ଜେଇଇ ଆଡଭାନ୍ସରେ ଆକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୫-୬:ଚଳିତ ବର୍ଷର ଜେଇଇ ଆଡଭାନ୍ସରେ ଆକାଶ କୋଚିଂ ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ର଼୍ୟାଙ୍କ ୫୧ ସହ ପ୍ରତିଷ୍ଠାନର ଛାତ୍ର ସାୟନ୍ତନ ଧର ଓଡ଼ିଶା ଟପ୍ପର ହୋଇଛନ୍ତି। ସେହିଭଳି ଆକାଶ ଆଇଆଇଟି ଜେଇଇର ସର୍ବଭାରତୀୟ ର଼୍ୟାଙ୍କ ୫୮ରେ ଶିବାଶିଷ ନାୟକ, ୮୩ତମ ର଼୍ୟାଙ୍କରେ ପ୍ରତୀକ ଚୌଧୁରୀ ରହିଛନ୍ତି। ସର୍ବଭାରତୀୟ ୧୦୦ ର଼୍ୟାଙ୍କ ମଧ୍ୟରେ ଓଡ଼ିଶାର ୩ ଛାତ୍ରୀଛାତ୍ର ସ୍ଥାନିତ ହୋଇଥିବା ବେଳେ ଏହା ୧୫ ବର୍ଷ ମଧ୍ୟରେ ପ୍ରଥମ ବୋଲି ଭୁବନେଶ୍ୱର ଆକାଶ ଆଇଆଇଟି-ଜେଇଇର ନିର୍ଦ୍ଦେଶକ ଏ.ବି.ସିଂ ସୂଚନା ଦେଇଛନ୍ତି। ସେହିଭଳି କ୍ୟାଟେଗୋରୀ-୬ ର଼୍ୟାଙ୍କରେ ଥିବା ଜ୍ଞାନ ପ୍ରକାଶ ବେରିଆ ଆକାଶ ଜେଇଇରେ ପଠନରତ ଥିଲେ ବୋଲି ସେ ସୂଚନା ଦେଇଛନ୍ତି। ସାୟନ୍ତନ ଆଇଆଇଟି ଖଡଗପୁର ଜୋନରେ ୫ମ ସ୍ଥାନରେ ରହିଛନ୍ତି। ଏ.ବି.ସିଂଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଉକ୍ତ ପ୍ରତିଷ୍ଠାନର ଛାତ୍ରୀଛାତ୍ର ନିଟ୍‌ ,ଏମ୍ସ ଏବଂ ଜେଇଇ ମେନ୍‌ ଏବଂ ଆଡଭାନ୍ସରେ ପ୍ରଦର୍ଶନଧାରା ଉନ୍ନତ ରହିଥିବା ପ୍ରତିଷ୍ଠାନ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri