Posted inଖେଳ

IPL 2025 ପାଇଁ ୧୦ ଦଳର ଅଧିନାୟକ ଫାଇନାଲ: ନୂଆ କ୍ୟାପଟେନ୍‌ ସହିତ ମଇଦାନକୁ ଓହ୍ଲାଇବେ ୫ ଦଳ

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଗାମୀ ସିଜିନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ସିଜିନ ଅର୍ଥାତ୍‌ IPL ୨୦୨୫ରେ ମୋଟ ପାଞ୍ଚଟି ଦଳ ନୂତନ ଅଧିନାୟକଙ୍କ ସହିତ ମଇଦାନକୁ ଓହ୍ଲାଇବେ। ଏବେ ସମସ୍ତ ୧୦ଟି ଦଳର ଅଧିନାୟକ ନିଶ୍ଚିତ ହୋଇସାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି। ଏହା ସହିତ ସମସ୍ତ ୧୦ଦଳର ଅଧିନାୟକ ନିଶ୍ଚିତ ହୋଇଯାଇଛନ୍ତି।

ଆଇପିଏଲ ୨୦୨୫ରେ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପରଜାଏଣ୍ଟସ୍‌, ପଞ୍ଜାବ କିଙ୍ଗସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ନୂତନ ଅଧିନାୟକଙ୍କ ସହିତ ପ୍ରବେଶ କରିବେ। ଦିଲ୍ଲୀ ଦଳର ନେତୃତ୍ୱ ଅକ୍ଷର ପଟେଲଙ୍କୁ ଦେଇଛି, ଲକ୍ଷ୍ନୌ ରିଷଭ ପନ୍ତଙ୍କୁ ଦେଇଛି, ପଞ୍ଜାବ କିଙ୍ଗସ ଶ୍ରେୟସ ଆୟରଙ୍କୁ ଦେଇଛି, ଆରସିବି ରଜତ ପତିଦାରଙ୍କୁ ଦେଇଛି ଏବଂ କେକେଆର ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦେଇଛି।

ସମସ୍ତ ୧୦ଦଳର ଅଧିନାୟକଙ୍କ ତାଲିକା
୧. ଦିଲ୍ଲୀ କ୍ୟାପିଟାଲ୍ସ- ଅକ୍ଷର ପଟେଲ
୨. ସନରାଇଜର୍ସ ହାଇଦ୍ରାବାଦ- ପ୍ୟାଟ କମିନ୍ସ
୩. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ରଜତ ପତିଦାର
୪. ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ
୫. ପଞ୍ଜାବ କିଙ୍ଗ୍ସ- ଶ୍ରେୟସ ଆୟର
୬. ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌- ରିଷଭ ପନ୍ତ
୭. ମୁମ୍ବାଇ ଇଣ୍ଡିଆନ୍ସ- ହାର୍ଦ୍ଦିକ ପାଣ୍ଡ୍ୟା
୮. କୋଲକାତା ନାଇଟ ରାଇଡର୍ସ- ଅଜିଙ୍କ୍ୟ ରାହାନେ
୯. ଗୁଜରାଟ ଟାଇଟାନ୍ସ- ଶବମନ ଗିଲ
୧୦. ଚେନ୍ନାଇ ସୁପର କିଙ୍ଗ୍ସ- ଋତୁରତ ଗାୟକୱାଡ

 


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri