ମା’ଙ୍କୁ ହତ୍ୟା ପରେ ଟିକଟିକ୍‌ କରି ଖାଇ ଦେଲା ପୁଅ

ମାଡ୍ରିଡ୍‌,୨୨।୪ : ସ୍ପେନର ଜଣେ ବ୍ୟକ୍ତି ମା’ଙ୍କୁ ହତ୍ୟା କରିବା ପରେ ଟିକଟିକ୍‌ କରି କାଟି ଦେଇଥିଲେ। କେବଳ ଏତିକି ନୁହେଁ, ମୃତଦେହର ଟିକ ଟିକ ଅଂଶକୁ ନିଜେ ଖାଇବା ସହ ପୋଷା କୁକରକୁ ଖୁଆଇ ଦେଲେ। ଏହି ଅଭିଯୋଗରେ ୨୮ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ସ୍ପେନର ଏକ କୋର୍ଟରେ ଚାଲିଛି ମକଦ୍ଦମା। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଆଲବର୍ଟ ସାଞ୍ଚେଜ ଗୋମଜଙ୍କୁ ୧୫ ବର୍ଷର ଜେଲ ଦଣ୍ଡ ହୋଇପାରେ। ତାଙ୍କୁ ୨୦୧୯ରେ ସ୍ଥାନୀୟ ପୋଲିସ ଗିରଫ କରିଥିଲା।

ମୃତ ମହିଳା ମାରିଆ ସୋଲେଡାଡ ଗୋମଜ (୬୮)ଙ୍କ ନିଖୋଜ ଅଭିଯୋଗ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ମୃତ ମହିଳାଙ୍କ ଜଣେ ବନ୍ଧୁ ପୋଲିସ ନିକଟରେ ଏହି ଅଭିଯୋଗ କରିଥିଲେ। ୨୦୧୯ ଫେବୃୟାରୀ ୨୧ରେ ମାରିଆଙ୍କ ଘରେ ପହଞ୍ଚିଥିଲା ପୋଲିସ। ଅଧିକାରୀ ମା’ଙ୍କ ସମ୍ପର୍କରେ ପଚାରିବାରୁ ମା’ଙ୍କୁ ଟିକ ଟିକ କରି ଖାଇ ଦେଇଥିବା କହିଥିଲେ ଅଭିଯୁକ୍ତ। ଆଉ ଫ୍ରିଜରୁ ମିଳିଥିଲା ମାରିଆଙ୍କ ଶରୀରର ଉପରଭାଗ। ତାଙ୍କ ହାଡ଼ ଡ୍ର’ରେ ରଖାଯାଇଥିଲା।

ସନ୍ଦେହ କରାଯାଉଛି, ୨୦୧୯ ଫେବୃୟାରୀରେ ଯୁକ୍ତିତର୍କ ପରେ ମା’ଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ବେଡରୁମ୍‌କୁ ନେଇ ଖଟରେ ରଖି ଟିକ ଟିକ କରି କାଟି ଦେଇଥିଲେ ମା’ଙ୍କ ମୃତୁଦେହକୁ। ଏଥି ପାଇଁ ସେ ଆରି ଓ ଦୁଇଟି ଛୁରି ବ୍ୟବହାର କରିଥିଲେ। କିଛି ଅଂଶ ଖାଇବା ସହ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଫ୍ରିଜ ଓ ଆପାର୍ଟମଣ୍ଟରେ ଫୋପାଡ଼ି ଦେଇଥିଲେ। ତେବେ ମା’ଙ୍କୁ ଆକ୍ରମଣ, ହତ୍ୟା, କାଟିବା ଓ ଖାଇବା ଅଭିଯୁକ୍ତଙ୍କ ମନେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ

ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କୁ ଏହି ଦାୟିତ୍ୱ...

ତାଲିବାନ୍‌ ସହ ଭାରତର ଆଲୋଚନା

ନୂଆଦିଲ୍ଲୀ,୩୧।୮- ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତାଲିବାନ୍‌ ସହ ମଙ୍ଗଳବାର ପ୍ରଥମ ଥର ପାଇଁ ଭାରତ କୁଟନୈତିକ ଆଲୋଚନା ଆରମ୍ଭ କରିଛି। ଭାରତୀୟ ଆମ୍ବାସାଡର ଆତଙ୍କବାଦୀ...

୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ

ଟୋକିଓ,୨ା୬(ଆଇଏଏନ୍‌ଏସ୍‌ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ...

ଫ୍ରାନ୍ସରେ ଚତୁର୍ଥ ଲହର

ପ୍ୟାରିସ୍‌, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍‌ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ...

ମଙ୍ଗଳବାର ଭୋର ୪ଟା ୪୪ରେ ଉଲ୍‌କା ପିଣ୍ଡ ଡିର୍ମୋଫୋସକୁ ଧକ୍କାଦେବ ଡାର୍ଟ…

ଓ୍ବାଶିଂଟନ, ୨୬।୯ : ଏବେ ଆଉ ପୃଥିବୀକୁ ଉଲ୍‌କା ପିଣ୍ଡ ଧକ୍କା ଦେବାର ଭୟ ରହିବ ନାହିଁ। ନାସାର ଡାର୍ଟ ମିଶନ ପୃଥିବୀ ପାଇଁ ପାଲଟିବ...

ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ

ଜୋହନିସ୍‌ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬...

କୋର୍ଟରେ ହାଜର ହେଲେ ସ୍ୟୁ ଚୀ

ନେପିତାଉ, ୨୫ା୫: ମ୍ୟାନମାର ସେନା ଶାସନ ହାତକୁ ନେବାର ପ୍ରାୟ ୪ ମାସ ପରେ ସାମ୍‌ନାକୁ ଆସିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ...

ଚାଇନା ବାହାରେ ଚିହ୍ନଟ ହେଲେଣି ୬ହଜାର କରୋନା ଭାଇରସ ସଂକ୍ରମିତ

ଜେନେଭା,୧।୩: ଗତ ୨୪ ଘଣ୍ଟା ମଧ୍ୟରେ ଚାଇନା ବାହାରେ ପ୍ରାୟ ୧,୩୦୦ ନୂଆ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି ସଂଖ୍ୟା...

Advertisement
Archives

Model This Week