ଖାଦାନ ମାଲିକଙ୍କ ନାଁରେ ରୁଜୁ ହେବ ମାମଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ସମସ୍ତ ବ୍ୟକ୍ତିଙ୍କ ଜୀବନ ବହୁମୂଲ୍ୟ ବୋଲି ରାଜ୍ୟ ସରକାରଙ୍କ ବିଶ୍ୱାସ ରହିଛି। ତେଣୁ ବେଆଇନ କଳାପଥର ଖାଦାନରେ ଅତଡ଼ା ଖସି ପ୍ରାଣ ହରାଇଥିବା ଶ୍ରମିକଙ୍କ ପାଇଁ ଦାୟୀ ଅଧିକାରୀ ଓ ଖାଦାନ ମାଲିକଙ୍କ ନାମରେ ଆପରାଧିକ ମାମଲା ରୁଜୁ କରାଯାଇ ପାରିବ। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ପଥର ଖାଦାନରେ ଅତଡା ଖସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତ ନିଜ ଆଡୁ(ସୋ ମୋଟୋ) ୨୫୦/୨୦୨୩ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଲୋକାୟୁକ୍ତ ସେକ୍ରେଟାରି (ଜୁଡିସିଆଲ)ଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଖାଦାନ ମାଲିକ ଜେନାପୁର ଥାନା ରଗଡିପୋଷି ଗ୍ରାମର ଗଙ୍ଗାଧର ଓଝାଙ୍କୁ ଆଇନ ଅନୁସାରେ ନୋଟିସ ଜାରି ହୋଇ ଜବାବ ଦେବାକୁ ନିର୍ଦ୍ଦେଶ ହୋଇଛି। ଏମାନେ ୬ ସପ୍ତାହ ମଧ୍ୟରେ ନିଜର ମତାମତ ରିପୋର୍ଟ ଦାଖଲ କରିବେ। ପରବର୍ତ୍ତୀ ଶୁଣାଣି ୨୩ା୧୧ା୨୦୨୩ରେ କରାଯିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।
ଲୁଣିବର ପାହାଡ ପଥର ଖାଦାନରେ ଗତ ମେ ମାସ ୩୧ ତାରିଖ ମଧ୍ୟରାତ୍ରିରେ ଅପୁ ରାଉତ ଓ ଶାନ୍ତନୁ ଖିଲାର ନାମକ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବେଆଇନ ଖାଦାନରୁ ଏକ୍ସାଭେଟର ସହାୟତାରେ କଳାପଥର ଉତ୍ତୋଳନ ସମୟରେ ଏହି ଘଟଣା ଘଟିଥିଲା। ଏଥିରେ ଅପୁ ରାଉତ ଅପରେଟର ଏବଂ ଶାନ୍ତନୁ ଖିଲାର ସହାୟକ ଭାବେ କାମ କରୁଥିଲେ। ଏକ ହେଭି ମେଶିନ ଖୋଲାଖୋଲି ଭାବେ ବେଆଇନ କଳାପଥର ଖାଦାନରେ ବ୍ୟବହାର ହେଉଥିଲା। ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଉକ୍ତ ଘଟଣା ଘଟିବା ପରେ ମଧ୍ୟ ପ୍ରଶାସନିକସ୍ତରେ ବେଆଇନ ଖାଦାନ ବୋଲି ଦର୍ଶାଯାଇ ନ ଥିଲା। ଏନେଇ ଧରିତ୍ରୀ ଏବଂ ଓଡିଶାପୋଷ୍ଟରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ନେଇ ଓଡିଶା ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁ କରିବା ସହ ୫ା୬ା୨୦୨୩ରେ କଟକ ଭିିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଘଟଣା ଉପରେ ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ୨୫ା୯ା୨୦୨୩ରେ ପ୍ରାଥମିକ ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଲୁଣିବର ପାହାଡର ବିଏସ୍‌କ୍ୟୁ ନମ୍ବର-୫ ଖାଦାନର ଲିଜଧାରୀ ଗଙ୍ଗାଧର ଓଝା ବିଏସ୍‌କ୍ୟୁ ନମ୍ବର-୨ ଖାଦାନରେ ବେଆଇନ ଭାବେ କଳାପଥର ଉତ୍ତୋଳନ କରୁଥିବା ସମୟରେ ଦୁର୍ଘଟଣା ଘଟି ୨ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ଏହି ବେଆଇନ କାର୍ଯ୍ୟରେ ୩୨୩ଡି୩ ନମ୍ବର ହାଇଡ୍ରୋଲିକ ଏକ୍ସାଭେଟର ମେଶିନ ବ୍ୟବହାର କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଆଲୋଚନା କରିବାକୁ ବାରମ୍ବାର ଉଦ୍ୟମ କରିଥିଲେ ହେଁ ଲିଜ୍‌ଧାରୀ ଗଙ୍ଗାଧର ଓଝା କୌଣସି ସହାୟତା କରି ନ ଥିଲେ। ଏପରିକି ତଦନ୍ତକୁ ମନା କରି ଦେଇଥିଲେ। ଏହାବାଦ କୌଣସି ସରକାରୀ ଅଧିକାରୀ ଗଙ୍ଗାଧର ଓଝାଙ୍କ ଏହି ବେଆଇନ ଖାଦାନ ସମ୍ପର୍କରେ ସୂଚନା ଦେଇ ନ ଥିଲେ। ତେଣୁ ଲୋକାୟୁକ୍ତ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ଦାୟୀ କରିବା ସହ ଲିଜ୍‌ଧାରୀ ଗଙ୍ଗାଧର କେମିତି ଖୋଲାଖୋଲି ଭାବେ ହେଭି ହାଇଡ୍ରୋଲିକ ଏକ୍ସାଭେଟର ମେଶିନ ବ୍ୟବହାର କରିପାରିଲେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରାକୃତିକ ଖଣି ସମ୍ପଦକୁ ସୁରକ୍ଷା ଦେବାକୁ ସରକାରୀ ଅଧିକାରୀ ନିୟୋଜିତ ଥାଇ ମଧ୍ୟ ସେମାନେ ଏଥିରେ ବିଫଳ ହୋଇଛନ୍ତି ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri