କ୍ୟାପିଟଲରେ ଦଙ୍ଗା: ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ, ୮।୧:ସର୍ବପୁରାତନ ଗଣତାନ୍ତ୍ରିକ ଦେଶର ଇତିହାସରେ ଯୋଡ଼ିହୋଇଛି କଳଙ୍କିତ ଅଧ୍ୟାୟ। କ୍ଷମତା ଲୋଭ ପାଇଁ ଶକ୍ତିଶାଳୀ ଦେଶ ଆମେରିକା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଶେଷ ମୁହୂର୍ତ୍ତ ଯାଏ ପରାଜୟ ସ୍ବୀକାର କରି ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ସମର୍ଥକଙ୍କ ମନରେ ଜାଳିଛି ପ୍ରତିହିଂସାର ନିଅଁା। ଫଳସ୍ବରୂପ ଗଣତନ୍ତ୍ରର ମନ୍ଦିରରେ ଗଡ଼ିଛି ମୁଣ୍ଡ। ନିର୍ବାଚନ ଫଳାଫଳକୁ ବିରୋଧ କରି କଂଗ୍ରେସରେ ବଳପୂର୍ବକ ଅସ୍ତ୍ର ଧରି ଧସେଇ ପଶିବା, ସିନେଟ ଅଧିବେଶନ ବନ୍ଦ ସହ ହିଂସାକାଣ୍ଡରେ ସ୍ତବ୍ଧ ହୋଇଯାଇଛି ସାରା ବିଶ୍ୱ। ଏଭଳି ଅପ୍ରତ୍ୟାଶିତ ଘଟଣାକୁ ବିଶ୍ୱନେତା ନିନ୍ଦା କରିଛନ୍ତି।

ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ କରି ବୁଧବାର ରାତିରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟଲ ବିଲ୍ଡିଂରେ ପ୍ରବେଶ କରି ଦଙ୍ଗା ସୃଷ୍ଟି କରିବା ଆମେରିକା ସମେତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ହଜାର ହଜାର ଟ୍ରମ୍ପ୍‌ ସମର୍ଥକ ଓ୍ବାଶିଂଟନ ଡିସିସ୍ଥିତ କ୍ୟାପିଟଲ ବିଲ୍ଡିଂରେ ଧସେଇ ପଶି ହଙ୍ଗାମା କରିଥିଲେ। ଜୋ ବାଇଡେନ୍‌ଙ୍କ ବିଜୟକୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି ସେଠାରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନ ଚାଲିଥିବାବେଳେ ତାହାକୁ ବନ୍ଦ କରିବା ଲାଗି ଦଙ୍ଗାକାରୀମାନେ ଉଦ୍ୟମ କରିଥିଲେ। ସେମାନେ ବିଲ୍ଡିଂ ପରିସରରେ ଆତଙ୍କ ଖେଳାଇବା ସହ ହିଂସା ସୃଷ୍ଟି କରିଥିଲେ। ଗଣତନ୍ତ୍ରର ହୃଦୟ କୁହାଯାଉଥିବା କ୍ୟାପିଟଲ ହଲ୍‌ରେ ଏଭଳି ଦଙ୍ଗା ଓ ହିଂସାକୁ ବିଶ୍ୱନେତାମାନେ ନିନ୍ଦା କରିଛନ୍ତି।
ବୁଧବାର ଆମେରିକା ଗଣତନ୍ତ୍ରରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଦଙ୍ଗାକାରୀମାନେ କ୍ୟାପିଟଲ ବିଲ୍ଡିଂରେ ପଶି ୪ ଘଣ୍ଟା ଧରି ଆତଙ୍କ ଖେଳାଇଥିଲେ। ସେମାନେ କୁଆଡ଼େ ଗଲେ ବୋଲି ଦଙ୍ଗାକାରୀମାନେ ଚିତ୍କାର କଲାବେଳେ ଭୟରେ ଆମେରିକା କଂଗ୍ରେସ ସଦସ୍ୟ, କର୍ମଚାରୀ ଓ ଅନ୍ୟମାନେ ଟେବୁଲ୍‌ ତଳେ ଲୁଚିଥିଲେ। ଟ୍ରମ୍ପଙ୍କ ସମର୍ଥକମାନେ ସିନେଟ ପ୍ରିଜାଇଡିଂ ଅଫିସର, ହାଉସ୍‌ ସ୍ପିକରଙ୍କ ଆସନ ଏବଂ ସିନେଟ ଡାଇସ୍‌କୁ ଦଖଲ କରିନେଇଥିଲେ। ଟ୍ରମ୍ପ୍‌ ନିର୍ବାଚନ ଜିତିଥିବା ଜଣେ ସମର୍ଥକ ଚିତ୍କାର କରି କହୁଥିଲେ। ସେମାନେ ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ କାର୍ଯ୍ୟାଳୟରେ ପଶି ସେଠାରେ ଥିବା ନେତାମାନଙ୍କ ଫଟୋକୁ ବ୍ୟଙ୍ଗ କରିଥିଲେ। ଜଣେ କେହି ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ଆସନରେ ବସିଥିଲେ। ପୋଲିସ ଗୁଳିରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଗୁରୁତର ଅନ୍ୟ ୩ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। କ୍ୟାପିଟଲରେ ଦଙ୍ଗକାରୀମାନେ ଟ୍ରମ୍ପ୍‌ ପତାକା ଲଗାଇଥିଲେ। ଶେଷରେ ପୋଲିସକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଥିଲା।
କ୍ଷମତା ବଜାୟ ରଖିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବିଫଳ ପ୍ରୟାସ ବୁଧବାର ଶେଷ ହେବାକୁ ଯାଉଥିବାବେଳେ ଏଭଳି ବିସ୍ଫୋରକ ସ୍ଥିତି ଉପୁଜିଥିଲା। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ଙ୍କ ବିଜୟକୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି ଆମେରିକା କଂଗ୍ରେସର ମିଳିତ ଅଧିବେଶନ ବସିଥିବାବେଳେ ପରାଜୟକୁ ଗ୍ରହଣ କରୁ ନ ଥିବା ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟଲ ହଲ୍‌ରେ ଧସେଇ ପଶି ଏଭଳି ଆତଙ୍କ ଖେଳାଇଥିଲେ। ପୋଲିସ ଦୁଇଟି ପାଇପ୍‌ ବୋମା ଉଦ୍ଧାର କରିଥିବା କହିଛି। ସଶସ୍ତ୍ର ସୁରକ୍ଷା ଅଧିକାରୀମାନେ ୫୨ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟମାନଙ୍କୁ କ୍ୟାପିଟଲ ହଲ୍‌ ପରିସରରୁ ବାହାର କରିବା ପାଇଁ ପୋଲିସ ଫ୍ଲାସ୍‌-ବ୍ୟାଙ୍ଗ୍‌ ଓ ସ୍ବତନ୍ତ୍ର ଗ୍ରେନେଡ୍‌ର ସହାୟତା ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri