ପାରାସେଲିଂ କରି ପ୍ରେରଣା ସାଜିଲେ ଦୃଷ୍ଟିବାଧିତ ବାପିନା

କୋଣାର୍କ,୧୩ା୩ (ଡି.ଏନ୍‌.ଏ.): ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆର ଆଲୋକ ଦେଖିପାରେ ନାହିଁ ସତ, କିନ୍ତୁ ସେ ସାରା ଦୁନିଆକୁ ଆଲୋକ ଦେଖାଇପାରିଥାଏ। ସେମାନଙ୍କ ପାଖରେ ଥିବା ସୁପରପାଓ୍ବାରକୁ ନେଇ ସେମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବି ରହିଛି, ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ନୟାଗଡ଼ ଜିଲା ଶରଣକୁଳ ଭିକାରିପଡ଼ା ଗ୍ରାମର ଦୃଷ୍ଟିବାଧିତ ବାପିନା ନାୟକ। ସମୁଦ୍ର ପତନଠାରୁ ୩୩୦ ଫୁଟ ଉଚ୍ଚରେ ଏକାକୀ ଆକାଶରେ ଉଡ଼ି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଶତପ୍ରତିଶତ ଦୃଷ୍ଟିବାଧିତ ବାପିନା ଅନେକ ଦିନରୁ ଆକାଶରେ ଉଡ଼ିବା ପାଇଁ ସ୍ବପ୍ନ ଦେଖିଥିଲେ। ରବିବାର କୋଚ୍‌ ତ୍ରିଲୋଚନ ବେଉରା ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ କୋଣାର୍କସ୍ଥିତ ଇକୋ ରିଟ୍ରିଟ୍‌ର ବେଳାଭୂମିରେ ପାରାସେଲିଂ ଦ୍ୱାରା ବାପିନା ଆକାଶକୁ ଲଙ୍ଘିପାରିଥିଲେ। ଏଭଳି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିବାରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ। କିଛିମାସ ପୂର୍ବେ ସେ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ନିକଟରେ ଥିବା ୧୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ଼କୁ ସଫଳତାର ସହ ଚଢ଼ି ଜାତୀୟ ପତାକା ଉଡ଼ାଇବା ପାଇଁ ସକ୍ଷମ ହୋଇଥିଲେ। ଏବେ ପାରାସେଲିଂ କରି ଦିବ୍ୟାଙ୍ଗମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଏନେଇ ବାପିନା କହିଛନ୍ତି, ଜୀବନରେ କେବେ ବି ଆଶା ଛାଡ଼ିବା କଥା ନୁହେଁ। ଯେଉଁ କାମ କରୁଛନ୍ତି ସେଥିପାଇଁ ଧୈର୍ଯ୍ୟ ଓ ସାହସ ଦରକାର। ଦିବ୍ୟାଙ୍ଗ ହେଲେ ବି ଆମେ କୌଣସି ଗୁଣରେ କମ୍‌ ନୋହୁଁଁ। କେବଳ ସହଯୋଗ ମିଳିବା ଆବଶ୍ୟକ। ବାପିନାଙ୍କୁ ଏ କ୍ଷେତ୍ରରେ ତାଙ୍କର କୋଚ୍‌, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚନ୍ଦ୍ରଶେଖର ପାଲ୍‌, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ

ଖଇରା, ୧୫ା୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ଜିଲା ପରିଷଦ ପ୍ରାର୍ଥିନୀ ରଶ୍ମିତା...

ଗଞ୍ଜାମରେ ହେବ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ସର୍ଭେ

ଛତ୍ରପୁର,୧୩ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ। ଜିପିଏସ୍‌ ଓ ଡିଜିପିଏସ୍‌ ମାଧ୍ୟମରେ ଏହି ହାଇଟେକ୍‌ ସର୍ଭେ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ...

ଶ୍ରୀମନ୍ଦିର ଗର୍ଭଗୃହ, ମହାପ୍ରଭୁଙ୍କ ଫଟୋ ଭାଇରାଲ

ପୁରୀ ଅଫିସ,୨୦।୧୧: ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇ୍‌ଛି। କିନ୍ତୁ ଏଥର ଶ୍ରୀମନ୍ଦିର ପରିସରର କାୈଣସି ସ୍ଥାନ ନୁହେଁ। ବରଂ ଶ୍ରୀମନ୍ଦିର...

ଚୋର ଧରିବାକୁ ବୁଲିଲା ଖଟ

ଭଦ୍ରକ ଅଫିସ, ୨।୩- ଡିଜିଟାଲ ଯୁଗରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚୋର ଧରିବାକୁ ଲୋକେ ଗାଁରେ ବୁଲାଇଲେ ଖଟ। ରବିବାର ଭଦ୍ରକ ଗ୍ରାମାଞ୍ଚଳ ଥାନା...

‘ପ୍ରୋତ୍ସାହନ ନ ମିଳିଲେ ବୁଡ଼ିଯିବ ଛଉନୃତ୍ୟ’

କଟକ ଅଫିସ,୧୪।୩: ଓଡ଼ିଶା ମାଟିର ନିଜସ୍ବ ଲୋକନୃତ୍ୟ ହେଉଛି ଛଉ। ମୟୂରଭଞ୍ଜରେ ଏହି କଳାର ଉତ୍ପତ୍ତି। ଭାରତର ସମସ୍ତ ଲୋକନୃତ୍ୟଗୁଡ଼ିକ ଭିତରେ ଛଉନୃତ୍ୟର ସ୍ଥାନ ମଧ୍ୟ...

ବିନା ସୁରକ୍ଷାରେ ଶିକ୍ଷକ ଜଗିଛନ୍ତି ସଙ୍ଗରୋଧ କେନ୍ଦ୍ର

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଶିକ୍ଷକମାନେ ବିନା ସୁରକ୍ଷାରେ ପାଳି କରି ସଙ୍ଗରୋଧ କେନ୍ଦ୍ର ଜଗୁଛନ୍ତି। କେତକ ସ୍କୁଲରେ ପାଚେରୀ ନ ଥିବାବେଳେ ଆଉକେତେକ ସ୍କୁଲରେ ପରିମଳ...

ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ...

ଯନ୍ତ୍ରୀଙ୍କ ଅଗୋଚରରେ ଚାଲିଛି ପୂର୍ତ୍ତ ବିଭାଗ କାର୍ଯ୍ୟ

ନାଉଗାଁ,୨୨।୩(ସ୍ବ.ପ୍ର.): ନାଉଗାଁ ବ୍ଲକ ଦେଇ ବାଲି ଭଉଁରୀ-ଶିଖରଘାଟ, କୋକିଢ଼ିହ-ତେଲସରା ରାସ୍ତା ସଂଯୋଗ କରୁଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଜଗତ୍‌ସିଂହପୁର ଡିଭିଜନ ଅଧୀନରେ ରହିଛି। କୋକିଡିହ-ତେଲସରା...

Advertisement
Archives

Model This Week