Posted inଜାତୀୟ

ଟିଏମ୍‌‌ସିକୁ କିଣିପାରିବ ନାହିଁ

ନୂଆଦିଲ୍ଲୀ, ୩୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାଜପା ଉପରେ ଜୋର୍‌ଦାର ବର୍ଷିଛନ୍ତି। ଗୈରିକ ଦଳ କେତେଜଣ ବିଧାୟକଙ୍କୁ କିଣିନେଇପାରେ କିନ୍ତୁ ଟିଏମ୍‌ସିକୁ କଦାପି କିଣିପାରିବ ନାହିଁ ବୋଲି ବୋଲପୁରଠାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଥିଲେ। ଜନସାଧାରଣଙ୍କ ସମର୍ଥନ ଥିବା ପର୍ଯ୍ୟନ୍ତ ଦଳବଦଳର ଟିଏମ୍‌ସି ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ। ବିଶ୍ୱଭାରତୀର କୁଳପତି ବିଦ୍ୟୁତ୍‌ ଚକ୍ରବର୍ତ୍ତୀ ଜଣେ ଭାଜପା ଲୋକ ଓ ସେ ରାଜ୍ୟର ଗୌରବମୟ ଐତିହ୍ୟ ଓ ସଂସ୍କୃତିକୁ ନଷ୍ଟ କରିବାକୁ ଯୋଜନା କରୁଛନ୍ତି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭେଦଭାବପୂର୍ଣ୍ଣ ଓ ସାମ୍ପ୍ରଦାୟିକ ରାଜନୀତି ଚାଲିଥିବା ଟିଏମ୍‌ସି ଅଧ୍ୟକ୍ଷା ଅଭିଯୋଗ କରିଥିଲେ। ଯେଉଁମାନେ ମହାତ୍ମା ଗାନ୍ଧୀ ଓ ଦେଶର ଅନ୍ୟ ମହାନ ବ୍ୟକ୍ତିମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ, ସେମାନେ ସୁନାର ବଙ୍ଗଳା ଗଢ଼ିବା କଥା କହୁଛନ୍ତି। ରବୀନ୍ଦ୍ର ନାଥ ଟାଗୋର ବହୁ ଦଶନ୍ଧି ପୂର୍ବରୁ ସୁନାର ବଙ୍ଗଳା ଗଢ଼ିଛନ୍ତି, ସାମ୍ପ୍ରଦାୟିକ ଶକ୍ତି ଭାଜପାଠାରୁ ଏହାର ସୁରକ୍ଷା କରିବା ଆବଶ୍ୟକ ବୋଲି ମମତା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍‌. ବୈଦନାଥନ୍‌ ଐତିହାସିକ ଯୋଶେଫ୍‌ ଟାଇଫେନ୍ଥଲରଙ୍କ ଦ୍ୱାରା...

ମଙ୍କିପକ୍ସ ଭାଇରସ ସମ୍ପର୍କରେ ଜାଣିବା ପାଇଁ ଏମ୍ସରେ ସାମ୍ପଲ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୪ ।୮: ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇ ଦେଇଛି ।...

ୟୁପିରୁ ମହିଳାଙ୍କୁ ଅପହରଣ କରି ଦିଲ୍ଲୀରେ ଗଣବଳାତ୍କାର

ମୁଜାଫରନଗର(ୟୁପି),୭।୩: କଲେଜ ଛାତ୍ରୀଙ୍କୁ ଅପହରଣ କରି ଦିଲ୍ଲୀ ନେଇ ସେଠାରେ ୫ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରେଧରେ ମାମଲା...

ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ

ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ...

ଆଖିବୁଜିଲେ ମହାନ ଡାକ୍ତର, ମାତ୍ର ୧୦ ଟଙ୍କାରେ କରୁଥିଲେ ଚିକିତ୍ସା

ଚେନ୍ନାଇ,୨୩।୭: ଗରିବ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଚିକିତ୍ସା କରୁଥିବା ଡା. ସି ମୋହନ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ...

ଟ୍ରେନ ମିସ୍‌ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରାଇବ ରେଳବାଇ

ନୂଆଦିଲ୍ଲୀ,୨୬ା୧- ରାଜଧାନୀରେ କୃଷକଙ୍କ ଟ୍ରାକ୍ଟର ରାଲି ଯୋଗୁ ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟେଶନରେ ଟ୍ରେନ ମିସ୍‌ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ...

ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ: ଗ୍ରୁପ୍‌ କ୍ୟାପଟେନ୍‌ ମୃତ

ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନାର ମିଗ୍‌-୨୧ ବାଇସନ୍‌ ଯୁଦ୍ଧ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟଭାରତର ଏକ ଏୟାରବେସ୍‌ରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ତେବେ ହଠାତ୍‌...

ଲାଞ୍ଚ ନ ମିଳିବାରୁ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ହେଲା ୧୦୪ ବର୍ଷ

ବରେଲୀ,୨୧।୧: ଲାଞ୍ଚ ନ ମିଳିବାରୁ ଜଣେ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ୧୦୪ ବର୍ଷ କରାଯାଇଛି। ଉତ୍ତରପ୍ରଦେଶ ବରେଲୀର ଏକ ଅଦାଲତ...

Advertisement
Archives

Model This Week