ରାଶନକାର୍ଡରେ ଚଢ଼ିପାରୁନି ନାମ, ମିଳୁନି ବିଏସ୍‌କଓ୍ବୋଇ ସୁବିଧା

ତେନ୍ତୁଳିଖୁଣ୍ଟି,୩୦ା୭,(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ରେବତୀ କୁମ୍ଭାରଙ୍କ ଆଖି ଜନ୍ମରୁ ଖରାପ ରହିଛି। ପିଲାବେଳେ ଅଳ୍ପ ଦେଖାଯାଉଥିଲା। ଏବେ ବୟସ ବଢ଼ିବା ସହ ଆଖିର ଦୃଷ୍ଟିଶକ୍ତି କମିଲାଣି। ଆଖିର ଡୋଳାରେ କିଛିଟା ବ୍ୟତିକ୍ରମ ଯୋଗୁ ଦୃଷ୍ଟିଶକ୍ତି କମ୍‌ ରହିଛି। ରେବତୀଙ୍କୁ ନେଇ ମା’ ସୁରେଖା ଓ ବାପା ଗଙ୍ଗାଧର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ରେବତୀଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଭାଗ୍ୟକୁ ଆଦରି ରେବତୀଙ୍କ ପରିବାର ଲୋକେ ପଡ଼ି ରହିଛନ୍ତି।
୨୦୦୭ରେ ରେବତୀଙ୍କ ଜନ୍ମ। ଜନ୍ମରୁ ଅଳ୍ପ ଦେଖାଯାଉଥିଲେ ମଧ୍ୟ ସେ ପାଠପଢ଼ା ଆରମ୍ଭ କରିଥିଲେ। କିନ୍ତୁ ଧୀରେ ଧୀରେ କମ୍‌ ଦେଖାଯାଉଥିବାରୁ ଖାତିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ପଢ଼ା ବନ୍ଦ କରିଦେଇଛନ୍ତି। ରେବତୀଙ୍କ ନିତ୍ୟକର୍ମରେ ମା’ ସୁରେଖା ସହଯୋଗ କରିଥାନ୍ତିି। ଆଖିକୁ କମ୍‌ ଦେଖାଯାଉଥିବାରୁ ନଦୀରେ ଗାଧୋଉଥିବା ବେଳେ ରେବତୀ ଭାସିଯାଉଥିଲେ। ପାଖରେ ଥିବା ଅନ୍ୟ ଜଣେ ସ୍ତ୍ରୀଲୋକ ତାଙ୍କୁ ଉଦ୍ଧାର କରିଥିଲେ। ଗତ ବର୍ଷ ଜୁନାଗଡ଼ ଡାକ୍ତରୀ ଟିମ୍‌ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାରେ ଚକ୍ଷୁରୋଗୀଙ୍କୁ ପରୀକ୍ଷା କରିଥିଲେ। କେତେଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଜୁନାଗଡ଼ ନେଇ ଚିକିତ୍ସା କରିଥିଲେ। ରେବତୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଆବଶ୍ୟକ ହେବ ବୋଲି ଡାକ୍ତର କହିଥିଲେ। ଟଙ୍କା ଯୋଗାଡ଼ ନ କରିପାରିବା ଯୋଗୁ ରେବତୀଙ୍କ ଚିକିତ୍ସା କରି ପାରୁନାହାନ୍ତି ଗଙ୍ଗାଧର ଓ ସୁରେଖା।
ଗଙ୍ଗାଧର ଓ ସୁରେଖା ଦିନ ମଜୁରିଆଭାବେ ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ରାଶନ କାର୍ଡରେ ସ୍ବାମୀ ସ୍ତ୍ରୀ ଓ ପୁଅ ରୁଦ୍ରମୋହନଙ୍କ ନାମ ରହିଛି। ସେଥିରେ ଝିଅ ରେବତୀଙ୍କ ନାମ ନାହିଁ। ଆଧାର କାର୍ଡ ସହ ରାଶନ କାର୍ଡ ସଂଯୋଗବେଳେ ରେବତୀଙ୍କ ଆଧାର କାର୍ଡ ନ ଥିବାରୁ ତାଙ୍କ ନାମ ରାଶନ କାର୍ଡରୁ ବାଦ୍‌ ପଡ଼ିଛି। ଦିବ୍ୟାଙ୍ଗଙ୍କ ପାଇଁ ଆଧାର କାର୍ଡ କରିବା ନିମନ୍ତେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା। ସେହି କ୍ୟାମ୍ପକୁ ଯାଇ ରେବତୀ ଆଧାର କାର୍ଡ କରାଇଛନ୍ତି। କିନ୍ତୁ ରେବତୀଙ୍କ ଆଧାର ବାପା ମା’ଙ୍କ ରାଶନ କାର୍ଡରେ ସଂଯୋଗ ହୋଇ ପାରୁନାହିଁ। ରାଶନ କାର୍ଡରେ ରେବତୀଙ୍କ ନାମ ନ ଥିବା ଯୋଗୁ ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କଓ୍ବୋଇ)ର ସୁବିଧା ମିଳିପାରୁନାହିଁ। କେବଳ ଭିନ୍ନକ୍ଷମ ଭତ୍ତା ୫୦୦ ଟଙ୍କା ରେବତୀଙ୍କୁ ମିଳୁଛି। ଏ ସମ୍ପର୍କରେ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ରେବତୀଙ୍କ ନାମ ବିଏସ୍‌କେ ଯୋଜନାରେ ସାମିଲ କରିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଜିଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକଙ୍କୁ ରେବତୀଙ୍କ ଚିକିତ୍ସା ସମ୍ବନ୍ଧରେ କ’ଣ କରାଯାଇପାରିବ ପଚାରିବାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଯୋଜନାରେ ଚିକିତ୍ସା ବ୍ୟବସ୍ଥା ନେଇ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?