ପାଇକାରୀ ମୁଦ୍ରାସ୍ଫୀତି ୨୨ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୫-୬: ପାଇକାରୀ ମୁଦ୍ରାସ୍ଫୀତି ହାର ମେ’ରେ ୨.୪୫% ରେକର୍ଡ କରାଯାଇଛି। ଏହା ୨୨ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ଏହା ୧.୮୮% ରହିଥିଲା। ଖାଦ୍ୟପଦାର୍ଥ ଏବଂ ଇନ୍ଧନ, ବିଜୁଳି ମୂଲ୍ୟ କମିବା କାରଣରୁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ପରିସଂଖ୍ୟାନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟରେ କୁହାଯାଇଛି ଯେ, ପାଇକାରୀ ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ଏପ୍ରିଲରେ ୩.୦୭% ରହିଥିଲା ଏବଂ ଗତବର୍ଷ ମେ’ରେ ଏହା ୪.୭୮% ଥିଲା। ଫୁଡ୍‌ ବାସ୍କେଟରେ ମେ’ରେ ପାଇକାରୀ ମୁଦ୍ରାସ୍ଫୀତି ୬.୯୯%, ପନିପରିବା ୩୩.୧୫%, ପିଆଜ (-)୩.୪୩%, ଆଳୁ(-)୨୩.୩୬%, ଇନ୍ଧନ ଏବଂ ଶକ୍ତି ୦.୯୮% ଓ ମାନୁଫାକ୍‌ଚରିଂ ପ୍ରଡକ୍ଟ ୧.୨୮% ରହିଛି। ସୂଚନାଯୋଗ୍ୟ ଯେ, ପରିସଂଖ୍ୟାନ ବିଭାଗ ପକ୍ଷରୁ ବୁଧବାର ଜାରି ଖୁଚୁରା ମୁଦ୍ରାସ୍ଫୀତି ହାର ଜାରି କରାଯାଇଥିଲା। ମେ’ରେ ଏହା ୩.୦୫%କୁ ବୃଦ୍ଧି ପାଇଛି, ଯାହା କି, ଗତ ୭ ମାସରେ ସର୍ବାଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri