କାର୍‌ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଶନିବାର ଅପରାହ୍ନରେ ଅବକାରୀ ଗୋଇନ୍ଦା ଅଧିକାରୀମାନେ ଗଞ୍ଜେଇ ଚାଲାଣକାରୀକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅନ୍ତର୍ଗତ ମେରାଇନ ଏକାଡେମୀ ନିକଟରେ ଜଣେ ଯୁବକ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି। ଅଟକ ଥିବା ଯୁବକ ଜଣକ ମୋହନା ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ଶନିବାର ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡରେ ଏକ କାର୍‌ରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଅବକାରୀ ଗୋଇନ୍ଦା ଅଧିକାରୀମାନେ ସୂଚନା ପାଇଥିଲେ। ଏସ୍‌ଆଇ ଅଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଧରିବା ପାଇ ଜାଲ ବିଛାଇଥିଲା। ଚାଲାଣକାରୀମାନେ ଜାଣିବା ପରେ ଇଚ୍ଛାପୁର ଅଭିମୁଖେ ଯାଇ ପୁଣି ଗୋଳନ୍ଥରା ନିକଟରେ କାର୍‌ ବୁଲାଇ ବ୍ରହ୍ମପୁର ଯାଉଥିବା ବେଳେ ଥାନାଠାରୁ ମାତ୍ର ୮୦୦ ମିଟର ଦୂରତାରେ କାର୍‌କୁ ଛାଡ଼ି ଦୁଇ ଜଣକ ଯୁବକ ଦୌଡ଼ି ପଳାଉଥିଲେ। ଏହି ସମୟରେ ଜଣେ ଯୁବକଙ୍କୁ ଅଧିକାରୀମାନେ ଧରିଥିବା ବେଳେ ଅନ୍ୟ ଜଣକ ଚମ୍ପଟ ମାରିଥିଲେ। କାର୍‌ ଡିକିରେ ଗଞ୍ଜେଇ ଥିବା ନେଇ ଅବକାରୀ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇ ମୋହନାରୁ ଆସି ବ୍ରହ୍ମପୁରରୁ ଚାଲାଣ କରାଯାଉଥିବା ନେଇ ଅଧିକାରୀମାନେ ଜାଣିବାକୁ ପାଇଥିବା ସୂଚନା ମିଳିଛି। ୪୦ କେଜିରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ଅନୁମାନ କରିଛି। ଖବର ଲେଖା ହେବା ସୁଦ୍ଧା ଅବକାରୀ ଗୋଇନ୍ଦାରେ ମାମଲା ହୋଇନଥିବା ସୂଚନା ମିଳିଛି। ଅନ୍ୟ ପଟେ ଜାତୀୟ ରାଜପଥ ଦେଇ ଦୈନିକ ଅନେକ ଗାଡ଼ିରେ ମାଦକ ଦ୍ରବ୍ୟ ସ୍ଥାନୀୟ ଯୁବକମାନେ ନେଇ ଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ହେଲେ ବିଭାଗ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ୟୁନିଭରସିଟିରେ ଏଣିକି ପଢାଯିବ ମହାଭାରତ ଓ ଗୀତା, ବଡ଼ ନିଷ୍ପତ୍ତି ନେଲେ…

ଇସଲାମବାଦ,୧୩।୧୨: ବିଭାଜନ ପରେ ପ୍ରଥମ ଥର ପାଇଁ, ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାଷା ସଂସ୍କୃତର ଆନୁଷ୍ଠାନିକ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଲାହୋର...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…

ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି...

ଆମେରିକାରେ ଅଶାନ୍ତି! ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଅଦାଲତରେ ୨୦ ରାଜ୍ୟ

ନୂଆଦିଲ୍ଲୀ,୧୩।୧୨: ଟ୍ରମ୍ପ ପ୍ରଶାସନର ନୂତନ H-1B ଭିସା ଆବେଦନ ଉପରେ ୧୦୦,୦୦୦ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆମେରିକାର ୨୦ଟି ରାଜ୍ୟ ଏକ...

୨୦୨୬ରେ ଏହି ୨ରାଶି ଉପରେ ଶନିଙ୍କ କୁଦୃଷ୍ଟି, ପାଦେ ପାଦେ ବିପଦ, ରାତାରାତି ହୋଇଯିବେ…

ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ ସବୁଠାରୁ ନିଷ୍ଠୁର ଗ୍ରହ ଭାବରେ ବିବେଚନା...

ସ୍କୁଲ ଯାଉଥିବାବେଳେ ଅଧାରାସ୍ତାରେ ଟଳିପଡ଼ିଲେ ଛାତ୍ର: ବାହୁନି ବାହୁନି କାନ୍ଦୁଛନ୍ତି ପରିବାର

ଦିଗପହଣ୍ଡି,୧୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠର ୭ମ ଶ୍ରେଣୀ ଛାତ୍ର ଆକାଶ କୁମାର ଗୌଡ଼(୧୨) ସ୍କୁଲ...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri