଇଥିବା ବେଳେ ଏବେ ମଧ୍ୟ ଏହା…

ତୈଳ ଉତ୍ପାଦନରେ ହ୍ରାସ

ନୂଆଦିଲ୍ଲୀ, ୨୧।୪: ଗତ ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୨୧-୨୨ରେ ଭାରତର ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ଅଏଲ୍‌ ଆଣ୍ଡ୍‌ ନାଚୁରାଲ୍‌ ଗ୍ୟାସ୍‌ କର୍ପୋରେଶନ (ଓଏନ୍‌ଜିସି)ଗୁଡ଼ିକ ଲକ୍ଷ୍ୟଠାରୁ କମ୍‌ ତୈଳ ଉତ୍ପାଦନ କରିଥିବା ଏହାର ପ୍ରମୁଖ କାରଣ। ଗତ ଆର୍ଥିକ…

ଚାର୍ଜିଂ ଷ୍ଟେଶନ ପ୍ରତିଷ୍ଠା କରିବ ହିରୋ ଇଲେକ୍‌ଟ୍ରିକ୍‌

ନୂଆଦିଲ୍ଲୀ,୨୧।୪: ଆସନ୍ତା ବର୍ଷ ସୁଦ୍ଧା ୫୦,୦୦୦ ସଂଖ୍ୟକ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) ଚାର୍ଜିଂ ଷ୍ଟେଶନ ପ୍ରତିଷ୍ଠା ପାଇଁ ବୋଲ୍ଟ ସହିତ ହାତ ମିଳାଇଛି ହିରୋ ଇଲେକ୍‌ଟ୍ରିକ୍‌। ଅଗ୍ରଣୀ ଇଭି ଚାର୍ଜିଂ ନେଟ୍‌ଓ୍ବାର୍କ ‘ବୋଲ୍ଟ’ ସହିତ ପାର୍ଟନରଶିପ୍‌ ସମ୍ପର୍କରେ ହିରୋ ଇଲେକ୍‌ଟ୍ରିକ୍‌ ପକ୍ଷରୁ…

ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…

ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ, ଚାକିରୀ ବଜାର ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବାରେ ଲାଗିଛି। ଇତିମଧ୍ୟରେ ବିଭିନ୍ନ କମ୍ପାନୀ ସେମାନଙ୍କର…

ଫେମା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୪: ଦେଶର ସର୍ବବୃହତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ୨୦% ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ (ଏଫ୍‌ଡିଆଇ) ହୋଇପାରିବ। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଫେମା)ର ନିୟମରେ ପରିବର୍ତ୍ତନ ଅଣାଯାଇଛି। ଏହି ପରିବର୍ତ୍ତନ ଦ୍ୱାରା…

ନାଚୁରାଲ୍‌ ଗ୍ୟାସ୍‌ ଆବଣ୍ଟନ ବନ୍ଦ କଲେ ସରକାର

ନୂଆଦିଲ୍ଲୀ,୧୮।୪: ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କ୍ଷେତ୍ରରୁ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁଟର (ସିଜିଡି) କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ୍‌ର ନୂତନ ଆବଣ୍ଟନ ବନ୍ଦ କରି ଦିଆଯାଇଛି। ଫଳରେ ଏହି କ୍ଷେତ୍ରରେ ୨ଲକ୍ଷ କୋଟି ଟଙ୍କାର ନିୟୋଜିତ ନିବେଶର ବ୍ୟବହାରକୁ ନେଇ ସନ୍ଦେହ…

ଇଭିରେ ପ୍ରବେଶ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୧୮।୪: ଭାରତରେ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ବର୍ତ୍ତମାନ ଇଭି ସେଗ୍‌ମେଣ୍ଟରେ କମ୍ପାନୀକୁ ଯୋଡ଼ିବା ପାଇଁ ଯୋଜନା ଆରମ୍ଭ କରିଛି। ଏ ସମ୍ପର୍କରେ…

ଆଜିଠୁ ବଦଳିବ ଟ୍ରେଡିଂ ସମୟ

ନୂଆଦିଲ୍ଲୀ,୧୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର ରେଗୁଲେଟେଡ୍‌ ମାର୍କେଟ୍‌ ଅର୍ଥାତ୍‌ ନିୟାମକ ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ ଆଣିଛନ୍ତି। ଆର୍‌ବିଆଇର ସୂଚନା ଅନୁସାରେ, ଶେୟାର ବଜାରର ନୂଆ ଟାଇମ୍‌ଟେବୁଲ୍‌ ଆଜିଠାରୁ (ସୋମବାର) ଲାଗୁ ହେବ। ଆଗରୁ ଏହା ୧୦ଟାରୁ ଖୋଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?