Posted inଜାତୀୟ

ଏନ୍‌ଆର୍‌ଆଇ ଯାତ୍ରୀଙ୍କ ନାଁରେ ମାମଲା

ମୁମ୍ବାଇ,୧୩ା୩: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରିବା ସହ ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶନିବାର ଉଡ଼ନ୍ତା ବିମାନରେ ଅସୁବିଧା ସୃଷ୍ଟି କରିବା ଅଭିଯୋଗରେ ମୁମ୍ବାଇ ସଦର ଥାନାରେ ୩୭ ବର୍ଷୀୟ ରମାକାନ୍ତଙ୍କ ବିରୋଧରେ ଆଇପିସିର ଧାରା ୩୩୬ ସମେତ ବିମାନ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

ବିମାନରେ ଧୂମପାନ କରିବା ଲାଗି ଅନୁମତି ନାହିଁ। ଅଭିଯୁକ୍ତ ଯାତ୍ରୀ ବିମାନ ବାଥ୍‌ରୁମ୍‌ରେ ସିଗାରେଟ ଲଗାଇବାରୁ ଆଲାର୍ମ ବାଜିଥିଲା। କ୍ରିଉ ସଦସ୍ୟ ତାଙ୍କ ପାଖକୁ ଯିବାରୁ ସେ ସେମାନଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ। ଏଥିସହିିତ ଯାତ୍ରୀ ଜଣକ ବିମାନ ଡୋର ଖୋଲିବାକୁ ଉଦ୍ୟମ କରିଥିଲେ ବୋଲି କ୍ରିଉ ସଦସ୍ୟ କହିଛନ୍ତି। ତାଙ୍କର ଏଭଳି କାର୍ଯ୍ୟରେ ବିମାନ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। କର୍ମଚାରୀମାନେ ତାଙ୍କୁ ସିଟ୍‌ରେ ବାନ୍ଧିଦେବା ପରେ ମଧ୍ୟ ସେ ମୁଣ୍ଡ ପିଟିବା ସହ ଚିତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାତୃତ୍ୱ ଯୋଜନାର ଲାଭ ଉଠାଇବା ପାଇଁ ମୃତ ଶିଶୁ ବଦଳରେ ଅଟା ପିଣ୍ଡୁଳାକୁ ନେଇ ହସ୍ପିଟାଲ ଗଲେ ମହିଳା

ଭୋପାଳ,୨୪।୮: ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ୩ଜଣ ମହିଳା ନିଜର ମାତୃତ୍ୱ ଭାବନାକୁ ବି ବଳି ପକାଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ମା’ ହେବା ଜଣେ...

ଏମ୍‌ପି ଦାନିଶ ଅଲିଙ୍କୁ କରୋନା: ଗୋଟିଏ ଦିନ ପୂର୍ବରୁ ଗୃହରେ ଥିଲେ ଉପସ୍ଥିତ

ନୂଆଦିଲ୍ଲୀ,୨୧।୧୨:ବହୁଜନ ସମାଜ ପାର୍ଟି ଏମ୍‌ପି ଦାନିଶ ଅଲି କରୋନା ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଟିକାକରଣର ଉଭୟ...

ବିବାହ କରୁଛନ୍ତି କି, ଏଣିକି ଜଗିବ ପୋଲିସ

ମନାଲି,୨୯।୭: ହିମାଚଳ ପ୍ରଦେଶର ପର୍ଯ୍ୟଟନ ସହର ମନାଲିରେ ବିବାହ ଉତ୍ସବ ଏବେ ପ୍ରଶାସନ ଏବଂ ପୋଲିସର ତତ୍ତ୍ୱାବଧାନରେ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନାଲି...

ପୁଣି ଛାନିଆ କଲାଣି କରୋନା: ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୩୫୪ ମୃତ

ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

ଗରିବଙ୍କୁ ଆହାର ଲାଗି ଜମି ବିକିଲେ

ବେଙ୍ଗାଲୁରୁ,୨୬।୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ପରେ କାମଧନ୍ଦା ହରାଇ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କଲେ,କଳା ଶର୍ଟ ପିନ୍ଧିବା ପରିବର୍ତ୍ତେ ଆମେ ଉପର ଅଦାଲତ ଯିବୁ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଏମ୍‌ପିମାନେ କଳା ପୋଷାକ...

ନାମାଙ୍କନ ପତ୍ର ଦାଖଲ କଲେ ଟିବ୍ରେୱାଲ

କୋଲକାତା,୧୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ସୋମବାର ଭବନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ

ନୂଆଦିଲ୍ଲୀ,୭।୭: ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ନୂଆ ମନ୍ତ୍ରୀଗଣ। ଏହି ଅବସରରେ ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...

Advertisement
Archives

Model This Week