କ୍ଷମତା ହ୍ରାସ କରାଯାଉଛି

‘ନ୍ୟାୟିକ ନିଯୁକ୍ତିକୁ ନେଇ କେନ୍ଦ୍ରର ନୀରବତା ନିନ୍ଦନୀୟ : ସୁପ୍ରିମକୋର୍ଟ’- ଏଭଳି ଏକ ପ୍ରକାଶିତ ଶୀଷର୍କ ରିପୋର୍ଟରେ କୁହାଯାଇଛି ଯେ, ନ୍ୟାୟିକ ବ୍ୟବସ୍ଥାରେ ଚୟନ କରାଯାଉଥିବା ବ୍ୟକ୍ତିମାନଙ୍କୁ ସରକାର ନିଯୁକ୍ତ କରୁନାହାନ୍ତି କିମ୍ବା ନାମଗୁଡ଼ିକୁ ଗ୍ରହଣ କରିବାରେ ଥିବା ସନ୍ଦେହ ସମ୍ପର୍କରେ ବି କିଛି ଜଣାଉନାହାନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, କୌଣସି ସ୍ପଷ୍ଟୀକରଣ ନ ଦେଇ କେନ୍ଦ୍ର ନାମଗୁଡ଼ିକୁ ପକାଇ ରଖିବା ମନୋଭାବ ଯୋଗୁ ନ୍ୟାୟିକ ପ୍ରକ୍ରିୟା ପ୍ରଭାବିତ ହେଉଛି। ଏହା ହିଁ ହେଉଛି ଓ ହେବ। ନ୍ୟାୟିକ ବ୍ୟବସ୍ଥାରୁ ଏବେ ଆସିବା ସେନା କ୍ଷେତ୍ରକୁ। ମୋ ଘର ନିକଟରେ ଅଛି ମାଡ୍ରାସ ସାପର୍ସ ରେଜିମେଣ୍ଟ । ଏହା ୧୭୮୦ ସେପ୍ଟେମ୍ବର ୩ରେ ସ୍ଥାପିତ ହୋଇଥିଲା। ଅର୍ଥାତ୍‌ ଏହା ୨୪୨ ବର୍ଷର ପୁରୁଣା ରେଜିମେଣ୍ଟ। ଉପମହାଦେଶରେ ଏତେ ପୁରୁଣା କୌଣସି ସରକାରୀ ଅନୁଷ୍ଠାନ ନାହିଁ। ହେଲେ ଉକ୍ତ ଆର୍ମି ରେଜିମେଣ୍ଟକୁ ଚଳିତ ବର୍ଷ ପ୍ରାରମ୍ଭରେ ପରିବର୍ତ୍ତନ କରାଗଲା। ଏବେଠାରୁ ୪ ବର୍ଷ ମଧ୍ୟରେ ତିନି ଚତୁର୍ଥାଂଶ ଯବାନ ଅବସର ନେବେ। ସେମାନଙ୍କୁ ୬ ମାସ ପ୍ରଶିକ୍ଷଣ ଦିଆଯିବ ଏବଂ ପରେ ଉପକରଣ ସମ୍ଭାଳିବାକୁ କୁହାଯିବ, ଯାହାକୁ କିଣିବାରେ ଅନେକ ଲକ୍ଷ ଡଲାର ବ୍ୟୟ କରାଯାଇଛି। ଜଣେ ଅବସରପ୍ରାପ୍ତ ଜେନେରାଲ ଉକ୍ତ ଯୋଜନା ସମ୍ପର୍କରେ କହିଛନ୍ତି ଯେ, ସରକାର ଆର୍ମିର ରେଜିମେଣ୍ଟାଲ ବ୍ୟବସ୍ଥାକୁ ଶେଷ କରିଦେବାକୁ ଚାହାନ୍ତି। ‘ନାମ୍‌ , ନମକ୍‌ ଓ ନିଶାନ୍‌’ ପ୍ରତି ସମର୍ପିତ ଯବାନ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ର ବିଷମ ପ୍ରୟୋଗରେ ଶେଷ ହୋଇଯିବ ।
ତେବେ ରାଜପୁତ ରେଜିମେଣ୍ଟ, ଗୋର୍ଖା ରେଜିମେଣ୍ଟ, ଶିଖ୍‌ ରେଜିମେଣ୍ଟକୁ ସେନାର ପୋଲିସୀକରଣ ସହ ନୂଆ ନମ୍ବର ଦିଆଯିବ ନା ହ୍ବାଟ୍ସଆପ୍‌ରେ ଆଲୋଚନା ହେଉଥିବା ‘ସଭରକର ରେଜିମେଣ୍ଟ’,‘ମଙ୍ଗଲପାଣ୍ଡେ ରେଜିମେଣ୍ଟ’, ‘ଦୀନ ଦୟାଲ ଉପାଧ୍ୟାୟ ରେଜିମେଣ୍ଟ’ ଭଳି ପୁନଃ ନାମକରଣ କରାଯିବ? ଯୋଜନାର ଯୁକ୍ତିଯୁକ୍ତତା ସ୍ପଷ୍ଟ ବୁଝାପଡ଼ୁ ନ ଥିଲେ ମଧ୍ୟ ଏହା ସ୍ଥଳସେନା, ନୌସେନା ଓ ବାୟୁସେନାରେ ରହିବ। କୁହାଯାଉଛି ଯେ, ପେନ୍‌ସନ ବିଲ୍‌ ଅନିୟନ୍ତ୍ରିତ ହୋଇଯିବାରୁ ସରକାର ଏହା କରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଏହାର କାରଣ ଦର୍ଶାଯାଇନାହିଁ। ଦୁଇ ଶତାବ୍ଦୀ ଧରି ନିଜ ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ଗଠିତ ଏକ ସଂସ୍ଥାରେ ଆମେ ହସ୍ତକ୍ଷେପ କଲୁ। ଏହା କାହିଁକି କରାଯାଇଛି ସେ ସମ୍ପର୍କରେ କିଛି ବି ସ୍ପଷ୍ଟ କରାଯାଇନାହିଁ। ଏବେ ଉକ୍ତ ପ୍ରସଙ୍ଗରୁ ଆଗକୁ ବଢିବା।
ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ ପ୍ରୋଗ୍ରାମ ନେହେରୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହା ମଧ୍ୟ ଖ୍ୟାତି ଲାଭ କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନ୍ୟାଶନାଲ ସାମ୍ପଲ ସର୍ଭେ ଅଫିସ ପ୍ରକାଶ କରିଥିଲା ଯେ, ଭାରତରେ ବେରୋଜଗାର ପ୍ରଥମ ଥର ପାଇଁ ଦୁଇଗୁଣରୁ ଅଧିକ ରହିଥିଲା; ଯାହା ଏକ ରେକର୍ଡ ସ୍ତର। ଏହା ୨.୨%ରୁ ବୃଦ୍ଧିପାଇ ୬%ରୁ ଅଧିକ ହୋଇଥିଲା। କିନ୍ତୁ ଏହି ରିପୋର୍ଟ ପ୍ରକାଶ କରା ନ ଯାଇ ସ୍ଥଗିତ ରଖାଗଲା। ଏହା ଥିଲା ବିମୁଦ୍ରୀକରଣ ପରେ ଏକ ସରକାରୀ ସଂସ୍ଥା ଦ୍ୱାରା ରୋଜଗାର ସମ୍ପର୍କିତ ପ୍ରଥମ ସର୍ଭେ। ନ୍ୟାଶ୍‌ନାଲ ଷ୍ଟାଟିିଷ୍ଟିକାଲ କମିଶନ(ଏନ୍‌ଏସ୍‌ସି)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସମେତ ଦୁଇଜଣ ସଦସ୍ୟ ଇସ୍ତଫା ଦେବା ସହ କହିଥିଲେ ଯେ ରିପୋର୍ଟକୁ ପ୍ରକାଶ କରିବାକୁ ଏନ୍‌ଏସ୍‌ସି ଅନୁମୋଦନ କରିଥିଲେ ମଧ୍ୟ ସରକାର ତାହା କଲେ ନାହିଁ। ଏପରି କି ରିପୋର୍ଟର ତଥ୍ୟକୁ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିବାକୁ ନୀତି ଆୟୋଗଙ୍କୁ ଆଗକୁ ପଠାଗଲା। କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ କରା ନ ଯାଇ ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରକାଶ କରାଯାଇଥିଲା। ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ମଧ୍ୟରେ ଏକ ସରକାରୀ ସର୍ଭେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଥିଲା। ୨୦୧୨ ତୁଳନାରେ ୨୦୧୮ରେ ଭାରତୀୟଙ୍କ ମାସିକ ହାରାହାରି ବ୍ୟୟ ପରିମାଣ ୧,୫୦୧ ଟଙ୍କାରୁ ଖସି ୧,୪୪୬ ଟଙ୍କାରେ ରହିଥିଲା। ରିପୋର୍ଟ ଦର୍ଶାଇଥିଲା ଯେ, ବିଗତ ୫୦ ବର୍ଷ ମଧ୍ୟରେ କୌଣସି ସମୟରେ ବ୍ୟୟରେ ଏଭଳି ହ୍ରାସ ଘଟି ନ ଥିଲା । ସେଭଳି ହ୍ରାସ ଦେଶରେ ଅତି କମ୍‌ରେ ୧୦% ଦାରିଦ୍ର୍ୟ ବୃଦ୍ଧିକୁ ସୂଚିତ କରିଥିଲା। ଏହାବାଦ୍‌ ଖାଦ୍ୟ ବାବାଦ ବ୍ୟୟ ହ୍ରାସ ଥିଲା ରିପୋର୍ଟର ଚିନ୍ତାଜନକ ବିଷୟ। ୨୦୧୨ ରେ ଖାଦ୍ୟ ବାବଦରେ ସହରୀ ଲୋକଙ୍କର ମୁଣ୍ଡ ପିଛା ମାସିକ ବ୍ୟୟ ୯୪୩ ଟଙ୍କା ଥିଲାବେଳେ ୨୦୧୮ରେ ଏହା ଥିଲା ୯୪୬ ଟଙ୍କା, ପ୍ରାୟତଃ ଏକ ସମାନ ସ୍ତରରେ ରହିଥିଲା। କିନ୍ତୁ ଗ୍ରାମୀଣ ଭାରତୀୟଙ୍କ କ୍ଷେତ୍ରରେ ୨୦୧୨ରେ ଏହା ୬୪୩ ଟଙ୍କା ଥିବାବେଳେ ୨୦୧୮ରେ ହ୍ରାସ ପାଇ ରହିଥିଲା ୫୮୦ ଟଙ୍କା। ଭାରତରେ ସାଧାରଣତଃ ବ୍ୟୟରେ ବାର୍ଷିକ ହାରାହାରି ବୃଦ୍ଧି ପାଖାପାଖି ୩ % ହୋଇଥାଏ। କିନ୍ତୁ ୬ ବର୍ଷରେ ଯେଉଁ ହ୍ରାସ ଘଟିଛି ତାହା ସୂଚିତ କରୁଛି ଯେ,ଏହି ବର୍ଷଗୁଡ଼ିକରେ ବାର୍ଷିକ ଅଗ୍ରତି ପୂରା ଧୂଳିସାତ୍‌ ହୋଇ ବ୍ୟୟରେ ପାଖାପାଖି ୨୦% ହ୍ରାସ ହୋଇଛି। ଉକ୍ତ ରିପୋର୍ଟ ୨୦୧୯ ଜୁନ୍‌ ୧୯ରେ ଏକ କମିଟି ଦ୍ୱାରା ସ୍ବୀକୃତିଲାଭ କରିଥିଲେ ମଧ୍ୟ ବେରୋଜଗାର ତଥ୍ୟ ଭଳି ଏହାକୁ ପ୍ରକାଶ କରାଗଲା ନାହିଁ। ଏପରି କି ପୂର୍ବତନ ଆର୍ଥିକ ପରାମର୍ଶଦାତା ସାଧାରଣରେ ଏହାକୁ ପ୍ରକାଶ କରିବାକୁ କହିଥିଲେ ବି ତାହା ଏଯାବତ କରାଯାଇନାହିଁ।
ବିମୁଦ୍ରୀକରଣ ପାଇଁ ସରକାର ପ୍ରସ୍ତୁତ ହେଉଥିବାବେଳେ ବିଶେଷକରି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ)ତାହାକୁ ଖରାପ ଯୋଜନା କହିବା ସହ ଆଗକୁ ନ ବଢ଼ିବା ଉଚିତ ବୋଲି ମତ ରଖିଥିଲା। ଅଧିକ ନଗଦ କଳାଟଙ୍କା ନୁହେଁ, ବରଂ ଧନ ସମ୍ପତ୍ତି ଓ ସୁନା ରୂପେ ଗଚ୍ଛିତ ଅଛି ଏବଂ କଳାଟଙ୍କାକୁ ଆୟତ୍ତ କରିବାରେ ବିମୁଦ୍ରୀକରଣର ପ୍ରଭାବ ରହିବ ନାହିଁ ବୋଲି ଆର୍‌ବିଆଇ ଦର୍ଶାଇଥିଲା। ଏହା ମଧ୍ୟ କହିଥିଲା ଯେ, ଜିଡିପି ଉପରେ ଏହାର ନକାରାମତ୍କ ପ୍ରଭାବ ରହିବ । ଦେଶରେ ସବୁଆଡେ ଖେଳେଇ ହୋଇ ରହିଥିବା ମୋଟ ୧୮ ଲକ୍ଷ କୋଟି ନଗଦ ଟଙ୍କା ତୁଳନାରେ ୪୦୦ କୋଟି (କେବଳ ୦.୦୨%) ନକଲି ଟଙ୍କା ଖୁବ୍‌ ନଗଣ୍ୟ ଥିଲା। କିନ୍ତୁ ସରକାରଙ୍କ ନିଷ୍ପତ୍ତିରେ କୌଣସି ପ୍ରକାରେ ଆର୍‌ବିଆଇ ମୋହର ଲଗାଇଥିଲା । କେବଳ ଆର୍‌ବିଆଇ ନୁହେଁ ଏମିତି ଆମ ଗଣତନ୍ତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ବିଶ୍ୱାସକୁ ନିଆଯାଉନାହିଁ। ଏପରି କି ବିନା ବାଧାରେ ସେଗୁଡ଼ିକର କ୍ଷମତା ହ୍ରାସ ବା ଦୁର୍ବଳ କରାଯାଇଛି ଓ କରାଯାଉଛି ମଧ୍ୟ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri