ଏହି ସମସ୍ୟାରେ ଚୁପ୍‌ଚାପ ବସି ହୁଏନି…

ବେଳେବେଳେ କେତେକ କୌଣସି ସ୍ଥାନରେ ସ୍ଥିର ରହିପାରନ୍ତି ନାହିଁ। ଏଭଳି ସମସ୍ୟାରେ ଚୁପ୍‌ଚାପ୍‌ ବସିବା ଏକ ପ୍ରକାର ଅସମ୍ଭବ ହୋଇଥାଏ। ଏହାକୁ ଡାକ୍ତରୀଭାଷାରେ ଆକାଥିସିଆ ବା ଚଳନ ସମସ୍ୟା କୁହାଯାଇଥାଏ। ଏହା ଶରୀର କେତେକ ଆଭ୍ୟନ୍ତରୀଣ ଅସ୍ଥିରତା ଯୋଗୁ ସୃଷ୍ଟି ହୋଇଥାଏ। ସମସ୍ୟା ରହିଥିବା ବ୍ୟକ୍ତି, ପିଲା ଅବା ବୟସ୍କଙ୍କ ମନ ଶାନ୍ତ ରୁହେନା। ଗୋଡ଼ ଅଧିକ ପ୍ରଭାବିତ ହୁଏ। ଫଳରେ ସ୍ଥିର ହୋଇ ରହିନ ପାରିବା ସମ୍ପୃକ୍ତ ବ୍ୟକ୍ତି ଏପାଖ ସେପାଖ, ଆଗପଛ ହୋଇ ଚାଲନ୍ତି। ମନ ଅଶାନ୍ତ ରୁହେ । ସମସ୍ୟା ଅଧିକ ଜଟିଳ ହେଲେ ଲୋକେ ଆତ୍ମହତ୍ୟା କରିଥାନ୍ତି ।
ଆଣ୍ଟିସାଇକୋଟିକ ଔଷଧ ବ୍ୟବହାର କରୁଥିବାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ। ସିଲେକ୍ଟିଭ ସେରୋଟୋନିନ ଇନହିବିଟର, ମେଟୋକ୍ଲୋପ୍ରାମାଇଡ, ରିସର୍ପିନ, ପାର୍କିନ୍ସନ ରୋଗ, ସିଜୋଫ୍ରେନିଆ ଯୋଗୁ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର କହିଥାନ୍ତି। ଏହି ସମସ୍ୟାରେ ଖୁସି ହରମୋନ୍‌ ଡୋପାମାଇନର କ୍ଷରଣରେ ଅନିୟମିତତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଡୋପାମାଇନ୍‌ କ୍ଷରଣ ସ୍ବାଭାବିକ ହେଲେ ସମସ୍ୟା ବନ୍ଦ ହୋଇଯାଇଥାଏ। ଏହି ସମସ୍ୟାରେ ଡାଇଫେନହାଇଡ୍ରାମିନ, ଟ୍ରାଜୋଡନ, ବେଞ୍ଜଟ୍ରୋପିନ, ମିର୍ତାଜାପିନ, ବିଟା ବ୍ଲକର ଆଦି ଔଷଧ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ସେହିପରି ଭିଟାମିନ୍‌ ବି-୬, ଲୌହ ଅଂଶର ଅଭାବର ଚିକିତ୍ସା କଲେ ମଧ୍ୟ ଉପକାର ମିଳେ । ନ୍ୟୁରୋସାଇକାଟ୍ରିଷ୍ଟ୍‌ ଲାଡିସ୍ଲାଭ ହାସ୍କୋଭେକ ୧୯୦୧ରେ ପ୍ରଥମେ ଏହି ସମସ୍ୟା ସମ୍ପର୍କରେ ଜାଣି ପାରିଥିଲେ। ଏହାପରେ ସେ ଏହାର ଚିକିତ୍ସା ସମ୍ପର୍କରେ ଗବେଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri