କ୍ଷମତାକୁ ଆସିଲେ ପ୍ରଥମେ ଜାତି ଜନଗଣନା: ରାହୁଲ

ବଲାଙ୍ଗୀର,୧୬ା୫(ବୀରେନ୍ଦ୍ର କୁମାର ଝାଙ୍କର)ଦେଶରେ ଗରିବ, ଖଟିଖିଆ, ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ଚାଷୀ ମୂଲିଆଙ୍କୁ ଉଚିତ ଭାଗୀଦାରି ମିଳୁନାହିଁ। ସେମାନେ କେବଳ ଜିଏସ୍‌ଟି ଦେଉଛନ୍ତି। ତେବେ ଏହି ପରମ୍ପରାକୁ ବଦଳାଇବାକୁ ହେବ। ୨୦୨୪ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସରକାର କ୍ଷମତାକୁ ଆସିଲେ ପ୍ରଥମେ ଜାତି ଜନଗଣନା ହେବ। କଂଗ୍ରେସ ତା’ର ଇସ୍ତାହାରରେ ପ୍ରଥମେ ଏହାକୁ ଉଲ୍ଲେଖ କରିଛି। ଏହାଦ୍ୱାରା ଦେଶରେ କେଉଁ ବର୍ଗର କେତେ ଲୋକ ଅଛନ୍ତି ଏବଂ କାହାର କେତେ ଭାଗୀଦାରି ରହିବ ତାହା ଜଣାପଡ଼ିଯିବ। ଏହାପରେ ଜନତାଙ୍କ ରାଜନୀତି ଆରମ୍ଭ ହୋଇଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ କହିଛନ୍ତି। କିନ୍ତୁ ରାହୁଲ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ବିରୋଧରେ ଆଦୌ କିଛି କହିନାହାନ୍ତି। ରାହୁଲ କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ସେମାନେ ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ବଦଳାଇଦେବେ ବୋଲି କହିଛନ୍ତି। ଭାଜପାର ବଡ଼ ନେତାମାନେ ଏହି କଥା କହୁଛନ୍ତି। ତେବେ ଭାଜପା କଥା ଛାଡ଼ନ୍ତୁ, ଦୁନିଆର କୌଣସି ଶକ୍ତି ଆମର ଏଇ ସମ୍ବିଧାନକୁ ଛୁଇଁପାରିବେ ନାହିଁ। ଯଦି କେହି ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରନ୍ତି, ତେବେ କଂଗ୍ରେସ ଏବଂ ଦେଶବାସୀ ସେମାନଙ୍କୁ ଉଚିତ ଜବାବ ଦେବେ।

ସେ ଆହୁରି କହିଛନ୍ତି, ଭାଜପା ନେତାମାନେ ନିର୍ବାଚନ ଜିତିଲେ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦେବେ। ଆମ୍ବେଡକର, ଗାନ୍ଧୀ ଏବଂ ନେହେରୁ ଯେଉଁ ଦଳିତ, ଆଦିବାସୀ ଏବଂ ପଛୁଆବର୍ଗଙ୍କୁ ସଂରକ୍ଷଣ ମାଧ୍ୟମରେ ଅସ୍ତ୍ର ଦେଇଛନ୍ତି ସେଇ ଅସ୍ତ୍ରକୁ ଶେଷ କରିଦିଆଯିବାକୁ ପ୍ରୟାସ ଚାଲିଛି। ଭାଜପା ଦେଶର ପବ୍ଲିକ୍‌ ସେକ୍ଟରଗୁଡ଼ିକୁ ପୁଞ୍ଜିପତିମାନଙ୍କୁ ବିକ୍ରି କରିଦେଇଛି। ମାତ୍ର ୨୨ ଜଣଙ୍କର ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ଏହି ଟଙ୍କା ୨୪ ବର୍ଷର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ଟଙ୍କା ସହ ସମାନ। କୃଷକ, ଛାତ୍ରଙ୍କ ଋଣ ଛାଡ଼ କରି ନ ଥିବା କିମ୍ବା ଛୋଟ ବ୍ୟବସାୟୀଙ୍କୁ ଋଣ ଦେଇ ନ ଥିବା ଭାଜପା ସରକାର ଦେଶରେ ୨୨-୨୫ ଜଣ ବଡ଼ ଧନୀ ଲୋକଙ୍କ ଋଣ ଛାଡ଼ କରିଚାଲିଛନ୍ତିି। ଫଳରେ ଦେଶର ଗରିବ ଲୋକ ଓ ଚାଷୀ ଋଣ ବୋଝରେ ପଡ଼ିଛନ୍ତି। ଦେଶରେ ୫୦ ପ୍ରତିଶତ ପଛୁଆ ବର୍ଗ, ୧୫ ପ୍ରତିଶତ ଦଳିତ, ୮ ପ୍ରତିଶତ ଆଦିବାସୀ, ୧୫ ପ୍ରତିଶତ ସଂଖ୍ୟାଲଘୁ ଶ୍ରେଣୀ ଏବଂ ୫ ପ୍ରତିଶତ ଗରିବ ସାଧାରଣ ବର୍ଗର ଲୋକ ଅଛନ୍ତି। ଦେଶର ଏହି ୯୦ ପ୍ରତିଶତ ଲୋକଙ୍କ କୌଣସି କ୍ଷେତ୍ରରେ ଭାଗୀଦାରି ନାହିଁ। ଗଣମାଧ୍ୟମ ଏବଂ ଟିଭିରେ କେବଳ ଅମ୍ବାନୀ ଘରର ବିବାହ, ମୋଦିଜୀଙ୍କ ୨୪ ଘଣ୍ଟିଆ ଭିଡିଓ ଦେଖିବାକୁ ମିଳୁଛି। ମାତ୍ର ଦେଶର ଚାଷୀ, ମୂଲିଆ, ବେରୋଜଗାରି ଯୁବକଙ୍କ କଥା ଦେଖାଯାଉନାହିଁ। ଚାଷୀ ମରିଗଲେ କି ଆତ୍ମହତ୍ୟା କଲେ ଗଣମାଧ୍ୟମରେ ଆଉ ଆସୁନାହିଁ ବୋଲି ରାହୁଲ ସମାଲୋଚନା କରିଛନ୍ତି।
ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ କୋଟିଏ ଲୋକଙ୍କୁ ଲକ୍ଷପତି କରାଯିବ ବୋଲି ରାହୁଲ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ। ସେହି ଗରିବ ପରିବାରରୁ ଜଣେ ମହିଳାଙ୍କୁ ବାର୍ଷିିକ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ। ଜୁଲାଇ ୪ରୁ ପ୍ରଥମ ମାସର କିସ୍ତି ଆକାରରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୮୫୦୦ ଟଙ୍କା ଆସିଯିବ। ସେହିଭଳି ୩୦ ଲକ୍ଷ ସରକାରୀ ଚାକିରି ଯାହା ଖାଲି ପଡ଼ିଛି ତାହା ଯୁବକଙ୍କୁ ଦିଆଯିବ। ଯୁବକଙ୍କ ପାଇଁ ପ୍ରଥମ ଚାକିରି ପକ୍କା କରାଯିବ। ବେକାର ଗ୍ରାଜୁଏଟ୍‌ଙ୍କୁ ୧ ବର୍ଷିଆ ଚାକିରି ଦିଆଯିବ। ବେକାର ଗ୍ରାଜୁଏଟ୍‌ଙ୍କୁ ମାସିକ ୮୫୦୦ ଟଙ୍କା ଦିଆଯିବ। ଚାଷୀଙ୍କ ପାଇଁ ଧାନ, ଗହମ, ଆଖୁ, ପନିପରିବାର ସର୍ବନିମ୍ନ ସହାୟକ ମୂଲ୍ୟ ଆଇନତଃ ଧାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ରାହୁଲ ବଲାଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀର ଏମ୍‌ପି ପ୍ରାର୍ଥୀ ଓ ୭ଜଣ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। କଂଗ୍ରେସର ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ବିଧାୟକ ନରସିଂହ ମିଶ୍ର କ୍ରାନ୍ତି ନାରା ଦେଇଥିଲେ। ସଭାରେ ବଲାଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀର ଏମ୍‌ପି ପ୍ରାର୍ଥୀ ମନୋଜ ମିଶ୍ର, ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଅନୀଲ ମେହେର, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଓମ୍‌ପ୍ରକାଶ କୁମ୍ଭାର ଯୋଗଦେଇଥିଲେ। ଏହାଛଡ଼ା ସୋନପୁର ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ , ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ଜିଲା ସଭାପତି ଅଶୋକ ନନ୍ଦ, ନାରୀ ନେତ୍ରୀ ମୀନାକ୍ଷୀ ନଟରାଜନ୍‌, ଭକ୍ତ ଦାସ, କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ତାରାପ୍ରସାଦ ବାହିନୀପତି ଓ ଅନ୍ୟ ମାନ୍ୟଗଣ୍ୟ ନେତା ଉପସ୍ଥିତ ଥିଲେ। ସଭା ପୂର୍ବରୁ ମନୋହରପୁର ହେଲିପ୍ୟାଡ୍‌ରୁ ରାହୁଲ ଗାନ୍ଧୀଙ୍କୁ ଏକ ବିଶାଳ ବାଇକ୍‌ ରାଲିରେ ସହର ପରିକ୍ରମା କରାଯାଇ ସଭାସ୍ଥଳକୁ ନିଆଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?