କିଛି ଦେଖି ପାରୁନାହୁଁ

ଆକାର ପଟେଲ

ଆମେରିକାରେ ସ୍ତମ୍ଭ ଲେଖିବା ପାଣ୍ଡିତ୍ୟ କାମ ବୋଲି କୁହାଯାଏ। ଆମେରିକୀୟଙ୍କ ଅନୁସାରେ ପଣ୍ଡିତ କହିଲେ କୌଣସି ନିର୍ଦ୍ଦିଷ୍ଟ ବିଷୟ କିମ୍ବା କ୍ଷେତ୍ରରେ ଜଣେ ବିଶେଷଜ୍ଞକୁ ବୁଝାଏ, ଯିଏ ଲଗାତର ଜନସାଧାରଣଙ୍କ ପାଖରେ ତାଙ୍କ ମତାମତ ଉପସ୍ଥାପନ କରିଥାଆନ୍ତି। ବାସ୍ତବରେ ଏହା ପାଣ୍ଡିତ୍ୟ ନୁହେଁ। ଖବରକାଗଜର ସ୍ତମ୍ଭକାରମାନେ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟ କିମ୍ବା କ୍ଷେତ୍ରରେ ପଣ୍ଡିତ ବା ବିଶେଷଜ୍ଞ ନୁହନ୍ତି। ପ୍ରାୟତଃ ସେମାନଙ୍କ ମଧ୍ୟରୁ ସମସ୍ତେ ସାମ୍ବାଦିକତା କ୍ଷେତ୍ରରୁ ଆସିଥାଆନ୍ତି ଏବଂ ଖବରଦାତା ଭାବେ କାର୍ଯ୍ୟ କରିବାରେ ଅଭ୍ୟସ୍ତ ଥାଆନ୍ତି କିମ୍ବା ସମ୍ପାଦକ ଭାବେ କାର୍ଯ୍ୟ କରିଥାଆନ୍ତି। ଯଦି ସେମାନେ କୌଣସି ବିଷୟରେ ବିଶେଷଜ୍ଞ ହୋଇଥାଆନ୍ତି ତେବେ ତାହା ସେମାନଙ୍କ ରିପୋର୍ଟିଂ କ୍ଷେତ୍ରର ହିଁ ହୋଇଥିବ। କିନ୍ତୁ ସ୍ବାସ୍ଥ୍ୟ ସେବା ଉପରେ ଜଣେ ରିପୋର୍ଟର କେମିତି ମେଡିସିନ ଏବଂ ସର୍ଜରିର ବିଶେଷଜ୍ଞ ହୋଇପାରିବ। ଏମିତି କେହି ବି ନ ଥିବେ। ସ୍ତମ୍ଭକାରମାନେ ଘଟଣା ଘଟିବା ପରେ ବ୍ୟାଖ୍ୟା କରିଥାଆନ୍ତି। ଘଟିଯାଇଥିବା ଘଟଣା ବିଷୟରେ ସେମାନେ ଲେଖିଥାଆନ୍ତି। ହେଲେ ଆଗକୁ କ’ଣ ଘଟିବ ସେ ସମ୍ପର୍କରେ କିଛି ଧାରଣା ନ ଥାଏ। କେତେ ଜଣ ଭାରତୀୟ ସ୍ତମ୍ଭକାର ଆର୍ଥିକ ମାନ୍ଦାବସ୍ଥା, କରୋନା ଦ୍ୱିତୀୟ ଲହର ଏବଂ ଲଦାଖରେ ଚାଇନାର ଅନୁପ୍ରବେଶ, ନାଗରିକତ୍ୱ ସଂଶୋଧନ ଆଇନ ଉପରେ ଲୋକଙ୍କ ପ୍ରତିକ୍ରିୟା, ବିମୁଦ୍ରୀକରଣ ଏବଂ ୩ ବର୍ଷ ମୋଟ ଘରୋଇ ଉପତ୍ାଦ କମିବା, ସେବା ଓ ସାମଗ୍ରୀ ଟିକସର ବିଫଳତା କିମ୍ବା କଶ୍ମୀରକୁ ଭାଗ ଭାଗ କରିବା ସମ୍ପର୍କରେ ଆକଳନ କରିଥିଲେ? କେହି ଜଣେ ବି ଏହା କରି ନାହାନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ଅତ୍ୟଧିତ୍କ ଭୋଟ ପାଇ ଟିଏମ୍‌ସି ଜିତିବା ବିଷୟରେ କେତେ ଜଣ ଆକଳନ କରିଥିଲେ। କେହି ବି ନୁହେଁ। ଏଥିରୁ ସ୍ପଷ୍ଟ, ଆମେ ରାଜନୈତିକ କ୍ଷେତ୍ରରେ ମଧ୍ୟ ବିଶେଷଜ୍ଞ ନୋହଁୁ। ନିରପେକ୍ଷ ଭାବେ କହିବାକୁ ଗଲେ ଏହା ଆମର ଭୁଲ୍‌ ନୁହେଁ। ପାଖାପାଖିରେ କ’ଣ ଘଟିବ ତାହା ଆକାଳନ କରିବା କଷ୍ଟକର, କାରଣ ଏଥିତ୍ସହିତ ହ୍ୟୁମ୍ୟାନ ଏଜେନ୍ସି ଜଡ଼ିତ। କିନ୍ତୁ ଦୀର୍ଘମିଆଦୀ ଘଟଣା ଉପରେ ଆକଳନ କରିବା ତ ସହଜ, କାରଣ ଏହା ହ୍ୟୁମ୍ୟାନ ଏଜେନ୍ସି ଦ୍ୱାରା କରା ନ ଯାଇ ପ୍ରଯୁକ୍ତି ଏବଂ ବିଜ୍ଞାନ ଆଧାରରେ କରାଯାଇଥାଏ। ଭବିଷ୍ୟତ ଉପରେ ପୂର୍ବାନୁମାନ କରିବା ଦ୍ୱାରା ଆମେ ବିକାଶର ହାରକୁ ଅନୁଧ୍ୟାନ କରିବାକୁ ସକ୍ଷମ ହେବା।
ଜଳବାୟୁ ପରିବର୍ତ୍ତନ ହେବ କାରଣ ବିଜ୍ଞାନ ଏକଥା କହୁଛି। ଭାରତ ପ୍ରଯୁକ୍ତି ଉପରେ ନିର୍ଭର କରୁଥିବାରୁ ଏଠାରେ ରାଜନୀତି ଓ ଅର୍ଥନୀତିରେ ବୈଦେଶିକ ପ୍ରଭାବ ବୃଦ୍ଧିପାଇବ। ସାମରିକ କ୍ଷମତା ପ୍ରଯୁକ୍ତି ଶକ୍ତି ସହ ଜଡିତ ହେଉଥିବା ଯୋଗୁ ଯୁଦ୍ଧ ଅଧିକ ନିର୍ଣ୍ଣାୟକ ହେବ। ଶେଷରେ ଏସବୁଥିରୁ ଆମକୁ କ’ଣ ବୁଝାପଡୁଛି? ଶତାବ୍ଦୀ ଶତାବ୍ଦୀ ଧରି ଉକ୍ତ ବିଷୟଗୁଡ଼ିକର କିଛି ମାନେ ନ ଥିତ୍ଲା, କାରଣ ଏବକା ତୁଳନାରେ ସେତେବେଳେ ବିକାଶ ମନ୍ଥର ଥିଲା। ଊନବିଂଶ ଶତାବ୍ଦୀରେ ଯେତେବେଳେ ବିଦ୍ୟୁତ୍‌ ଏବଂ ଯାନ୍ତ୍ରିକ ସଞ୍ଚାଳନର କ୍ଷମତା ଆବିଷ୍କୃତ ହେଲା ସେତେବେଳେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଲା। ୧୯୦୩ ଡିସେମ୍ବରରେ ମାନବ ପ୍ରଥମେ କିଛି ବାଟ ବିମାନରେ ଉଡ଼ିପାରିଲା। ପରେ ୬୬ ବର୍ଷ ମଧ୍ୟରେ ଆମେରିକୀୟମାନେ ଚନ୍ଦ୍ରରେ ଲୋକଙ୍କୁ ପହଞ୍ଚାଇଦେଲେ। ଏଭଳି ପରିବର୍ତ୍ତନର ଗତି ଏହା ପୂର୍ବରୁ କେବେ ବି ଦେଖାଯାଇ ନାହିଁ, କିନ୍ତୁ ସେବେଠାରୁ କମ୍ପ୍ୟୁଟିଂ କ୍ଷମତା ବୃଦ୍ଧି ପାଇବା ଯୋଗୁ ପରିବର୍ତ୍ତନ ତୀବ୍ର ହୋଇଛି। ଏବେ କମ୍ପ୍ୟୁଟେଶନରେ ମଣିଷ ବ୍ରେନ୍‌ଠାରୁ ସୁପର୍‌କମ୍ପ୍ୟୁଟର୍‌ଗୁଡ଼ିକର ଦକ୍ଷତା ଢେର ଅଧିକ। ଏହା କେବଳ ଏକ ସଫ୍ଟଓ୍ବେର ବା ଆଲ୍‌ଗୋରିଦ୍‌୍‌ , ଯାହା ସେଗୁଡ଼ିକୁ ମଣିଷ ଭଳି ଗଢ଼ି ତୋଳିଛି। ଏହା ମଧ୍ୟ କମ୍ପ୍ୟୁଟରକୁ ସାଧାରଣ ବୁଦ୍ଧିମତ୍ତା ଯୋଗାଇ ଦେଇଛି। ବିମାନ ଚଳାଇବାଠାରୁ ଚେସ୍‌ ଖେଳିବା ଏପରି କି ଏକ୍ସ-ରେ ସ୍କାନ ଯାଏ, କମ୍ପ୍ୟୁଟରର ସୂକ୍ଷ୍ମ ବୁଦ୍ଧିମତ୍ତା ଆମଠାରୁ ବହୁତ ଭଲ ହୋଇଗଲାଣି। କିନ୍ତୁ ଆମଭଳି କମ୍ପ୍ୟୁଟର ବହି ପଢ଼ିପାରିବ ନାହିଁ। ଏହାର ଚିନ୍ତା କରିବାର କ୍ଷମତା ନାହିଁ। ତେବେ ଲୋକମାନେ କମ୍ପ୍ୟୁଟରକୁ ଆମ ଭଳି ହେବା ଲାଗି ପ୍ରଶିକ୍ଷଣ ଦେଉଛନ୍ତି। ଏହାଦ୍ୱାରା ଆଗାମୀ କିଛି ବର୍ଷ ମଧ୍ୟରେ କମ୍ପ୍ୟୁଟରର ସାଧାରଣ ବୁଦ୍ଧିମତ୍ତା ବିକାଶ କରିବ ବୋଲି ଅନୁମାନ କରାଯାଉଛି। ଏଭଳି ବୁଦ୍ଧିମତ୍ତା ବିକଶିତ ହୋଇପାରିଲେ ତାହା କ’ଣ ବିବର୍ତ୍ତନ ଧାରାରେ ନିଜକୁ ଦ୍ରୁତ ବିକଶିତ କରିବାକୁ ସକ୍ଷମ ହେବ। ଆମେ ଯେଭଳି ଚିନ୍ତା କରିପାରୁଛୁ ସେଭଳି କରିବାକୁ କ’ଣ ସକ୍ଷମ ହେବ। ଏହା ଉପରେ ଅନେକ ବହି ଲେଖାଯାଇଛି। ଆମେରିକାରେ ବିଲ୍‌ ଗେଟ୍ସ, ଏଲନ୍‌ ମସ୍କ ସମେତ ବହୁ ବିଦ୍ୱାନମଣ୍ଡଳୀରେ ଏହି ବିଷୟରେ ଗମ୍ଭୀର ଆଲୋଚନା କରାଯାଉଛି। କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ୨୦ ବର୍ଷ ପରେ ମାନବ ଜାତି ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ସେମାନେ ଏଭଳି ଆଲୋଚନା କରୁଛନ୍ତି।
ଉଭୟ ଆମେରିକା ଏବଂ ଚାଇନା(ସେମାନଙ୍କ ସାମରିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ପ୍ରୋଗ୍ରାମ ରହିଛି) ମଧ୍ୟ ଏହା ଉପରେ ଆଲୋଚନା କରୁଛନ୍ତି। କିନ୍ତୁ ଭାରତ ଏ ବିଷୟରେ କିଛିି ଚିନ୍ତା କରୁନାହିଁ। ଯଦି ୨୦୩୦ ସୁଦ୍ଧା ପାରମ୍ପରିକ ଶକ୍ତି ଏବଂ ବୈଦ୍ୟୁତିକ କାର୍‌ କ୍ଷେତ୍ରରେ ପାଶ୍ଚାତ୍ୟରେ ବ୍ୟାପକ ପରିବର୍ତ୍ତନ ହୁଏ ତେବେ ଅଶୋଧିତ ତୈଳ ଉପତ୍ାଦନରେ କ’ଣ ଘଟିବ? ଆସନ୍ତା ୧୦ ବର୍ଷ ମଧ୍ୟରେ ଆମେରିକାର ଏକ କମ୍ପାନୀ ମଙ୍ଗଳରେ ବସତି ସ୍ଥାପନ କରିବାର ଯୋଜନା କରୁଛି। ଏଥିପାଇଁ ରକେଟ ମଧ୍ୟ ନିର୍ମାଣ କରାଯାଇ ତାହାର ପରୀକ୍ଷା କରାଯାଇସାରିଲାଣି। ତେବେ ପୃଥିବୀର ଭବିଷ୍ୟତ କ’ଣ ହେବ? ୩ଡି ପ୍ରିଣ୍ଟ ଶୀଘ୍ର ମାନୁଫାକଚରିଂରେ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ବହୁ ବ୍ୟବସାୟକୁ ଅକାମୀ କରିଦେବ। ଏ ପରିସ୍ଥିତିରେ ବିକଶିତ ହୋଇ ନ ଥିତ୍ବା ଭାରତର ଭବିଷ୍ୟତ କ’ଣ ହେବ? ଆମର କୋଟି କୋଟି ଲୋକ କେଉଁଠି ନିଯୁକ୍ତି ପାଇବେ? ଏବେ ଆମ ଜୀବନ ଯେମିତି ଅଛି ଆଉ ୧୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ଭିନ୍ନ ହୋଇଯିବ ଓ ୨୦ ବର୍ଷ ଭିତରେ ଏହା ପୂରା ପରିବର୍ତ୍ତନ ହୋଇଯାଇଥିବ। କିନ୍ତୁ ଭାରତ ରାଜନୀତି ଓ ସାମାଜିକ କ୍ଷେତ୍ରର ସଙ୍କୀର୍ଣ୍ଣ ସ୍ଥିତି ଯୋଗୁ ଆମେ କିଛି ଦେଖିତ୍ପାରୁନାହଁୁ। ଭବିଷ୍ୟତକୁ ନେଇ ବି ବହୁତ କମ୍‌ ପୂର୍ବାନୁମାନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri