ପାରାସେଲିଂ କରି ପ୍ରେରଣା ସାଜିଲେ ଦୃଷ୍ଟିବାଧିତ ବାପିନା

କୋଣାର୍କ,୧୩ା୩ (ଡି.ଏନ୍‌.ଏ.): ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆର ଆଲୋକ ଦେଖିପାରେ ନାହିଁ ସତ, କିନ୍ତୁ ସେ ସାରା ଦୁନିଆକୁ ଆଲୋକ ଦେଖାଇପାରିଥାଏ। ସେମାନଙ୍କ ପାଖରେ ଥିବା ସୁପରପାଓ୍ବାରକୁ ନେଇ ସେମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବି ରହିଛି, ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ନୟାଗଡ଼ ଜିଲା ଶରଣକୁଳ ଭିକାରିପଡ଼ା ଗ୍ରାମର ଦୃଷ୍ଟିବାଧିତ ବାପିନା ନାୟକ। ସମୁଦ୍ର ପତନଠାରୁ ୩୩୦ ଫୁଟ ଉଚ୍ଚରେ ଏକାକୀ ଆକାଶରେ ଉଡ଼ି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଶତପ୍ରତିଶତ ଦୃଷ୍ଟିବାଧିତ ବାପିନା ଅନେକ ଦିନରୁ ଆକାଶରେ ଉଡ଼ିବା ପାଇଁ ସ୍ବପ୍ନ ଦେଖିଥିଲେ। ରବିବାର କୋଚ୍‌ ତ୍ରିଲୋଚନ ବେଉରା ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ କୋଣାର୍କସ୍ଥିତ ଇକୋ ରିଟ୍ରିଟ୍‌ର ବେଳାଭୂମିରେ ପାରାସେଲିଂ ଦ୍ୱାରା ବାପିନା ଆକାଶକୁ ଲଙ୍ଘିପାରିଥିଲେ। ଏଭଳି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିବାରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ। କିଛିମାସ ପୂର୍ବେ ସେ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ନିକଟରେ ଥିବା ୧୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ଼କୁ ସଫଳତାର ସହ ଚଢ଼ି ଜାତୀୟ ପତାକା ଉଡ଼ାଇବା ପାଇଁ ସକ୍ଷମ ହୋଇଥିଲେ। ଏବେ ପାରାସେଲିଂ କରି ଦିବ୍ୟାଙ୍ଗମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଏନେଇ ବାପିନା କହିଛନ୍ତି, ଜୀବନରେ କେବେ ବି ଆଶା ଛାଡ଼ିବା କଥା ନୁହେଁ। ଯେଉଁ କାମ କରୁଛନ୍ତି ସେଥିପାଇଁ ଧୈର୍ଯ୍ୟ ଓ ସାହସ ଦରକାର। ଦିବ୍ୟାଙ୍ଗ ହେଲେ ବି ଆମେ କୌଣସି ଗୁଣରେ କମ୍‌ ନୋହୁଁଁ। କେବଳ ସହଯୋଗ ମିଳିବା ଆବଶ୍ୟକ। ବାପିନାଙ୍କୁ ଏ କ୍ଷେତ୍ରରେ ତାଙ୍କର କୋଚ୍‌, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚନ୍ଦ୍ରଶେଖର ପାଲ୍‌, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?