Posted inଖେଳ

କ୍ୟାପିଟାଲ୍ସ ଦଳରେ କିପିଂ ସମସ୍ୟା

ନୂଆଦିଲ୍ଲୀ, ୩୦।୩ : ତାରକା ଖେଳାଳି ରିଷଭ ପନ୍ତ ଦୁର୍ଘଟଣା ଜନିତ ଆହତ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାରୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଉଇକେଟ କିପରଙ୍କୁ ନେଇ ସମସ୍ୟା ଦେଖା ଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ଅନ୍‌କ୍ୟାପେଡ୍‌ ଭାରତୀୟ ଉଇକେଟ କିପର ଅଭିଷେକ ପୋରେଲଙ୍କ ସହ ଚୁକ୍ତି କରିବ ବୋଲି ଜଣାଯାଇଛି। ସେ ଗତ ସପ୍ତାହରେ ଅନ୍ୟ ଭାରତୀୟ ଉଇକେଟ କିପରଙ୍କ ସହ ଟ୍ରାଏଲ ଦେଇଥିଲେ। ପୋରେଲଙ୍କ ନାମ ଯଦିଓ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନାହିଁ ତେବେ ଗତ ସପ୍ତାହେଧରି ପ୍ରାକ୍ଟିସ ଗେମ୍‌ ଗୁଡ଼ିକ ପରେ ଏହା ଏକପ୍ରକାର ନିଶ୍ଚିତ ହୋଇଛି। ଗତ କିଛି ସପ୍ତାହଧରି ପୋରେଲଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଅନ୍‌କ୍ୟାପେଡ ଉଇକେଟ କିପର ଶେଲଡନ ଜ୍ୟାକଶନ, ଲୁଭନିଥ୍‌ ସିସୋଡିଆ ଓ ବିବେକ ସିଂ ଟ୍ରାଏଲ ଦେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ ଡାଇରେକ୍ଟର ସୌରଭ ଗାଙ୍ଗୁଲି, ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କୁ ନେଇ ଗଠିତ କୋଚିଂ ଗ୍ରୁପ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟ୍ରାଏଲ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ପୋରେଲ ଘରୋଇ କ୍ରିକେଟରେ ବେଙ୍ଗଲ ପକ୍ଷରୁ ଉଇକେଟ କିପିଂ କରିଥାନ୍ତି। ସେ ଜଣେ ଭଲ ଉଇକେଟ କିପର, ତେବେ କୌଣସି ଫର୍ମାଟରେ ବଡ଼ ସ୍କୋର କରିପାରି ନାହାନ୍ତି। ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟର ୩ ମ୍ୟାଚରେ ସେ ମାତ୍ର ୨୨ ରନ କରିଥିଲେ। ଏହା ମଧ୍ୟରେ ଗୋଟିଏ ଇନିଂସ ୨୦* ଥିଲା।
ପୋରେଲ ସାମିଲ ହେଲେ ଦିଲ୍ଲୀ ଦଳର ପ୍ରଥମ ପସନ୍ଦ ଉଇକେଟ କିପର ରହିବେ ସର୍ଫରାଜ ଖାଁ। ଘରୋଇ କ୍ରିକେଟରେ ଗତ ସିଜନଧରି ସର୍ଫରାଜ ଚମତ୍କାର ଫର୍ମରେ ଅଛନ୍ତି। କ୍ରମାଗତ ୨ ରଣଜୀ ସିଜନ (୨୦୧୯-୨୦ ଓ ୨୦୨୧-୨୨)ରେ ସେ ୯୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଛନ୍ତି। ଗତ ସିଜନରେ ସେ ୬ ଇନିଂସରେ ୫୫୬ ରନ କରିଥିଲେ। ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟରେ ମୁମ୍ବାଇର ସଫଳତାରେ ସର୍ଫରାଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଗତ ସିଜନରେ ସେ ନିଜ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କାରେ କିଣା ଯାଇଥିଲେ। ଲୋୟର ଅର୍ଡରରେ ବ୍ୟାଟିଂ ସୁଯୋଗ ପାଇଥିବା ସର୍ଫରାଜ ୬ ଗେମ୍‌ରେ ୯୧ ରନ ସ୍କୋର କରିଥିଲେ। ସୟଦ ମୁସ୍ତାକ ଅଲୀରେ ସର୍ଫରାଜ ମୁମ୍ବାଇ ପକ୍ଷରୁ ଉଇକେଟ କିପିଂ କରିଥାନ୍ତି। ତେଣୁ ପନ୍ତଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଭୂମିକାଲାଗି ପ୍ରସ୍ତୁତ ରହିବାକୁ ଜାନୁୟାରୀରୁ ନିର୍ଦ୍ଦେଶ ଦିଆ ଯାଇଛି।
କ୍ୟାପିଟାଲ୍ସ ଦଳର ଅନ୍ୟ ଉଇକେଟ କିପିଂ ବିକଳ୍ପ ହେଲେ ଇଂଲଣ୍ଡର ଫିଲ୍‌ ସଲ୍ଟ। ଚଳିତବର୍ଷ ହୋଇଥିବା ନିଲାମରେ ତାଙ୍କୁ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କାରେ ଦିଲ୍ଲୀ କିଣିଥିଲା। ନିକଟରେ ଇଂଲଣ୍ଡ ଦଳର ବାଂଲାଦେଶ ଗସ୍ତରେ ଯଦିଓ ସେ ନିରାଶ କରିଥିଲେ ତେବେ ଘରୋଇ କ୍ରିକେଟରେ ୧୮୦ ଟି୨୦ ମ୍ୟାଚ ଖେଳିବାର ଦକ୍ଷତା ରଖିଛନ୍ତି। ୧୪୯.୭୯ ଷ୍ଟ୍ରାଇକ୍‌ ହାରରେ ସେ ୪୧୧୮ ରନ ସ୍କୋର କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏପ୍ରିଲ ୧ରେ ଏହାର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ସହିତ ଖେଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ !

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ପ୍ଲେ ଅଫ୍‌ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍‌ ଯୋଗ୍ୟତା ହାସଲ କରିବେ ତାହା...

ଆହତ ସତ୍ତ୍ୱେ ଟସ୍କିନ ଅହମଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଢାକା,୧୪ା୫: ପାର୍ଶ୍ୱ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ସତ୍ତ୍ୱେ ପେସ୍‌ ବୋଲର ଟସ୍କିନ ଅହମଦ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବାଂଲାଦେଶ ଦଳରେ ସ୍ଥାନ...

ଗାଳି ପରେ ଏବେ କେ ଏଲ୍‌ ରାହୁଲଙ୍କୁ ଡିନର୍‌ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ

ନୂଆଦିଲ୍ଲୀ,୧୪।୫: ବିବାଦର ଅନ୍ତ। କେ ଏଲ୍‌ ରାହୁଲ ଏବଂ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଅଛି। ସାମ୍ନାକୁ ଆସିଥିବା ଉଭୟଙ୍କ ଫଟୋରୁ ଏହା ସ୍ପଷ୍ଟ...

ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ

ମୁମ୍ବାଇ: ବଲିଉଡର ପପୁଲାର କପଲମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। ଯେତେବେଳେ ବି ଏହି ଦମ୍ପତି କକୌଣସି ସ୍ଥାନରେ ନଜର ଆସିବେ,...

ବଲ୍‌ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ୨୦୨୪ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ଲିଗ ମ୍ୟାଚ ମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ରଶଂସକମାନେ ଏପର୍ଯ୍ୟନ୍ତ ଆଇପିଏଲକୁ ବହୁତ ଉପଭୋଗ କରିଛନ୍ତି।...

ଆଇପିଏଲ୍‌ରୁ ଗୁଜରାଟ ବିଦା: ଆରସିବିକୁ ଫାଇଦା

ନୂଆଦିଲ୍ଲୀ,୧୪।୫: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୪ର ୬୩ତମ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏହି ମ୍ୟାଚ୍‌କୁ ବର୍ଷା ଧୋଇଦେଇଥିଲା।...

ପ୍ରତୀକ୍ଷାର ଅନ୍ତ: ଜାଣନ୍ତୁ କେବେ, କେଉଁଠୁ କିଣିବେ ଆଇପିଏଲ୍‌ ପ୍ଲେ ଅଫ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୪।୫:ଆଇପିଏଲ୍‌ ୨୦୨୪ ଧୀରେ ଧୀରେ ପ୍ଲେ ଅଫ ଆଡକୁ ଗତି କରୁଛି। ଟୁର୍ନାମେଣ୍ଟରେ ୭୦ଟି ଲିଗ ମ୍ୟାଚ ଖେଳାଯିବ, ସେଥିମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ଲେ ଅଫ...

ହୃଦୟକୁ ଛୁଇଁଲା ଲିଭିଙ୍ଗଷ୍ଟୋନଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୪।୫: ଆସନ୍ତା ମାସର ଟି -୨୦ ବିଶ୍ୱକପ ପୂର୍ବରୁ ଆଣ୍ଠୁରେ ଆଘାତ ଯୋଗୁ ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ଇଂଲଣ୍ଡ ଫେରିଛନ୍ତି। ଲିଭିଙ୍ଗଷ୍ଟୋନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri