ବସ୍‌ରେ ଗଞ୍ଜେଇ ଚାଲାଣ, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ଜୁନାଗଡ,୨୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ପୋଲିସ ବୁଧବାର ସକାଳେ ଏକ ବସ୍‌ରେ ଗଞ୍ଜେଇ ଚାଲାଣ ଉପରେ ଚଢାଉ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରିଛି। ପରେ ଥାନାକୁ ବସକୁ ଆଣି ଯାଞ୍ଚ କରିବା ପରେ ବସ୍‌ର ଡିକିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ବସ୍‌ଟି ମାଲକାନଗିରିରୁ ଉତ୍ତରପ୍ରଦେଶ ଯାଉଥିଲା ବୋଲି ସନ୍ଦେହ କରାଯାଇଛି। ଗିରଫ ଦ୍ୱୟ ହେଉଛନ୍ତି ବସର ଡ୍ରାଇଭର ଅର୍ଜୁନ ବଗର୍ତ୍ତୀ ଓ ହେଲପର ନକୁଲ ପ୍ରଧାନ ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି। ଘଟଣାସ୍ଥଳରେ ଏକ୍ସଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ବେଦବ୍ୟାସ ଭୋଇଙ୍କ ଉପସ୍ଥିତିରେ ଧର୍ମଗଡ ଏସଡିପିଓ ଧିରଜ କୁମାର ଚୋପଦାର,ଜୁନାଗଡ ଆଇଆଇସି ଉତ୍ତମ କୁମାର ସାହୁ ତଦନ୍ତ ସହ ଯାଞ୍ଚ ଆରମ୍ଭ କରାଯାଇଥିଲା। ଏହି ସମୟରେ ବସର ଗାଡି ଡିକିରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମାନିଆଙ୍କୁ ଜରିମାନା

କୁଆମରା, ୬।୫(ଡି.ଏନ.ଏ.)-ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ବିନା ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ...

ଟ୍ରକ୍‌ ପଛରେ ଧକ୍କା ଦେଲା ଆମ୍ବୁଲାନ୍ସ

ଆନନ୍ଦପୁର,୨୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ଏକ ଟ୍ରକ୍‌ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ...

ବିକ୍ରି ହେଉନି ଧାନ, ଆନ୍ଦୋଳନମୁହାଁ ଚାଷୀ

ଝାରବନ୍ଧ, ୪।୨ (ଡି.ଏନ.ଏ) ଝାରବନ୍ଧ ବ୍ଲକ ଡଭା କୃଷି ସମବାୟ ସମିତିର ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁନାହାନ୍ତି। ଏକ ସପ୍ତାହ ମଧ୍ୟରେ ଏହି ସମସ୍ୟାର...

ଉପକୂଳରେ ବଢୁଛି ଗେଣ୍ଡା, ଶାମୁକା ମାଂସର ଚାହିଦା

ମହାକାଳପଡ଼ା,୬।୫(ଡି.ଏନ.ଏ.): ଖରାଦିନେ ଜଳାଶୟ, ଖାଲ ପାଟିଆ, ଯୋର ଆଦି ସ୍ଥାନରେ ଜଳସ୍ତର ଶୁଖିଯିବା ଯୋଗୁ ଯେଉଁଠି ପାଣି ମୁନ୍ଦାଏ ଅଛି ସେଠାରେ ଛୋଟ ଛୋଟ ଶାମୁକା, କୁଜି...

ଭୁଲ୍‌ ତଥ୍ୟ ଦେଇ ଲୁଟୁଛନ୍ତି ଅନୁଦାନ

ନୂଆଗାଁ,୧୭।୪(ଡି.ଏନ.ଏ.): ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ...

ଲକ୍‌ଡାଉନ୍‌ ପ୍ରଭାବ: ବଜାରରୁ ଆଳୁ, ପିଆଜ ଉଭାନ୍‌

ଖୋର୍ଦ୍ଧା ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ମଧ୍ୟରାତ୍ରରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା...

ଚାଷକରି ଫସିଗଲେ ଆଳୁଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ...

କେସିଙ୍ଗା ସହରରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ

କେସିଙ୍ଗା,୩୦ା୫(ଡି.ଏନ.ଏ.)-କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ବନ୍ଦେ ଉତ୍କଳ ଜନନୀ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା...

Advertisement
Archives

Model This Week