ରିୟଲମି ଆଣିଲା ନୂଆ ସି୨ ସ୍ମାର୍ଟଫୋନ
ଭୁବନେଶ୍ୱର,୧୬-୬(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ଓଡ଼ିଶା ବଜାରରେ ନୂଆ ସି୨ ସ୍ମାର୍ଟଫୋନ ମଡେଲର ପ୍ରବେଶ କରାଯାଇଛି। ସ୍ଥାନୀୟ ଶହୀଦନଗରସ୍ଥିତ ଲକ୍ଷ୍ମୀ ମୋବାଇଲ ଏବଂ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟର ଟି-ସିରିଜ ଷ୍ଟୋରରେ ନୂଆ ମଡେଲଟିର ଉନ୍ମୋଚନ ହୋଇଥିଲା। ରିୟଲମିର ଓଡ଼ିଶା…
ବିଏସ୍-୬ ପ୍ରମାଣପତ୍ର ଲାଭକଲା ହିରୋ
ନୂଆଦିଲ୍ଲୀ,୧୫-୬ : ହିରୋ ମୋଟୋକର୍ପ ଦେଶର ପ୍ରଥମ କମ୍ପାନୀ ଭାବେ ଏହାର ଦୁଇ ଚକିଆ ଯାନ ଲାଗି ବିଏସ୍-୬ ପ୍ରମାଣପତ୍ର ଲାଭ କରିଛି। କମ୍ପାନୀର ସ୍ପ୍ଲେଣ୍ଡର ଆଇସ୍ମାର୍ଟ ମୋଟର ସାଇକେଲ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଅଟୋମୋଟିଭ ଟେକ୍ନୋଲୋଜି ପକ୍ଷରୁ ଟାଇପ ଆପ୍ରୁଭାଲ…
ପିତୃଦିବସ ଲାଗି କଲ୍ୟାଣ ଜୁଏଲର୍ସର ଗହଣା ସମ୍ଭାର
ନୂଆଦିଲ୍ଲୀ,୧୫-୬ : ପିତୃ ଦିବସ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ଗହଣା ସମ୍ଭାର ଆରମ୍ଭ କରାଯାଇଛି। କମ୍ପାନୀ ଏହାର ମେନସଓ୍ବେର ଡିଜାଇନ ମଧ୍ୟରେ ସ୍ପୋର୍ଟ,ଡ୍ରେସି ଏବଂ କ୍ଳାସି ଭଳି ବର୍ଗ ସାମିଲ କରିଛି। ଏହା ମଧ୍ୟରେ ମୁଦି, ଡାଇମଣ୍ଡ ଷ୍ଟଡେଡ…
ଯେସାକୁ ତେସା ନୀତି : ଆମେରିକା ସାମଗ୍ରୀରେ ଟାରିଫ ବଢ଼ାଇବ ଭାରତ
ନୂଆଦିଲ୍ଲୀ,୧୫-୬: ନିକଟରେ ଭାରତ ଠାରୁ ଆମେରିକା ଜିଏସ୍ପି ପ୍ରତ୍ୟାହାର କରିଛି। ପୂର୍ବରୁ ଭାରତରୁ ଆମଦାନୀ ହେଉଥିବା କେତେକ ପ୍ରକାରର ଇସ୍ପାତ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ ବୃଦ୍ଧି କରିଥିଲା। ଆମେରିକାକୁ ଜବାବ ଦେବା ଲାଗି ଭାରତ ମଧ୍ୟ ‘ଯେସାକୁ ତେସା…
ଫୋବର୍ସ ତାଲିକା:୨୦୦୦ ଶୀର୍ଷ କମ୍ପାନୀଙ୍କ ମଧ୍ୟରେ ୫୭ ଭାରତୀୟ ସାମିଲ
ନୂଆଦିଲ୍ଲୀ,୧୫-୬: ପ୍ରଖ୍ୟାତ ଫୋବର୍ସ ପତ୍ରିକା ପକ୍ଷରୁ ବିଶ୍ୱର ଶୀର୍ଷ ୨୦୦୦ କମ୍ପାନୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସମେତ ୫୭ ଭାରତୀୟ କମ୍ପାନୀ ସାମିଲ ହୋଇଛନ୍ତି। ଏହି ତାଲିକାରେ ହାଇସିଂ ଫାଇନାନ୍ସ କ୍ଷେତ୍ରରେ ଶୀର୍ଷ ଭାରତୀୟ କମ୍ପାନୀ…
ବଜେଟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଭେଟିବେ ମୋଦି ୨୦ରେ ଆଲୋଚନା
ନୂଆଦିଲ୍ଲୀ,୧୫-୬: ବଜେଟ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ୫ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଦେଶର ଅର୍ଥନୀତିକୁ ତ୍ୱରାନ୍ବିତ କରିବା ତଥା ଅଧିକ ନିଯୁକ୍ତି ସୃଷ୍ଟି ନେଇ ଏହି ବୈଠକରେ ଆଲୋଚନା ହେବ।…
ପାଇକାରୀ ମୁଦ୍ରାସ୍ଫୀତି ୨୨ ମାସର ସର୍ବନିମ୍ନ ସ୍ତରରେ
ନୂଆଦିଲ୍ଲୀ,୧୫-୬: ପାଇକାରୀ ମୁଦ୍ରାସ୍ଫୀତି ହାର ମେ’ରେ ୨.୪୫% ରେକର୍ଡ କରାଯାଇଛି। ଏହା ୨୨ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ଏହା ୧.୮୮% ରହିଥିଲା। ଖାଦ୍ୟପଦାର୍ଥ ଏବଂ ଇନ୍ଧନ, ବିଜୁଳି ମୂଲ୍ୟ କମିବା କାରଣରୁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ…
ସମାଧାନ ହେବ ଜେଟ୍ ଏୟାରଓ୍ବେଜ୍ ସମସ୍ୟା
ନୂଆଦିଲ୍ଲୀ,୧୫-୬: ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍ ଏୟାରଓ୍ବେଜ୍କୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମୁହଁ ଖୋଲିଛନ୍ତି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ…
ଏଟିଏମ୍ରେ ଟଙ୍କା ନ ଥିଲେ ବ୍ୟାଙ୍କକୁ ଜରିମାନା : ୩ଘଣ୍ଟାରୁ ଅଧିକ ସମୟ ଖାଲିଥିଲେ କାର୍ଯ୍ୟାନୁଷ୍ଠାନ
ମୁମ୍ବାଇ,୧୫-୬: ଆଗାମୀ ଦିନରେ ଖାଲି ଏଟିଏମ୍ ଆଉ ଦେଖିବାକୁ ମିଳିବନି। ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଏଟିଏମ୍ରେ ଟଙ୍କା ନ ଥିଲେ ସମ୍ପୃକ୍ତ ବ୍ୟାଙ୍କକୁ ଏଥିପାଇଁ ଭାରି ଜରିମାନା ଗଣିବାକୁ ପଡ଼ିବ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…
ଜେଇଇ ଆଡଭାନ୍ସରେ ଆକାଶ ଛାତ୍ରୀଛାତ୍ରଙ୍କ ସଫଳତା
ଭୁବନେଶ୍ୱର,୧୫-୬:ଚଳିତ ବର୍ଷର ଜେଇଇ ଆଡଭାନ୍ସରେ ଆକାଶ କୋଚିଂ ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ର଼୍ୟାଙ୍କ ୫୧ ସହ ପ୍ରତିଷ୍ଠାନର ଛାତ୍ର ସାୟନ୍ତନ ଧର ଓଡ଼ିଶା ଟପ୍ପର ହୋଇଛନ୍ତି। ସେହିଭଳି ଆକାଶ ଆଇଆଇଟି ଜେଇଇର ସର୍ବଭାରତୀୟ ର଼୍ୟାଙ୍କ ୫୮ରେ ଶିବାଶିଷ…
ଏଫ୍ବିବିର ଓ୍ବିକେଣ୍ଡସ୍ ଆର୍ ଟ୍ରାଏଡେଜ୍
ଭୁବନେଶ୍ୱର,୧୫-୬(ବ୍ୟୁରୋ): ଫ୍ୟୁଚର ଗ୍ରୁପର ଲୋକପ୍ରିୟ ଫ୍ୟାଶନ ଡେଷ୍ଟିନେଶନ ଏଫ୍ବିବି ପକ୍ଷରୁ ଓ୍ବିକେଣ୍ଡସ ଆର୍ ଟ୍ରାଏଡେଜ୍ ଶୁଭାରମ୍ଭ ହୋଇଛି। ଏହା ଜୁନ ୧୪(ଶୁକ୍ରବାର)ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରତି ସପ୍ତାହ ଶେଷ ଦିନଗୁଡିକୁ ଫ୍ୟାଶନ ସପିଂ ଓ୍ବିକେଣ୍ଡ ଭାବେ ପାଳନ କରାଯିବ। ଏହି…
ନାଲ୍କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ
ଭୁବନେଶ୍ୱର,୧୫-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍କେ) ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ଲାଭ କରିଛି। ପ୍ରମୁଖ ଇକ୍ୱିଟି ଇନଭେଷ୍ଟମେଣ୍ଟ ପତ୍ରିକା ଦଲାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ନାଲ୍କୋକୁ ୨୦୧୮ ବର୍ଷ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ୫…
Archives


