ସାଙ୍ଗରେ ଅକ୍ସିଜେନ ସିଲିଣ୍ଡର ଧରି ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ କରୋନା ଆକ୍ରାନ୍ତ: ମିଳିଲାନି ବେଡ୍‌

ଲକ୍ଷ୍ନୌ,୧୫।୪: କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ଏବେ ଭୟଙ୍କର ରୂପ ଧାରଣ କରିଛି। ଯେଉଁଠି କରୋନାକୁ ନେଇ ସରକାର ଅଧିକ ସଜାଗ ରହିଛନ୍ତି ବୋଲି କହୁଛନ୍ତି ସେଠାରେ ସ୍ବାସ୍ଥ୍ୟସେବାର ନଗ୍ନ ଉଦାହରଣ ଦେଖିବାକୁ ମିଳୁଛି। ପ୍ରାୟ ରାଜ୍ୟରେ ଏଭଳି ସ୍ଥିତି ହୋଇଯାଇଛି ଯେ, ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍‌ ଖାଲି ନାହିଁ। ଇତିମଧ୍ୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୭୦ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ସାଙ୍ଗରେ ଅକ୍ସିଜେନ ସିଲିଣ୍ଡର ଧରି ହସ୍ପିଟାଲରୁ ହସ୍ପିଟାଲ ବୁଲିଥିଲେ। ହେଲେ ତାଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ମିଳ ନ ଥିଲା ଶେଷରେ ତାଙ୍କୁ ଘରୁ ଫେରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଲକ୍ଷ୍ନୌର ଅଲିଗଞ୍ଜରେ ରହୁଥିବା ବୃଦ୍ଧ ସୁଶୀଲ କୁମାର ଶ୍ରୀବାସ୍ତବ ପୂର୍ବରୁ ଡାଇବେଟିସ୍‌ ଓ ରାକ୍ତ ଚାପରେ ପୀଡ଼ିତ ଥିବା ବେଳେ ବୁଧବାର ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଅକ୍ସିଜେନ ଲେଭଲ ତଳକୁ ଖସିଯାଇଥିଲା। ଫଳରେ ଘର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୌଣସି ହସ୍ପିଟାଲରେ ବେଡ୍‌ ଖାଲି ନ ଥିବାରୁ ଉକ୍ତ ବୃଦ୍ଧ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇ ପାରି ନ ଥିଲା। ଦିନସାରା ସାଙ୍ଗରେ ସିଲିଣ୍ଡର ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଧାଇଁଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ପରିବାର ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭ା୫(ରବିନାରାୟଣ ଜେନା) ରାଜ୍ୟରେ କେଉଁ ବିଧାୟକଙ୍କ ପ୍ରଦର୍ଶନ ସର୍ବୋତ୍ତମ ତାହାକୁ ଓଡ଼ିଶା ବିଧାନସଭା ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣିବ। ଦୀର୍ଘ ୧୦ ବର୍ଷ ଧରି ବନ୍ଦ ରହିଥିବା ଏହି…

ଭାରତରେ କରୋନାଠାରୁ ବିପଜ୍ଜନକ ‘ଇବୋଲା’ ଭାଇରସର ଏଣ୍ଟ୍ରି! ଆଫ୍ରିକାରୁ ଫେରିଥିବା ୨୮ ବର୍ଷୀୟ ମହିଳା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୭।୫: ଆଫ୍ରିକାରେ ବ୍ୟାପିବା ପରେ ଏବେ ଭାରତରେ ଇବୋଲା ଭାଇରସ ମାମଲା ଦେଖାଯାଇଛି। ଉଗାଣ୍ଡାରୁ ଫେରିଥିବା ଜଣେ ମହିଳାଙ୍କଠାରେ ଇବୋଲା ଭାଇରସ ଲକ୍ଷଣ। ଏନେଇ କେନ୍ଦ୍ର…

OAS ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କଲେ କେନ୍ଦ୍ରାପଡ଼ା ଝିଅ: ବିଜୟନଗରରେ ଉତ୍ସବ ମାହୋଲ

ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର…

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା: ପୂରଣ ହେବ ଏତେ ପଦବୀ

ଭୁବନେଶ୍ୱର, ୨୭।୫: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ ଓ ସରକାରଙ୍କ ଗୃହ ବିଭାଗ ଦ୍ୱାରା OUSSSCକୁ ଚିଠି ଲେଖାଯାଇଛି।…

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri