Posted inଜାତୀୟ

ଟିକେଟ୍ ଚାହୁଁଥିବା ଅଶାୟୀଙ୍କର ସୋସିଆଲ ମିଡିଆରେ ୫୦,୦୦୦ ଫଲୋଅର୍ସ ଥିବା ଜରୁରୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩୦।୫: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳତ୍ୟାଗୀମାନଙ୍କୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାମାନଙ୍କୁ ନିର୍ବାଚନ ପୂର୍ବରୁ ଦଳ ବଦଳାଇ ପୁଣି ମୂଳ ଦଳକୁ ଫେରିବା ନେଇ ସତର୍କ କରିଛନ୍ତି। ବିହାର ଭାଜପା ନେତାମାନଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ କର୍ମୀମାନଙ୍କୁ ‘ଅପରେସନ ସିନ୍ଦୁର’ର ସଫଳତା ପ୍ରଚାର କରିବାକୁ ଏବଂ ତୃଣମୂଳ କର୍ମୀମାନଙ୍କୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ସୋସିଆଲ ମିଡିଆର ଗୁରୁତ୍ୱ ଅନେକ ବଢି ଯାଇଛି। ତେଣୁ ଟିକେଟ ଚାହୁଁଥିବା ପ୍ରାର୍ଥୀଙ୍କର ଅତି କମରେ ୫୦,୦୦୦ ଫଲୋଅର୍ସ ଥିବା ଜରୁରୀ।

“ନେତା ଏବଂ କର୍ମୀମାନେ ସୋସିଆଲ ମିଡିଆରେ ସକ୍ରିୟ ହେବା ଉଚିତ। ଯେଉଁମାନେ ଟିକେଟ ଚାହୁଁଛନ୍ତି, ସେମାନଙ୍କର ଅତି କମରେ ୫୦,୦୦୦ ଫଲୋଅର୍ସ ଥିବା ଜରୁରୀ,” ସେ କହିଛନ୍ତି।

ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଭାଜପା ନେତାମାନଙ୍କୁ କହିଛନ୍ତି, “ନିର୍ବାଚନ ଆସିଲେ କିଛି ଲୋକ ଅନ୍ୟ ଦଳକୁ ଚାଲିଯାଆନ୍ତି ଏବଂ ନିର୍ବାଚନ ପରେ ଫେରି ଆସନ୍ତି। ଏହା ଦଳରେ ଆପଣଙ୍କର ଗୁରୁତ୍ୱକୁ ହ୍ରାସ କରେ।” ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନେତାମାନଙ୍କୁ “ସମ୍ମାନ” ଏବଂ “ପରିଚିତି” ପାଇଁ ଧୈର୍ଯ୍ୟ ଦେଖାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଧୈର୍ଯ୍ୟ ହେଉଛି ଦଳରେ ସବୁଠାରୁ ବଡ଼ ସମ୍ପତ୍ତି। ଯଦି ଆପଣଙ୍କର ଧୈର୍ଯ୍ୟ ଅଛି, ତେବେ ଆପଣ ସମ୍ମାନ ଏବଂ ପରିଚୟ ପାଇବେ।”

ଆଗାମୀ ବିହାର ନିର୍ବାଚନରେ ଆରଜେଡି-କଂଗ୍ରେସ-ବାମପନ୍ଥୀ ମେଣ୍ଟ ଏବଂ ଶାସକ ଭାଜପା-ଜେଡି(ୟୁ) ମେଣ୍ଟ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଯିଏ ବାରମ୍ବାର ଦଳ ବଦଳାଇବା ଯୋଗୁଁ ‘ପଲଟୁ ରାମ’ ଉପନାମ ପାଇଛନ୍ତି, କୁର୍ମୀ ସମ୍ପ୍ରଦାୟ ମଧ୍ୟରେ ତାଙ୍କର ଜନପ୍ରିୟତା ଯୋଗୁଁ ଭାଜପାର ବିହାର ନିର୍ବାଚନୀ ଗଣିତରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛନ୍ତି। ନୀତୀଶ ଗତ ବର୍ଷ ଜାନୁୟାରୀରେ ମହାଗଠବନ୍ଧନ ସହ ସମ୍ପର୍କ ଛିନ୍ନ କରି ଏନଡିଏରେ ଯୋଗଦେଇ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସେହିପରି ନିଜ ପୁତ୍ର ଏବଂ ପରିବାର ସଦସ୍ୟଙ୍କ ପାଇଁ ଟିକେଟ ଚାହୁଁଥିବା ନେତାମାନଙ୍କୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ଭାଜପା ନେତାମାନଙ୍କୁ ବଂଶବାଦୀ ରାଜନୀତି ଏବଂ ସ୍ୱଜନପୋଷଣକୁ ତ୍ୟାଗ କରିବାକୁ ଆହ୍ୱାନ ଦେଇଛନ୍ତି।

“ରାଜନୀତିରେ ସାମନ୍ତବାଦ କିମ୍ବା ବଂଶବାଦ ହେବା ଉଚିତ ନୁହେ। ଯଦି ଆପଣ ନାହାନ୍ତି, ତେବେ ଆପଣଙ୍କ ପୁତ୍ରଙ୍କୁ ଟିକେଟ ମିଳିବ ଏପରି ହେବା ଉଚିତ ନୁହେ। ଏହି ପ୍ରଥା ବନ୍ଦ ହେବା ଜରୁରୀ,” ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ପାଟନାରେ ଏକ ରୋଡ ଶୋ କରି ନିର୍ବାଚନୀ ବିଗୁଲ ବଜାଇବା ସମୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri