କାରରେ ନେଉଥିଲେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

କଟକ ଅଫିସ,୧୩।୧୧: ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌ ଶନିବାର ଟାଙ୍ଗି ଛକ ନିକଟରୁ ୮୦ କେଜି ଗଞ୍ଜେଇ ଏବଂ ଚୋରା ଚାଲାଣରେ ବ୍ୟବହୃତ ଏକ କାରକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଅବକାରୀ ବିଭାଗ ଗରିଫ କରିଛି। ସେମାନେ ହେଲେ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ଜଳାଙ୍ଗି ଅଞ୍ଚଳର ଲାଲଚାନ୍ଦ ମୋଲା(୨୨), ମହମ୍ମଦ ମୋକଜୁଲ ହକ ମୁଲା(୩୨), ମାବୁଦ ମଣ୍ଡଳ(୨୦)।

ସୂଚନା ମୁତାବକ, ସ୍କ୍ବାଡକୁ କନ୍ଧମାଳରୁ ଏକ କାର ଯୋଗେ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା। ସ୍କ୍ବାଡର ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ଟାଙ୍ଗି ଛକରେ ଛକି ରହିଥିଲା। ଟାଙ୍ଗି ଛକରେ କାରଟି ପହଞ୍ଚିବା ପରେ ଅବକାରୀ ଟିମ୍‌ କାରକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ୪ଟି ପଲିଥିନ ବସ୍ତାରେ ୮୦ କେଜି ଗଞ୍ଜେଇ ମିଳିଥିଲା। ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲି ଅଧୀକ୍ଷକ ପଟେଲ ସୂଚନା ଦେଇଛନ୍ତି। ଟିମ୍‌ରେ ଆଇଆଇସି ସରୋଜ କୁମାର ପରିଡା, ଇନ୍ସପେକ୍ଟର ସଚିନ ବେହେରା, ଏଏସ୍‌ଆଇ ସକିର ଉଲ୍ଲା, ନଟବର ମଲ୍ଲିକ, ବ୍ରଜକିଶୋର ବିନ୍ଧାଣୀ, ମୋତିଲାଲ ମହାନ୍ତ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତକ ମେଳ ନ ଖାଇବାରୁ ବିବାହ ଭାଙ୍ଗିଦେଲେ ପରିବାର ଲୋକେ, ଏମିତି ଚରମ ପଦକ୍ଷେପ ନେଲେ ପ୍ରେମୀଯୁଗଳ

ଝାରସୁଗୁଡା ଅଫିସ,୧୩।୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡ଼ା ଏକ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ପୋଲିସ...

ମନୋରଞ୍ଜନ ମନସ୍କ ହେବ ଅନୁଗୋଳ

ଅନୁଗୋଳ ଅଫିସ,୮।୪ କରୋନା କଷଣ ଯୋଗୁ ଦୀର୍ଘ ୨ ବର୍ଷ ହେବ ସଜେଇ ହୋଇ ନ ଥିବା ମଞ୍ଚ ଶୁକ୍ରବାର ସଜ୍ଜିତ ହେବ। ଲାଇଟ୍‌, ସାଉଣ୍ଡ...

୨୧ଜଣଙ୍କ ନାମରେ ମାମଲା, ଜଣେ ଗିରଫ

ଖଣ୍ଡପଡ଼ା,୧୬ା୪(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ ଗଡ଼ିଆସାହି ପଞ୍ଚାୟତର ପଥରଖଣ୍ଡ ଗାଁରେ ଗତ ୧୨ତାରିଖ ରାତିରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଥିଲା। ଏହି ଘଟଣାରେ ପୋଲିସ ଉଭୟ...

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା...

କରୋନା ମାଡ଼ରେ ରୋଜଗାର ଠପ୍‌: ସ୍କୁଲ ଫି’ ଛାଡ଼ କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨୩।୪- କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ନିଜେ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ସେମାନେ ନିଜ...

ବେଆଇନ ପାର୍କିଂରୁ ବଢୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୬ା୮: ଶିଳ୍ପବହୁଳ ଅନୁଗୋଳରେ ଜନସଂଖ୍ୟା ସହ ବଢ଼ିଚାଲିଛି ଯାନବାହନ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାର ପ୍ରଶସ୍ତୀକରଣ କରାଯାଉଛି।...

ଯୋଡ଼ା ଡାକଘରେ ଇଣ୍ଟରନେଟ୍‌ ସେବା ଠପ୍‌

ଯୋଡ଼ା, ୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ଥିବା ମୁଖ୍ୟ ଡାକ ଘରେ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଏଥିପାଇଁ ଗ୍ରାହକ ନାହିଁ ନ ଥିବା...

କଟକରେ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୭।୭: କଟକ ସହରରେ ଶୁକ୍ରବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତ ସଂଖ୍ୟା ୩୨୩କୁ ବୃଦ୍ଧି ପାଇଛି।...

Advertisement
Archives

Model This Week