ସରକାରୀ ଯୋଜନାକୁ ପ୍ରାର୍ଥୀଙ୍କ ଭରସା

ଡେରାବିଶ, ୬।୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଫେବୃୟାରୀ ୧୬ରେ ଡେରାବିଶ ବ୍ଲକରେ ଅନୁଷ୍ଠିତ ହେବ । ଏଥିପାଇଁ ଆଉମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । ଏହି ବ୍ଲକ ଅଧୀନରେ ୧୨ ନଂ. ଜିଲା ପରିଷଦ ଜୋନ୍‌ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପ୍ରାର୍ଥୀ ରାଜ୍ୟ ସରକାରଙ୍କ ଜନମଙ୍ଗଳ ଯୋଜନାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚତ୍ ଥିବା ବେଳେ ଭାଜପା କେନ୍ଦ୍ର ସରକାରଙ୍କ ଯୋଜନାର ଗୁଣଗାନ କରୁଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋଷତ୍ରୁଟିକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ।
ସୂଚନା ଅନୁଯାୟୀ ଏହି ଜୋନ୍‌ରେ ୭ ପଞ୍ଚାୟତ ରହିଛି । ସମୁଦାୟ ଭୋଟରଙ୍କ ସଂଖ୍ୟା ୩୬ହଜାର ୬୭୬ । ସେଥିମଧ୍ୟରୁ ୧୭ହଜାର ୭୪୭ ଜଣ ମହିଳା ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୮ହଜାର ୯୨୯ । ସମୁଦାୟ ୧୨୬ବୁଥ୍‌ରେ ଏହି ଭୋଟରମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ଜଣେ ଅବସରପ୍ରାପ୍ତ ଅଧିକାରୀ ଧନେଶ୍ୱର ସେଠୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ପକ୍ଷରୁ ତପନ ମଲ୍ଲିକ ଓ କଂଗ୍ରେସ ତରଫରୁ ସସ୍ମିତା ଜେନା ପ୍ରାର୍ଥୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଓ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପର ବାର୍ତ୍ତା ପ୍ରତି ଭୋଟରଙ୍କ ନିକଟରେ ପହଞ୍ଚାଉଥିବା ଦେଖିବାକୁ ମିଳିଛି । ଏଥର ନିର୍ବାଚନରେ ତାଙ୍କୁ ସଫଳତା ମିଳିବ ବୋଲି ସେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଧନେଶ୍ୱର କହିଛନ୍ତି, ରାଜ୍ୟର ବିକାଶ ଧାରାରେ ଡେରାବିଶକୁ ସାମିଲ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ା ଭାଜପା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଭୋଟରଙ୍କୁ ବୁଝାଉଛନ୍ତି। ଏଥର ନିର୍ବାଚନରେ ସେ ସଫଳତା ପାଇବେ ବୋଲି ଆଶାବାଦୀ ଥିବା କହିଛନ୍ତି। ବିଜୟୀ ହେଲେ ସାଧାରଣ ଲୋକଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ପର୍ଦ୍ଦାଫାଶ କରିବେ ବୋଲି କହିଛନ୍ତି । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ସସ୍ମିତା କହିଛନ୍ତି, ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ବାସଗୃହ ଯୋଜନା ସମ୍ପୂର୍ଣ୍ଣ ବାଟମାରଣା ହୋଇଥିବା ବେଳେ ବୟସ୍କ ପାଇଁ ଆସୁଥିବା ଭତ୍ତା ପାଇବାରୁ ଏହି ଜୋନ୍‌ର ବହୁ ହିତାଧିକାରୀ ବଞ୍ଚତ୍ତ ହୋଇଛନ୍ତି । ୧୪୦ ବର୍ଷର କଂଗ୍ରେସ ଦଳ ସବୁ ସମୟରେ ସାଧାରଣ ଲୋକଙ୍କ ସହିତ ଥିଲା, ଅଛି ଓ ଭବିଷ୍ୟତରେ ରହିବ । ଚଳିତ ନିର୍ବାଚନରେ ତାଙ୍କ ପ୍ରତି ସାଧାରଣ ଭୋଟରଙ୍କ ସମର୍ଥନ ଯଥେଷ୍ଟ ଅଧିକ ରହିଛି ବୋଲି ସସ୍ମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri