ଯୋଗ-ଆୟୁର୍ବେଦ ଏକ ଜନ ଆନ୍ଦୋଳନ

ନୂଆଦିଲ୍ଲୀ,୫ା୮ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ତଥା ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ୫୦ ତମ ଜନ୍ମଦିବସ ପରିପ୍ରେକ୍ଷୀରେ ସ୍ବର୍ଣ୍ଣ ଜୟନ୍ତୀ ମହୋତ୍ସବ ବା ଜଡ଼ିବୁଟ ଦିବସ ଭାବେ ପାଳନ କରାଯାଇଥିଲା। ଏପରିକି ସ୍ବାଧୀନତାର ୭୫ତମ ବର୍ଷ ଅବସରରେ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ଦ୍ୱାରା ରଚିତ ୭୫ଟି ଲେଖା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ସେହିଭଳି ବିଭିନ୍ନ ରୋଗର ଚିକିତ୍ସା ପାଇଁ ୫୧ଟି ନୂତନ ଔଷଧର ଲୋକାର୍ପଣ କରାଯାଇଥିଲା।
ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟପାଳ ଏଲ୍‌ଜି ଗୁରୁମିତ ସିଂହ ବାଲ୍‌କ୍ରିଷ୍ଣାଙ୍କର ୫୦ ତମ ଜନ୍ମଦିନରେ ଆଚାର୍ଯ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ସ୍ବାମୀ ରାମଦେବ କହିଛନ୍ତି, ଭାରତୀୟ ଜ୍ଞାନ କ୍ଷେତ୍ରରେ ଆୟୁର୍ବେଦ ପରମ୍ପରାରେ ସମ୍ମାନିତ ଆଚାର୍ଯ୍ୟ କେବଳ ଇତିହାସ ଲେଖି ନାହାନ୍ତି ବରଂ ଇତିହାସ ସୃଷ୍ଟି କରିଛନ୍ତି। ସ୍ବାଧୀନତାର ୭୫ତମ ବର୍ଷ ଅବସରରେ ୭୫ଟି ପୁସ୍ତକ ପତଞ୍ଜଳିରୁ ଗ୍ରହଣ କରାଯାଉଛି। ଆଜି ତିନୋଟି ବଡ କାମ ଏକାସାଙ୍ଗରେ କରାଯାଉଛି। ପ୍ରଥମ- ଭାରତୀୟ ଜ୍ଞାନ ପରମ୍ପରାରେ ଏକ ନୂତନ ଅବଦାନ, ଯାହା ଆଗାମୀ ସମୟରେ, ଯେତେବେଳେ ବି ଆୟୁର୍ବେଦର ଇତିହାସ ହଜାର ହଜାର ବର୍ଷ ସ୍ମରଣୀୟ ହୋଇ ରହିବ,ଆଚାର୍ଯ୍ୟଙ୍କର ଅବଦାନ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଦ୍ୱିତୀୟ- ଆୟୁର୍ବେଦରେ ଅନେକ ରୋଗ ବିଷୟରେ ଉଲ୍ଲେଖ କରାଯାଇ ନ ଥିଲା, ସମୟ ସହ ରୋଗ ବଢ଼ିବାରେ ଲାଗିଲା, ସେମାନଙ୍କ ଚିକିତ୍ସା ପାଇଁ ୫୧ଟି ନୂତନ ଔଷଧ ତିଆରି କରି ପତଞ୍ଜଳି ମାଧ୍ୟମରେ ଔଷଧ କ୍ଷେତ୍ରରେ ବହୁତ ବଡ଼ କାର୍ଯ୍ୟ ଚାଲିଛି। ପତଞ୍ଜଳି ମାଧ୍ୟମରେ ଆମେ ଆମର ପୂର୍ବଜମାନେ ଦେଇଥିବା ଜ୍ଞାନରେ ନୂତନ ଜ୍ଞାନ, ନୂତନ ଅନୁସନ୍ଧାନ, ନୂତନ ଆଧ୍ୟାତ୍ମିକ ଅଭ୍ୟାସ ଏବଂ ନୂତନ ସେବା ଅନ୍ତର୍ଭୁକ୍ତ କରିଛୁ। ଆଜି ଯୋଗ-ଆୟୁର୍ବେଦ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ତୃତୀୟ-ଭାରତୀୟ ଶିକ୍ଷା ବୋର୍ଡ ଗଠନ ଯେଉଁଠାରେ ଗୋଟିଏ ପଟେ ସମଗ୍ର ବିଶ୍ୱ ଶିକ୍ଷାର ନୂତନ ଦିଗ ଖୋଜୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?