ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି ଅଞ୍ଚଳର ଅଞ୍ଜନ ବେଜ ଓ ଅନ୍ୟମାନେ ଶୁକ୍ରବାର ଭାଜପା ପାର୍ଟି ଅଫିସରେ ଏକ ମିଶ୍ରଣ ପର୍ବରେ ଦଳରେ ଯୋଗଦେଇଥିଲେ।

ଏନେଇ ସେ ଟାଉନ ଥାନାରେ ଗତକାଲି ବିଳମ୍ବିତ ରାତିରେ ଏତଲା ଦେଇଥିବା ବେଳେ ପୋଲିସ ଅଭିଯୋଗକୁ ଭିତ୍ତକରି ସୌମଶଙ୍କର ଚକ୍ର ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ କେସ୍‌ ନମ୍ବର ୩୦୮/୨୪ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସେମାନେ ନିଜ ଇଚ୍ଛାରେ ନୁହେଁ, ସେମାନଙ୍କୁ ଜୋରଜବରଦସ୍ତ ଭାଜପା ପାର୍ଟି ଅଫିସ ନିକଟରୁ ଉଠାଇ ନେଇ ବିଜେଡି ଜିଲା କାର୍ଯ୍ୟାଳୟକୁ ନେଇ ଭାଜପା ଛାଡ଼ିବାକୁ ବାଧ୍ୟ କରିଥିଲେ ବୋଲି ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସୂଚନା ଦେଇଛନ୍ତି। ଶ୍ରୀଚକ୍ର ଶୁଆକାଟି ଅଞ୍ଚଳରେ ଗରୀବ ଆଦିବାସୀଙ୍କୁ ଧମକ ଚମକ କରୁଥିବା, କଳା ଟଙ୍କା ରଖି ସାଧାରଣ ନିର୍ବାଚନକୁ ପ୍ରଭାବିତ କରୁଥିବା ଆଦି ଅଭିଯୋଗପତ୍ରରେ ଶ୍ରମହାନ୍ତ ଦର୍ଶାଇଛନ୍ତି। ଶ୍ରୀଚକ୍ର ଶୁଆକାଟି ଅଞ୍ଚଳରେ ଗରିବ ଆଦିବାସୀଙ୍କୁ ଧମକ ଚମକ କରୁଥିବା, ସାଧାରଣ ନିର୍ବାଚନକୁ ପ୍ରଭାବିତ କରୁଥିବା ଆଜି ପୋଲିସ ଥାନାରେ ଅଞ୍ଜନ ବେଜ୍‌ ନିଜେ ଉପସ୍ଥିତ ରହି ପୋଲିସ ଆଗରେ ବୟାନ ଦେଇଛନ୍ତି। ଏନେଇ ଅଞ୍ଜନ କୁମାର ବେଜ ମିଡିଆ ଆଗରେ କହିଛନ୍ତି, ରାଜ୍ୟ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ମୋ ଅନିଚ୍ଛା ସତ୍ତ୍ୱେ ମୋ’ ଗାଡିରେ ବସି ବିଜେଡି ପାର୍ଟି ଅଫିସକୁ ନେଇଗଲେ। ସେଠାରେ ବାଧ୍ୟ କରି ପୁନର୍ବାର ବିଜେଡି ଉତ୍ତରୀୟ ପିନ୍ଧାଇ ବାଇଟ ଦେବାକୁ ବାଧ୍ୟ କଲେ। ମୁଁ ଭାଜପା ଦଳରେ ଅଛି ଏବଂ ମୋଦିଙ୍କ ନେତୃତ୍ୱରେ କାମ କରିବି। ଧମକ ଦେଇ ନ ଥିଲେ। କିନ୍ତୁ ଅନିଚ୍ଛା ସତ୍ତ୍ୱେ ଦଳରେ ସାମିଲ ହେବାକୁ ବାଧ୍ୟ କରାଗଲା। ଅନ୍ୟ ପକ୍ଷରେ ଏହାକୁ ନେଇ ସୌମ୍ୟଶଙ୍କର ଚକ୍ର କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସେ ନିଜ ସହମତିରେ ଆସିଥିଲେ। ଧମକ ଚମକ କରାଯାଇନାହିଁ ବୋଲି ନିଜେ କହୁଛନ୍ତି। ଯଦି ଅପହରଣ କରାଯାଇଥିଲା ତାହାର ପ୍ରମାଣ ପାର୍ଟି ଅଫିସର ସିସିଟିଭିରୁ ଦେଖାନ୍ତୁ। ସେ ନିଜେ ସଙ୍ଗେ ସଙ୍ଗେ କାହିଁକି ପୋଲିସକୁ ଜଣାଇଲେ ନାହିଁ। ଏଣୁ ଏହାକୁ ନେଇ ଭାଜପା ଦଳ ଜିତିବା ପାଇଁ ରାଜନୀତି କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?