ମାଲାବାର ପକ୍ଷରୁ ଛାତ୍ରୀ ବୃତ୍ତି ପ୍ରଦାନ

ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ଓଡ଼ିଶା ୟୁନିଟ୍‌ (ଭୁବନେଶ୍ୱର)ର ଶହୀଦନଗର ଷ୍ଟୋର ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧, କମଳା ନେହେରୁ ମହିଳା ମହାବିଦ୍ୟାଳୟ (କେଏନ୍‌ଡବ୍ଲ୍ୟୁସି)ର କ୍ୟାମ୍ପସ ପରିସରରେ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ର ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଏମ୍‌ସିର କର୍ପୋରେଟର ରାଜକିଶୋର ଦାସ, ଆସିଆ ବେଗମ, କମଳା ନେହେରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ପଟ୍ଟନାୟକ ଏବଂ ମାଲାବାର ଶହୀଦନଗର ଷ୍ଟୋର ହେଡ୍‌ ମିଃ.ଅସ୍‌ନାଫ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ମାଲାବାରର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ମୋଟ ୨୧୫ଜଣ ଛାତ୍ରୀଙ୍କୁ ୧୭,୬୪,୦୦୦ ଟଙ୍କାର ଛାତ୍ର ବୃତ୍ତି ପ୍ରଦାନ କରାଯାଇଥିଲା। ବି

ଶେଷ କରି ଏହି ବୃତ୍ତି ଯୋଗ୍ୟ ଛାତ୍ରୀମାନଙ୍କୁ ଉଚ୍ଚତର ଶିକ୍ଷା ପାଇଁ ବେଶ୍‌ ସହାୟକ ହେବ। ଏହା ଜରିଆରେ ବାର୍ଷିକ ୬ରୁ ୧୦ ହଜାର ଲେଖାଏଁ ଟଙ୍କା ପ୍ରତି ବର୍ଷ କିଛି ସ୍ବତନ୍ତ୍ର ନିୟମାବଳୀ ଅନୁସାରେ ଛାତ୍ରୀମାନଙ୍କୁ ପ୍ରଦାନ କରାଯିବ। ଅପରପକ୍ଷରେ ମାଲାବାର ଗ୍ରୁପ୍‌ ତା’ର ବ୍ୟବସାୟର ୫% ଲାଭାଂଶ ସମାଜ ମଙ୍ଗଳ କାର୍ଯ୍ୟରେ ବିନିଯୋଗ କରିଥାଏ। ବିଶେଷକରି ଗୃହନିର୍ମାଣ, ସ୍ବାସ୍ଥ୍ୟସେବା, ପରିବେଶ ସମ୍ପର୍କିତ କାର୍ଯ୍ୟକ୍ରମ, ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଏବଂ ମହିଳା ସଶକ୍ତୀକରଣ ଭଳି ପ୍ରମୁଖ କ୍ଷେତ୍ରରେ ମାଲାବାର ତା’ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ବିଗତ ୨୦ବର୍ଷ ହେବ ଜାରି ରଖିଛି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଷ୍ଠାନ ଉଭୟ ସମାଜ ମଙ୍ଗଳ ଓ ଲୋକ ସମ୍ପର୍କ ବୃଦ୍ଧି କରିପାରୁଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏଥିରେ ଉଭୟ ମାଲାବାର ଏବଂ କମଳା ନେହେରୁ ମହାବିଦ୍ୟାଳୟର ସବୁ ବର୍ଗର କର୍ମଚାରୀ ଏବଂ ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଷ୍ଟୋରର ମୁଖ୍ୟ ବାଣିଜି୍ୟକ ଅଧିକାରୀ ସିଦ୍ଧେଶ୍ୱର ରଥ ଓ ଅନ୍ୟମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri