Posted inଜାତୀୟ

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ ସେମାନେ ନିଜ ସାଥୀଙ୍କୁ ହତ୍ୟା କରିବା ସହ ନିଜକୁ ମଧ୍ୟ ଗୁଳି କରୁଛନ୍ତି। ୬ ଏବଂ ୭ ମାର୍ଚ୍ଚରେ ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବିଏସ୍‌ଏଫ୍‌ର ୭ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଟି ଘଟଣାରେ ଯବାନମାନେ ନିଜ ନିଜ ସାଥୀଙ୍କୁ ହତ୍ୟା କରିଛନ୍ତି।

ସିଏପିଏଫ୍‌ ଅଧୀନରେ ଥିବା ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ମୋଟ ୨୫ ଜଣ ଯବାନଙ୍କ ଜୀବନ ଯାଇଛି। ୨୦୧୯ରେ ଏହିପରି ଘଟଣାରେ ୯ ଜଣ ଯବାନ ଏବଂ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ରେ ୮ ଜଣ ଏବଂ ୨୦୨୧ରେ ମଧ୍ୟ ୮ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।

ପୂର୍ବତନ ବିଏସ୍‌ଏଫ୍‌ ଏଡିଜି ସଞ୍ଜୀବ କୃଷ୍ଣ ସୁଦ କହିଛନ୍ତି ଯେ ଏହା ପଛରେ କେତେକ କାରଣ ରହିଛି, ଯାହାକି ସିଏପିଏଫ୍‌ ଯବାନମାନଙ୍କୁ ନିଜ ସହକର୍ମୀ କିମ୍ବା ଅଧିକାରୀଙ୍କ ହତ୍ୟା କରିବା ପରି ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କରିଥାଏ। ଯବାନମାନେ ଠିକ ସମୟରେ ଛୁଟି ପାଉ ନଥିବାରୁ ଏବଂ ସେମାନଙ୍କର ଅଭିଯୋଗର ଶୁଣାଣି ଠିକ ଭାବରେ କରାଯାଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି।

ତେବେ ଏଭଳି ଘଟଣା ପାଇଁ ଅନ୍ୟ କେତେକ କାରଣ ମଧ୍ୟ ଦାୟୀ। ଯବାନମାନଙ୍କ ଉପରେ କାର୍ଯ୍ୟ ଭାର ଅଧିକ। ଅନେକ ସ୍ଥାନରେ ସେମାନଙ୍କୁ ୧୫ ଘଣ୍ଟା ଡ୍ୟୁଟି କରିବାକୁ ପଡିଥାଏ। ଫଳରେ ଯବାନମାନେ ଠିକ ଭାବରେ ଶୋଇପାରୁ ନାହାଁନ୍ତି। ଯଦି ସେମାନେ ସେମାନଙ୍କର ସମସ୍ୟାକୁ କାହା ସାମ୍ନାରେ ରଖନ୍ତି, ତେବେ ଉପଯୁକ୍ତ ଶୁଣାଣି ମଧ୍ୟ ହୁଏ ନାହିଁ। ଫଳରେ ସେମାନେ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି ।

କେତେକ ସ୍ଥାନରେ ବାରାକ୍‌ ଏବଂ ଅନ୍ୟାନ୍ୟ ସୁବିଧାର ଅଭାବ ରହିଛି। ଯବାନ ମାନଙ୍କର ଘରୋଇ ସମସ୍ୟା ମଧ୍ୟ ଅଛି। ତଥାପି, ପ୍ରତ୍ୟେକ କ୍ଷେତ୍ରରେ ଏହା ସତ୍ୟ ନୁହେଁ। ଆଜିକାଲି ସମସ୍ତ ଯବାନଙ୍କ ହାତରେ ମୋବାଇଲ ଫୋନ ଅଛି। ତେଣୁ ସେମାନେ ଘର ବିଷୟରେ ପ୍ରତ୍ୟେକ ସୂଚନା ପାଇଥାନ୍ତି। ଯଦି ଡ୍ୟୁଟି ହେତୁ କିମ୍ବା ଅନ୍ୟ କୌଣସି କାରଣରୁ ପୂର୍ବରୁ ବିରକ୍ତ ହୋଇ ରହିଥିବାବେଳେ ପରିବାରରୁ ଫୋନ୍‌ ଆସେ। ଯଦି କିଛି ସମସ୍ୟା ରହିଥାଏ ତେବେ ଯବାନଙ୍କ ଉପରେ ଚାପ ବଢ଼ିଯାଇଥାଏ। ଏପରି ପରିସ୍ଥିତିରେ, ସହକର୍ମୀଙ୍କ ସହ ଯୁକ୍ତିତର୍କ କିମ୍ବା ଜଣେ ସିନିୟରଙ୍କ ଗାଳି ଯୋଗୁ କ୍ରୋଧରେ ସେ ନିଜ ସାଥୀମାନଙ୍କ ଉପରେ ଗୁଳି ଚଳାଇଥାନ୍ତି ବୋଲି ଏଡିଜି ସଞ୍ଜୀବ କହିଛନ୍ତି।

ସେହିପରି କେତେକ କ୍ଷେତ୍ରରେ ଜୁନିଅର ଏବଂ ସିନିୟରସ୍ତରରେ ଯବାନମାନଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ । କ୍ୟାଡରି ଅଧିକାରୀମାନେ ସେମାନଙ୍କ ନିଜ ସମସ୍ୟାରେ ବ୍ୟସ୍ତ ରହିଥାନ୍ତି। ଫଳରେ ସେମାନେ ଯବାନଙ୍କ ଅଭିଯୋଗ ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ। କେତେକ କ୍ଷେତ୍ରରେ କନିଷ୍ଠ ଅଧିକାରୀମାନେ ଠିକ ସମୟରେ ପଦୋନ୍ନତି ନ ପାଇ ନିରାଶ ହୁଅନ୍ତି। ଏପରି ସୂଚନା ବାହାରକୁ ଆସିପାରେ ନାହିଁ। କିନ୍ତୁ ଡ୍ୟୁଟିରେ ଏହା ପରିପ୍ରକାଶ ହୋଇଥାଏ। ଅପରପକ୍ଷରେ ବରିଷ୍ଠ ଅଧିକାରୀମାନେ ଏସମ୍ପର୍କରେ କିଛି ଜାଣି ପାରନ୍ତି ନାହିଁ । ଯେତେବେଳେ ଏହି ଘଟଣା ଘଟେ, ମୁଖ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଏ। ଯଦି ବରିଷ୍ଠ ଅଧିକାରୀ ସବୁକିଛି ଜାଣାନ୍ତ କିମ୍ବା ସେ ଆଗ୍ରହ ପ୍ରକାଶ କରନ୍ତେ ତେବେ ଏକ ନୂତନ ନୀତି ପ୍ରସ୍ତୁତ କରାଯାଇପାରନ୍ତା। ମାତ୍ର ଏସବୁ କିଛି ହେଉ ନାହିଁ।

ବେଳେବେଳେ ବରିଷ୍ଠ ଅଧିକାରୀ ତାଙ୍କ ଅଧସ୍ତନମାନଙ୍କ ପାଇଁ ଖରାପ ଶବ୍ଦ ବ୍ୟବହାର କରନ୍ତି। ଯାଞ୍ଚ୍‌ରେ କୌଣସି ନିରପେକ୍ଷତା ଅବଲମ୍ବନ କରାଯାଏ ନାହିଁ । ଏହା ଯବାନଙ୍କୁ ଏକ ଭୁଲ ବାର୍ତ୍ତା ପଠାଏ। କେତେକ କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ ଯେ ଯବାନ ତାଙ୍କ ସ୍ଥାନରେ ଠିକ ଅଛନ୍ତି, କିନ୍ତୁ ତାଙ୍କ ବିରୋଧରେ ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମୟ ସମୟରେ ପଦୋନ୍ନତି କିମ୍ବା ପଦବୀ ନ ପାଇବା ମଧ୍ୟ ଯବାନମାନଙ୍କୁ ଚାପଗ୍ରସ୍ତ କରିଥାଏ । ଯେହେତୁ ଏହା ଏକ ସୁରକ୍ଷାକର୍ମୀଙ୍କର ବିଷୟ, ଡ୍ୟୁଟି ତ ଦେବାକୁ ପଡିବ। ଏପରିସ୍ଥଳେ ଅନ୍ୟ ବାଟ ନ ପାଇ ଯବାନ ସନ୍ତୁଳନ ହରାଇଥାନ୍ତି। ସେମାନଙ୍କ ପାଖରେ ୨୪ ଘଣ୍ଟା ପାଇଁ ଅସ୍ତ୍ରଶସ୍ତ୍ର ରହୁଛି। ତେଣୁ କ୍ରୋଧ ଏକ ଯନ୍ତ୍ରଣାଦାୟକ ପରିସ୍ଥିତିରେ ପରିଣତ ହେବାକୁ ଅଧିକ ସମୟ ଲାଗେ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୧୯ରେ ସିଏପିଏଫ୍‌ ଯବାନମାନଙ୍କ ପାଇଁ ଗୋଟିଏ ବର୍ଷରେ ୧୦୦ ଦିନର ଛୁଟି ଦେବାକୁ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?