କ୍ଷମତା ହ୍ରାସ କରାଯାଉଛି

‘ନ୍ୟାୟିକ ନିଯୁକ୍ତିକୁ ନେଇ କେନ୍ଦ୍ରର ନୀରବତା ନିନ୍ଦନୀୟ : ସୁପ୍ରିମକୋର୍ଟ’- ଏଭଳି ଏକ ପ୍ରକାଶିତ ଶୀଷର୍କ ରିପୋର୍ଟରେ କୁହାଯାଇଛି ଯେ, ନ୍ୟାୟିକ ବ୍ୟବସ୍ଥାରେ ଚୟନ କରାଯାଉଥିବା ବ୍ୟକ୍ତିମାନଙ୍କୁ ସରକାର ନିଯୁକ୍ତ କରୁନାହାନ୍ତି କିମ୍ବା ନାମଗୁଡ଼ିକୁ ଗ୍ରହଣ କରିବାରେ ଥିବା ସନ୍ଦେହ ସମ୍ପର୍କରେ ବି କିଛି ଜଣାଉନାହାନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, କୌଣସି ସ୍ପଷ୍ଟୀକରଣ ନ ଦେଇ କେନ୍ଦ୍ର ନାମଗୁଡ଼ିକୁ ପକାଇ ରଖିବା ମନୋଭାବ ଯୋଗୁ ନ୍ୟାୟିକ ପ୍ରକ୍ରିୟା ପ୍ରଭାବିତ ହେଉଛି। ଏହା ହିଁ ହେଉଛି ଓ ହେବ। ନ୍ୟାୟିକ ବ୍ୟବସ୍ଥାରୁ ଏବେ ଆସିବା ସେନା କ୍ଷେତ୍ରକୁ। ମୋ ଘର ନିକଟରେ ଅଛି ମାଡ୍ରାସ ସାପର୍ସ ରେଜିମେଣ୍ଟ । ଏହା ୧୭୮୦ ସେପ୍ଟେମ୍ବର ୩ରେ ସ୍ଥାପିତ ହୋଇଥିଲା। ଅର୍ଥାତ୍‌ ଏହା ୨୪୨ ବର୍ଷର ପୁରୁଣା ରେଜିମେଣ୍ଟ। ଉପମହାଦେଶରେ ଏତେ ପୁରୁଣା କୌଣସି ସରକାରୀ ଅନୁଷ୍ଠାନ ନାହିଁ। ହେଲେ ଉକ୍ତ ଆର୍ମି ରେଜିମେଣ୍ଟକୁ ଚଳିତ ବର୍ଷ ପ୍ରାରମ୍ଭରେ ପରିବର୍ତ୍ତନ କରାଗଲା। ଏବେଠାରୁ ୪ ବର୍ଷ ମଧ୍ୟରେ ତିନି ଚତୁର୍ଥାଂଶ ଯବାନ ଅବସର ନେବେ। ସେମାନଙ୍କୁ ୬ ମାସ ପ୍ରଶିକ୍ଷଣ ଦିଆଯିବ ଏବଂ ପରେ ଉପକରଣ ସମ୍ଭାଳିବାକୁ କୁହାଯିବ, ଯାହାକୁ କିଣିବାରେ ଅନେକ ଲକ୍ଷ ଡଲାର ବ୍ୟୟ କରାଯାଇଛି। ଜଣେ ଅବସରପ୍ରାପ୍ତ ଜେନେରାଲ ଉକ୍ତ ଯୋଜନା ସମ୍ପର୍କରେ କହିଛନ୍ତି ଯେ, ସରକାର ଆର୍ମିର ରେଜିମେଣ୍ଟାଲ ବ୍ୟବସ୍ଥାକୁ ଶେଷ କରିଦେବାକୁ ଚାହାନ୍ତି। ‘ନାମ୍‌ , ନମକ୍‌ ଓ ନିଶାନ୍‌’ ପ୍ରତି ସମର୍ପିତ ଯବାନ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ର ବିଷମ ପ୍ରୟୋଗରେ ଶେଷ ହୋଇଯିବ ।
ତେବେ ରାଜପୁତ ରେଜିମେଣ୍ଟ, ଗୋର୍ଖା ରେଜିମେଣ୍ଟ, ଶିଖ୍‌ ରେଜିମେଣ୍ଟକୁ ସେନାର ପୋଲିସୀକରଣ ସହ ନୂଆ ନମ୍ବର ଦିଆଯିବ ନା ହ୍ବାଟ୍ସଆପ୍‌ରେ ଆଲୋଚନା ହେଉଥିବା ‘ସଭରକର ରେଜିମେଣ୍ଟ’,‘ମଙ୍ଗଲପାଣ୍ଡେ ରେଜିମେଣ୍ଟ’, ‘ଦୀନ ଦୟାଲ ଉପାଧ୍ୟାୟ ରେଜିମେଣ୍ଟ’ ଭଳି ପୁନଃ ନାମକରଣ କରାଯିବ? ଯୋଜନାର ଯୁକ୍ତିଯୁକ୍ତତା ସ୍ପଷ୍ଟ ବୁଝାପଡ଼ୁ ନ ଥିଲେ ମଧ୍ୟ ଏହା ସ୍ଥଳସେନା, ନୌସେନା ଓ ବାୟୁସେନାରେ ରହିବ। କୁହାଯାଉଛି ଯେ, ପେନ୍‌ସନ ବିଲ୍‌ ଅନିୟନ୍ତ୍ରିତ ହୋଇଯିବାରୁ ସରକାର ଏହା କରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଏହାର କାରଣ ଦର୍ଶାଯାଇନାହିଁ। ଦୁଇ ଶତାବ୍ଦୀ ଧରି ନିଜ ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ଗଠିତ ଏକ ସଂସ୍ଥାରେ ଆମେ ହସ୍ତକ୍ଷେପ କଲୁ। ଏହା କାହିଁକି କରାଯାଇଛି ସେ ସମ୍ପର୍କରେ କିଛି ବି ସ୍ପଷ୍ଟ କରାଯାଇନାହିଁ। ଏବେ ଉକ୍ତ ପ୍ରସଙ୍ଗରୁ ଆଗକୁ ବଢିବା।
ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ ପ୍ରୋଗ୍ରାମ ନେହେରୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହା ମଧ୍ୟ ଖ୍ୟାତି ଲାଭ କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନ୍ୟାଶନାଲ ସାମ୍ପଲ ସର୍ଭେ ଅଫିସ ପ୍ରକାଶ କରିଥିଲା ଯେ, ଭାରତରେ ବେରୋଜଗାର ପ୍ରଥମ ଥର ପାଇଁ ଦୁଇଗୁଣରୁ ଅଧିକ ରହିଥିଲା; ଯାହା ଏକ ରେକର୍ଡ ସ୍ତର। ଏହା ୨.୨%ରୁ ବୃଦ୍ଧିପାଇ ୬%ରୁ ଅଧିକ ହୋଇଥିଲା। କିନ୍ତୁ ଏହି ରିପୋର୍ଟ ପ୍ରକାଶ କରା ନ ଯାଇ ସ୍ଥଗିତ ରଖାଗଲା। ଏହା ଥିଲା ବିମୁଦ୍ରୀକରଣ ପରେ ଏକ ସରକାରୀ ସଂସ୍ଥା ଦ୍ୱାରା ରୋଜଗାର ସମ୍ପର୍କିତ ପ୍ରଥମ ସର୍ଭେ। ନ୍ୟାଶ୍‌ନାଲ ଷ୍ଟାଟିିଷ୍ଟିକାଲ କମିଶନ(ଏନ୍‌ଏସ୍‌ସି)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସମେତ ଦୁଇଜଣ ସଦସ୍ୟ ଇସ୍ତଫା ଦେବା ସହ କହିଥିଲେ ଯେ ରିପୋର୍ଟକୁ ପ୍ରକାଶ କରିବାକୁ ଏନ୍‌ଏସ୍‌ସି ଅନୁମୋଦନ କରିଥିଲେ ମଧ୍ୟ ସରକାର ତାହା କଲେ ନାହିଁ। ଏପରି କି ରିପୋର୍ଟର ତଥ୍ୟକୁ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିବାକୁ ନୀତି ଆୟୋଗଙ୍କୁ ଆଗକୁ ପଠାଗଲା। କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ କରା ନ ଯାଇ ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରକାଶ କରାଯାଇଥିଲା। ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ମଧ୍ୟରେ ଏକ ସରକାରୀ ସର୍ଭେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଥିଲା। ୨୦୧୨ ତୁଳନାରେ ୨୦୧୮ରେ ଭାରତୀୟଙ୍କ ମାସିକ ହାରାହାରି ବ୍ୟୟ ପରିମାଣ ୧,୫୦୧ ଟଙ୍କାରୁ ଖସି ୧,୪୪୬ ଟଙ୍କାରେ ରହିଥିଲା। ରିପୋର୍ଟ ଦର୍ଶାଇଥିଲା ଯେ, ବିଗତ ୫୦ ବର୍ଷ ମଧ୍ୟରେ କୌଣସି ସମୟରେ ବ୍ୟୟରେ ଏଭଳି ହ୍ରାସ ଘଟି ନ ଥିଲା । ସେଭଳି ହ୍ରାସ ଦେଶରେ ଅତି କମ୍‌ରେ ୧୦% ଦାରିଦ୍ର୍ୟ ବୃଦ୍ଧିକୁ ସୂଚିତ କରିଥିଲା। ଏହାବାଦ୍‌ ଖାଦ୍ୟ ବାବାଦ ବ୍ୟୟ ହ୍ରାସ ଥିଲା ରିପୋର୍ଟର ଚିନ୍ତାଜନକ ବିଷୟ। ୨୦୧୨ ରେ ଖାଦ୍ୟ ବାବଦରେ ସହରୀ ଲୋକଙ୍କର ମୁଣ୍ଡ ପିଛା ମାସିକ ବ୍ୟୟ ୯୪୩ ଟଙ୍କା ଥିଲାବେଳେ ୨୦୧୮ରେ ଏହା ଥିଲା ୯୪୬ ଟଙ୍କା, ପ୍ରାୟତଃ ଏକ ସମାନ ସ୍ତରରେ ରହିଥିଲା। କିନ୍ତୁ ଗ୍ରାମୀଣ ଭାରତୀୟଙ୍କ କ୍ଷେତ୍ରରେ ୨୦୧୨ରେ ଏହା ୬୪୩ ଟଙ୍କା ଥିବାବେଳେ ୨୦୧୮ରେ ହ୍ରାସ ପାଇ ରହିଥିଲା ୫୮୦ ଟଙ୍କା। ଭାରତରେ ସାଧାରଣତଃ ବ୍ୟୟରେ ବାର୍ଷିକ ହାରାହାରି ବୃଦ୍ଧି ପାଖାପାଖି ୩ % ହୋଇଥାଏ। କିନ୍ତୁ ୬ ବର୍ଷରେ ଯେଉଁ ହ୍ରାସ ଘଟିଛି ତାହା ସୂଚିତ କରୁଛି ଯେ,ଏହି ବର୍ଷଗୁଡ଼ିକରେ ବାର୍ଷିକ ଅଗ୍ରତି ପୂରା ଧୂଳିସାତ୍‌ ହୋଇ ବ୍ୟୟରେ ପାଖାପାଖି ୨୦% ହ୍ରାସ ହୋଇଛି। ଉକ୍ତ ରିପୋର୍ଟ ୨୦୧୯ ଜୁନ୍‌ ୧୯ରେ ଏକ କମିଟି ଦ୍ୱାରା ସ୍ବୀକୃତିଲାଭ କରିଥିଲେ ମଧ୍ୟ ବେରୋଜଗାର ତଥ୍ୟ ଭଳି ଏହାକୁ ପ୍ରକାଶ କରାଗଲା ନାହିଁ। ଏପରି କି ପୂର୍ବତନ ଆର୍ଥିକ ପରାମର୍ଶଦାତା ସାଧାରଣରେ ଏହାକୁ ପ୍ରକାଶ କରିବାକୁ କହିଥିଲେ ବି ତାହା ଏଯାବତ କରାଯାଇନାହିଁ।
ବିମୁଦ୍ରୀକରଣ ପାଇଁ ସରକାର ପ୍ରସ୍ତୁତ ହେଉଥିବାବେଳେ ବିଶେଷକରି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ)ତାହାକୁ ଖରାପ ଯୋଜନା କହିବା ସହ ଆଗକୁ ନ ବଢ଼ିବା ଉଚିତ ବୋଲି ମତ ରଖିଥିଲା। ଅଧିକ ନଗଦ କଳାଟଙ୍କା ନୁହେଁ, ବରଂ ଧନ ସମ୍ପତ୍ତି ଓ ସୁନା ରୂପେ ଗଚ୍ଛିତ ଅଛି ଏବଂ କଳାଟଙ୍କାକୁ ଆୟତ୍ତ କରିବାରେ ବିମୁଦ୍ରୀକରଣର ପ୍ରଭାବ ରହିବ ନାହିଁ ବୋଲି ଆର୍‌ବିଆଇ ଦର୍ଶାଇଥିଲା। ଏହା ମଧ୍ୟ କହିଥିଲା ଯେ, ଜିଡିପି ଉପରେ ଏହାର ନକାରାମତ୍କ ପ୍ରଭାବ ରହିବ । ଦେଶରେ ସବୁଆଡେ ଖେଳେଇ ହୋଇ ରହିଥିବା ମୋଟ ୧୮ ଲକ୍ଷ କୋଟି ନଗଦ ଟଙ୍କା ତୁଳନାରେ ୪୦୦ କୋଟି (କେବଳ ୦.୦୨%) ନକଲି ଟଙ୍କା ଖୁବ୍‌ ନଗଣ୍ୟ ଥିଲା। କିନ୍ତୁ ସରକାରଙ୍କ ନିଷ୍ପତ୍ତିରେ କୌଣସି ପ୍ରକାରେ ଆର୍‌ବିଆଇ ମୋହର ଲଗାଇଥିଲା । କେବଳ ଆର୍‌ବିଆଇ ନୁହେଁ ଏମିତି ଆମ ଗଣତନ୍ତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ବିଶ୍ୱାସକୁ ନିଆଯାଉନାହିଁ। ଏପରି କି ବିନା ବାଧାରେ ସେଗୁଡ଼ିକର କ୍ଷମତା ହ୍ରାସ ବା ଦୁର୍ବଳ କରାଯାଇଛି ଓ କରାଯାଉଛି ମଧ୍ୟ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?