ବାଣିଜ୍ୟ

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ ଗମ୍ଭୀର: ଅଗଷ୍ଟରେ ମାରୁତି ବିକ୍ରି ୩୩% ହ୍ରାସ

ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ ହେଉ ନ ଥିବା ମନେ ହେଉଛି। କାରଣ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି…

ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦର ବଢ଼ିଲା;ବିମାନ ଇନ୍ଧନ ଦର କମିଲା

ନୂଆଦିଲ୍ଲୀ,୨-୯: ତୈଳ କମ୍ପାନୀଙ୍କ ପକ୍ଷରୁ ରବିବାର ବିମାନ ଇନ୍ଧନ(ଏଟିଏଫ୍‌୍‌) ଦର ହ୍ରାସ ଘୋଷଣା କରାଯାଇଥିବା ବେଳେ ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି କରାଯାଇଛି। ପେଟ୍ରୋଲିୟମ କମ୍ପାନୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତରେ କୁହାଯାଇଛି ଯେ, ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର…

ଜିଡିପି ପରେ ସରକାରଙ୍କୁ ଜିଏସ୍‌ଟି ଝଟକା;ଅଗଷ୍ଟରେ ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଲା

ନୂଆଦିଲ୍ଲୀ,୨-୯: ମୋଟ ଘରୋଇ ଉତ୍ପାଦ(ଜିଡିପି)ହାର ୫%କୁ ହ୍ରାସ ପାଇବା ପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ କ୍ଷେତ୍ରରେ ମୋଦି ସରକାରଙ୍କୁ ଆଉ ଏକ ଝଟକା ଲାଗିଛି। ଅଗଷ୍ଟରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ତଳକୁ ଖସି ଆସିଛି।…

ଟ୍ରେଡ ଓ୍ବାର ଘନେଇଲା;ଚାଇନା-ଆମେରିକା ଅତିରିକ୍ତ ଟାରିଫ୍‌ ବୃଦ୍ଧି କଲେ

ଓ୍ବାଶିଂଟନ/ବେଜିଂ,୨-୯: ଆମେରିକା ଓ ଚାଇନା ମଧ୍ୟରେ ଚଳିତ ମାସରେ ବାଣିଜ୍ୟ ଯୁଦ୍ଧ ନେଇ ଆଲୋଚନା ଆରମ୍ଭ ହେବାକୁ ଯାଉଥିବା ବେଳେ ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆସୁଥିବା ୧୨୫ ବିଲିୟନ ଡଲାର ସାମଗ୍ରୀ ଉପରେ ୧୫% ଅତିରିକ୍ତ ଆମଦାନୀ…

ବ୍ୟାଙ୍କ ମହାମିଶ୍ରଣକୁ ନେଇ ସୀତାରାମନ୍‌ଙ୍କ ପ୍ରତିକ୍ରିୟା;କେହି ଚାକିରି ହରାଇବେ ନାହିଁ

ଚେନ୍ନାଇ,୨-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ହେବ ବୋଲି ଘୋଷଣା କରିସାରିଛନ୍ତି। ଏହାଦ୍ୱାରା କର୍ମଚାରୀ ଛଟେଇ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଅର୍ଥମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି…

ଧୂପବତି ଆମଦାନୀ ଉପରେ ଜାରି ହେଲା କଟକଣା

ନୂଆଦିଲ୍ଲୀ,୧-୯: ଦେଶରେ ଧୂପବତି ଆମଦାନୀ ଅହେତୁକ ବୃଦ୍ଧି ପାଇଥିବା ବେଳେ ଏଥିରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏହା ଉପରେ କଟକଣା ଜାରି କରିଛନ୍ତି। ଏଣିକି ଧୂପବତୀ ଆମଦାନୀକାରୀଙ୍କୁ ଏଥିପାଇଁ ଲାଇସେନ୍ସ ନେବାକୁ ହେବ। ଏ ସମ୍ପର୍କରେ ବୈଦେଶିକ ବାଣିଜ୍ୟ…

ଏୟାର ଇଣ୍ଡିଆରେ ଅର୍ଥ ସଙ୍କଟ; ତେଲ ନ ଦେବାକୁ ତୈଳ କମ୍ପାନୀଙ୍କ ଧମକ

ନୂଆଦିଲ୍ଲୀ,୧-୯: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଅର୍ଥ ସଙ୍କଟ ଅତ୍ୟନ୍ତ ଗମ୍ଭୀର ହୋଇଛି। ବିମାନ ଇନ୍ଧନ ବାବଦରେ କମ୍ପାନୀ ତୈଳ ମାର୍କେଟିଂ କମ୍ପାନୀ(ଓଏମ୍‌ସି)ଙ୍କୁ ବକେୟା ବାବଦରେ ଅର୍ଥ ଦେଇ ପାରୁନାହାନ୍ତି। ଏହି କାରଣରୁ ସେମାନେ ସେପ୍ଟେମ୍ବର ୬ରୁ ଆହୁରି ଦୁଇଟି…

ବ୍ୟାଙ୍କ ମହାମିଶ୍ରଣ: ପ୍ରଯୁକ୍ତି, ମାନବସମ୍ବଳ ପରିଚାଳନା ହେବ ସବୁଠୁ ବଡ଼ ଆହ୍ବାନ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ଘୋଷଣା କରିଛନ୍ତି। ନେକ୍ସଟ ଜେନେରେଶନ ବ୍ୟାଙ୍କ ବା ପରବର୍ତ୍ତୀ ପିଢ଼ିର ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କିନ୍ତୁ ମହାମିଶ୍ରଣ କାମରେ…

କଳାଧନ ବିରୋଧରେ ଲଢ଼େଇ; ଆଜିଠୁ ମିଳିବ ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ,୧-୯: ମୋଦି ସରକାରଙ୍କ କଳାଧନ ବିରୋଧରେ ଲଢ଼େଇ ଆହୁରି ଜୋର୍‌ଦାର ହେବାକୁ ଯାଉଛି। ରବିବାରଠାରୁ ସୁଇସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ ସିଧାସଳଖ ଆୟକର ବିଭାଗ ନିକଟରେ ପହଞ୍ଚତ୍ବ। ଭାରତ ଓ ସୁଇଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ୍‌ ସୂଚନା ସ୍ବତଃ ଆଦାନପ୍ରଦାନ…

ମୋବାଇଲ ଓ୍ବାଲେଟ କଓ୍ବୋଇସି; ୬ ମାସ ସମୟ ବଢ଼ାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମୋବାଇଲ ଓ୍ବାଲେଟ ଲାଗି କଓ୍ବୋଇସି(ନୋ ୟୋର କଷ୍ଟମର) ଦାଖଲ କରିବା ସମୟସୀମାକୁ ଆହୁରି ୬ ମାସ ବଢ଼ାଇ ଦେଇଛି। ପୂର୍ବରୁ ଏହା ଚଳିତ ମାସ ୩୧ ଯାଏ ଥିଲା। ଏହାଦ୍ୱାରା ପ୍ରିପେଡ୍‌ ଓ୍ବାଲେଟ ଜାରି କରୁଥିବା…

ଡିଜିଟାଲ ଇଣ୍ଡିଆରେ ସରକାରଙ୍କୁ ସହାୟତା କରିବ ଗୁଗଲ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ‘ବିଲ୍ଡ ଫର୍‌ ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଶୀର୍ଷ କମ୍ପାନୀ ଗୁଗଲ ଏଦିଗରେ ସହାୟତାର ହାତ ବଢ଼ାଇଛି। କମ୍ପାନୀ କେନ୍ଦ୍ର ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ…

ବ୍ୟାଙ୍କ ମହାମିଶ୍ରଣରୁ ଛଟେଇ ଭୟ; ଆଶ୍ୱସନା ସତ୍ତ୍ୱେ ବିକ୍ଷୋଭରେ ସାମିଲ ହେଲେ କର୍ମଚାରୀ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ଶୁକ୍ରବାର ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବଡ଼ ଧରଣର ସଂସ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରକାଶ କରିଛନ୍ତି। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?