ଏହି ସମସ୍ୟାରେ ଚୁପ୍‌ଚାପ ବସି ହୁଏନି…

ବେଳେବେଳେ କେତେକ କୌଣସି ସ୍ଥାନରେ ସ୍ଥିର ରହିପାରନ୍ତି ନାହିଁ। ଏଭଳି ସମସ୍ୟାରେ ଚୁପ୍‌ଚାପ୍‌ ବସିବା ଏକ ପ୍ରକାର ଅସମ୍ଭବ ହୋଇଥାଏ। ଏହାକୁ ଡାକ୍ତରୀଭାଷାରେ ଆକାଥିସିଆ ବା ଚଳନ ସମସ୍ୟା କୁହାଯାଇଥାଏ। ଏହା ଶରୀର କେତେକ ଆଭ୍ୟନ୍ତରୀଣ ଅସ୍ଥିରତା ଯୋଗୁ ସୃଷ୍ଟି ହୋଇଥାଏ। ସମସ୍ୟା ରହିଥିବା ବ୍ୟକ୍ତି, ପିଲା ଅବା ବୟସ୍କଙ୍କ ମନ ଶାନ୍ତ ରୁହେନା। ଗୋଡ଼ ଅଧିକ ପ୍ରଭାବିତ ହୁଏ। ଫଳରେ ସ୍ଥିର ହୋଇ ରହିନ ପାରିବା ସମ୍ପୃକ୍ତ ବ୍ୟକ୍ତି ଏପାଖ ସେପାଖ, ଆଗପଛ ହୋଇ ଚାଲନ୍ତି। ମନ ଅଶାନ୍ତ ରୁହେ । ସମସ୍ୟା ଅଧିକ ଜଟିଳ ହେଲେ ଲୋକେ ଆତ୍ମହତ୍ୟା କରିଥାନ୍ତି ।
ଆଣ୍ଟିସାଇକୋଟିକ ଔଷଧ ବ୍ୟବହାର କରୁଥିବାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ। ସିଲେକ୍ଟିଭ ସେରୋଟୋନିନ ଇନହିବିଟର, ମେଟୋକ୍ଲୋପ୍ରାମାଇଡ, ରିସର୍ପିନ, ପାର୍କିନ୍ସନ ରୋଗ, ସିଜୋଫ୍ରେନିଆ ଯୋଗୁ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର କହିଥାନ୍ତି। ଏହି ସମସ୍ୟାରେ ଖୁସି ହରମୋନ୍‌ ଡୋପାମାଇନର କ୍ଷରଣରେ ଅନିୟମିତତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଡୋପାମାଇନ୍‌ କ୍ଷରଣ ସ୍ବାଭାବିକ ହେଲେ ସମସ୍ୟା ବନ୍ଦ ହୋଇଯାଇଥାଏ। ଏହି ସମସ୍ୟାରେ ଡାଇଫେନହାଇଡ୍ରାମିନ, ଟ୍ରାଜୋଡନ, ବେଞ୍ଜଟ୍ରୋପିନ, ମିର୍ତାଜାପିନ, ବିଟା ବ୍ଲକର ଆଦି ଔଷଧ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ସେହିପରି ଭିଟାମିନ୍‌ ବି-୬, ଲୌହ ଅଂଶର ଅଭାବର ଚିକିତ୍ସା କଲେ ମଧ୍ୟ ଉପକାର ମିଳେ । ନ୍ୟୁରୋସାଇକାଟ୍ରିଷ୍ଟ୍‌ ଲାଡିସ୍ଲାଭ ହାସ୍କୋଭେକ ୧୯୦୧ରେ ପ୍ରଥମେ ଏହି ସମସ୍ୟା ସମ୍ପର୍କରେ ଜାଣି ପାରିଥିଲେ। ଏହାପରେ ସେ ଏହାର ଚିକିତ୍ସା ସମ୍ପର୍କରେ ଗବେଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri