Posted inଜାତୀୟ

ସିଦ୍ଦରାମାୟାଙ୍କ କ୍ୟାବିନେଟର ୯ ମନ୍ତ୍ରୀଙ୍କ ବିରୋଧରେ ମାମଲା…

ବେଙ୍ଗାଲୁରୁ,୨୨।୫ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ସମସ୍ତ ୯ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ମନ୍ତ୍ରୀ ମଧ୍ୟ କୋଟିପତି ଅଟନ୍ତି। କର୍ନାଟକ ଇଲେକଶନ ୱାଚ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୯ ଜଣ ମନ୍ତ୍ରୀଙ୍କ ଆଫିଡେଭିଟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସମସ୍ତ ୯ ମନ୍ତ୍ରୀ ମଧ୍ୟ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୪ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।

ଡି.କେ ଶିବକୁମାର ହେଉଛନ୍ତି ସବୁଠାରୁ ଧନୀ କ୍ୟାବିନେଟ ମନ୍ତ୍ରୀ। ତାଙ୍କ ପାଖରେ ଥିବା ମୋଟ ସମ୍ପତ୍ତି ୧୪୧୩.୮୦ କୋଟି ସେ ଘୋଷଣା କରିଛନ୍ତି। ଏଥି ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟାଙ୍କ ଖାର୍ଗେ ସର୍ବନିମ୍ନ ଘୋଷିତ ମୋଟ ସମ୍ପତ୍ତି ଥିବା ମନ୍ତ୍ରୀ ଅଟନ୍ତି। ଚିତ୍ରପୁର ବିଧାୟକ ପ୍ରିୟାଙ୍କଙ୍କ ସମ୍ପତ୍ତି ୧୬.୮୩ କୋଟି ଟଙ୍କା ରହିଛି। ସମସ୍ତ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨୯.୨୭ କୋଟି ଟଙ୍କା। ଏଡିଆର ରିପୋର୍ଟ ଅନୁଯାୟୀ, କ୍ୟାବିନେଟରେ ଥିବା ୯ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ କେବଳ ସ୍କୁଲ ଶିକ୍ଷା ପାଇଛନ୍ତି।

ଏହି ୩ ଜଣ ହେଉଛି ଅଷ୍ଟମ ଏବଂ ଦ୍ୱାଦଶ ପାସ କରିଛନ୍ତି। ୬ ଜଣ ମନ୍ତ୍ରୀ ସ୍ନାତକ କିମ୍ବା ଅଧିକ ଅଧ୍ୟୟନ କରିଛନ୍ତି। ପ୍ରମାଣପତ୍ରରେ ପାଞ୍ଚ ଜଣ ମନ୍ତ୍ରୀ ସେମାନଙ୍କ ବୟସ ୪୧ ରୁ ୬୦ ବର୍ଷ ମଧ୍ୟରେ ଦେଇଛନ୍ତି। ଚାରିଜଣ ମନ୍ତ୍ରୀ ସେମାନଙ୍କ ବୟସ ୬୧ରୁ ୮୦ ବର୍ଷ ମଧ୍ୟରେ ଦେଇଛନ୍ତି। କର୍ନାଟକ ଇଲେକଶନ ୱାଚ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ ବିଧାନସଭା ନିର୍ବାଚନ ୨୦୨୩ରେ ୨୨୪ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୨୨୩ ଜଣଙ୍କ ଆଫିଡେଭିଟ ବିଶ୍ଳେଷଣ କରିଛି।

୨୨୩ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୧୨୨ ଜଣ ଅର୍ଥାତ ୫୫ ପ୍ରତିଶତିନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।
ଏହା ବ୍ୟତୀତ ୭ ଜଣ ବିଜେତା ପ୍ରାର୍ଥୀ ମହିଳାଙ୍କ ବିରୋଧରେ ଅତ୍ୟାଚାର ସହ ଜଡିତ ମାମଲା ଘୋଷଣା କରିଛନ୍ତି। ସେମାନେ ନିଜ ବିରୋାଧରେ ବଳାତ୍କାର ସମ୍ପର୍କିତ ମାମଲା ଘୋଷଣା କରିଛନ୍ତି। କଂଗ୍ରେସର ୧୩୪ ଜଣ ବିଧାୟକଙ୍କ ମଧ୍ୟରୁ ୭୮ ଜଣ, ଭାଜପାର ୬୬ ମଧ୍ୟରୁ ୩୪ ଜଣ, ଜେଡିଏସର ୧୯ ମଧ୍ୟରୁ ୯ ଜଣ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ୨୨୩ ଜଣ ବିଧାୟକଙ୍କ ମଧ୍ୟରୁ ୨୧୭ ଜଣ ବିଧାୟକ କୋଟିପତି ।


Enter your email to get our daily news in your inbox.

All Right Reserved By Dharitri.Com

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri