Posted inଜାତୀୟ

ମୋଦିଙ୍କ ନକଲ କରିବାରୁ ଏତଲା

ନୂଆଦିଲ୍ଲୀ, ୨୧ା୨: ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କୁ ମହଙ୍ଗା ପଡ଼ିଛି। ଏଥିଯୋଗୁ ତାଙ୍କ ନାଁରେ ଥାନାରେ ଏତଲା ରୁଜୁ ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ତୈଳ ଦର ବୃଦ୍ଧିକୁ ନେଇ ଶ୍ୟାମ ମୋଦିଙ୍କ ମିମିକ୍ରି (ମୋଦିଙ୍କ ଢଙ୍ଗରେ କଥା) କରିଥିଲେ। ଏକ ଭିଡିଓରେ ପେଟ୍ରୋଲ ପମ୍ପର ଦୃଶ୍ୟ ରଖି ସେ କହିଥିଲେ, ମୋ ପ୍ରିୟ ଦେଶବାସୀ.. ରାଜସ୍ଥାନର ଶ୍ରୀଗଙ୍ଗାନଗର ଲୋକଙ୍କ ଛାତି ଗର୍ବରେ ଫୁଲି ଉଠୁଛି। ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ସ୍ବାଧୀନ ଭାରତ ଇତିହାସରେ ଆଜି ପର୍ଯ୍ୟନ୍ତ କୌଣସି ସରକାର ଆସିନାହିଁ, ଯିଏ କି ପେଟ୍ରୋଲକୁ ତାର ଅସଲ ମୂଲ୍ୟ ଦେଇପାରିଛି। ଶ୍ୟାମ ମିଛରେ ନିଜକୁ ପତ୍ରକାର କହି ଭିଡିଓ କରିଥିବା ଉକ୍ତ ପେଟ୍ରୋଲ ପମ୍ପର ମାଲିକ ଏତଲାରେ ଦର୍ଶାଇଛନ୍ତି। ଏତଲା ନ ଦେଲେ ତେଲ ଟ୍ରାନ୍ସପୋର୍ଟ ବନ୍ଦ କରିଦିଆଯିବ ବୋଲି ପେଟ୍ରୋଲ କମ୍ପାନୀ ପକ୍ଷରୁ ପମ୍ପ ମାଲିକଙ୍କ ଉପରେ ଚାପ ପଡ଼ିଥିବା ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ ଠାକରେଙ୍କୁ ଭେଟିଲେ ଫଡନବୀସ: ଜୋରଧରିଲା ରାଜନୀତି

ମୁମ୍ବାଇ,୮।୧: ଶିବସେନା ହାତ ଛାଡିବା ପରେ ଏବେ ଭାଜପା ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍‌) ସହ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିଛି। ଏମ୍‌ଏନ୍‌ଏସ୍‌ ପ୍ରମୁଖ ରାଜ ଠାକରେଙ୍କୁ...

ମହିଳା ତୀରନ୍ଦାଜଙ୍କ ଆତ୍ମହତ୍ୟା: ସୋନୁ ସୁଦ୍‌ଙ୍କଠାରୁ ପାଇଥିଲେ ଉପହାର

କୋଲକତା,୧୬।୧୨: ଭାରତର ଯୁବ ମହିଳା ତୀରନ୍ଦାଜ କୋନିକା ଲାୟାକ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ଧାନବାଦ ନିବାସୀ ୨୬ ବର୍ଷୀୟ କୋନିକା ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର...

ଅଟୋରେ ଅପେକ୍ଷା କରି କରି ଚାଲିଗଲା ଜୀବନ

ନୂଆଦିଲ୍ଲୀ,୨୭।୪ : ଦେଶର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଫୁଟ୍‌ପାତରେ ବସି ଜଣେ ଯୁବକ କାନ୍ଧୁ ଥାଏ। ଉକ୍ତ ଯୁବକଙ୍କ ମା’ ପାଖରେ ଛିଡ଼ା...

ଦୀପାବଳି ପର୍ଯ୍ୟନ୍ତ ମିଳିବ ମାଗଣା ରାଶନ: ମୋଦି

ନୂଆଦିଲ୍ଲୀ,୩ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେଏୱାଇ)ର ଲାଭାର୍ଥୀଙ୍କ ସହ ମଙ୍ଗଳବାର ଭିଡିଓ କନଫରେନ୍‌ସିଂ ମାଧ୍ୟମରେ କଥା ହୋଇଛନ୍ତି...

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୭୯୩...

୧୩ରୁ ଆରମ୍ଭ ହେବ କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ, ୪ା୨- ଟିକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ କୋଭିଡ-୧୯ ଭାକ୍ସିନର ପ୍ରଥମ ଡୋଜ ନେଇଥିବା ସ୍ବସ୍ଥ୍ୟକର୍ମୀଙ୍କୁ ଆସନ୍ତା ୧୩ ତାରିଖରେ ଦ୍ୱିତୀୟ ଡୋଜ ଦିଆଯିବ। ଏ...

ସିବିଆଇକୁ ୭୮୧ କୋଟିରୁ ଅଧିକ ଅର୍ଥ

ନୂଆଦିଲ୍ଲୀ, ୬।୭: ବିଭିନ୍ନ ହାଇ ପ୍ରୋଫାଇଲ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଚଳିତ ବଜେଟରେ ୭୮୧.୦୧ କୋଟି ଟଙ୍କାର...

ରାଜପଥରେ ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା ଦେଖିଲା ସାରା ପୃଥିବୀ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀର ରାଜପଥରେ ୭୧ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ରବିବାର ପାଳିତ ହୋଇଛି। ଏହି ଅବସରରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା...

Advertisement
Archives

Model This Week