ପ୍ରାର୍ଥୀ ଉଚ୍ଚଶିକ୍ଷିତା, ସ୍ବାମୀ ରାଜନୀତିରେ ଦକ୍ଷ

ଜଗତ୍‌ସିଂହପୁର ଅଫିସ, ୧୪ା୨: ତିର୍ତ୍ତୋଲ ଜିଲା ପରିଷଦ ୨ ନଂ. ଜୋନ୍‌ରୁ ବ୍ଲକ ଅଧ୍ୟକ୍ଷା ଏଥର ବିଜେଡିରୁ ଜିଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଦ୍ୱୟ ଉଚ୍ଚଶିକ୍ଷିତ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ବାମୀ ରାଜନୀତିରେ ଦକ୍ଷ। ଗତ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥର କିନ୍ତୁ ଜୋନ୍‌ରେ ରାଜନୈତିକ ଦୃଶ୍ୟପଟରେ କେତେକାଂଶରେ ପରିବର୍ତ୍ତନ ହୋଇଛି। ଭାଜପାର ଶକ୍ତି ବୃଦ୍ଧି ହୋଇଥିବାରୁ ଏଠାରେ ତ୍ରିମୁଖୀ ଲଢେଇ ଆଶା କରାଯାଉଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ତିର୍ତ୍ତୋଲ ୨ନଂ. ଜୋନଟି ଗତଥର ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏହି ଜୋନ୍‌ କୋଲର, ମଣିଜଙ୍ଗା, ପୋରଗଦେଇ, ତରଜଙ୍ଗା, ତିର୍ତ୍ତୋଲ, ଜଡତିରା ଓ ତେନ୍ତୁଳିପଦା ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୨୯,୪୩୩ ଥିଲା। କିନ୍ତୁ ଏଥର ଅଧିକ ୧୮୬୮ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ ଏହି ଜୋନରୁ ବିଜେଡି ପ୍ରାର୍ଥୀ ପ୍ରବୀର କୁମାର ରାୟଙ୍କୁ ୧୦,୩୪୮ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୩୫.୧୫% ଭୋଟ ମିଳିଥିଲା। କଂଗ୍ରେସର ଅଜୟ କୁମାର ସାହୁଙ୍କ ସପକ୍ଷରେ ୮୨୫୪ ଖଣ୍ଡ, ଅର୍ଥାତ୍‌ ୨୮.୦୪% ଭୋଟ ଯାଇଥିଲା। ଭାଜପାର ଶିବ ପ୍ରସାଦ ସାହୁଙ୍କୁ ୫୩୬୩ ଖଣ୍ଡ, ଅର୍ଥାତ୍‌ ୧୮.୨୨% ଭୋଟ ମିଳିଥିଲା। ତେବେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାହୁଙ୍କଠାରୁ ବିଜେଡିର ରାୟ ଅଧିକ ୨୦୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ବିଜେଡିରୁ ସୁଜାତା ମହାନ୍ତି, ଭାଜପାରୁ ଝରାଶ୍ରୀ ରାଉତ, କଂଗ୍ରେସରୁ ସଙ୍ଗୀତା ଦାସ ଓ ସ୍ବାଧୀନ ଭାବେ ସୁଭାସିନୀ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ବାସ୍ତବରେ କିନ୍ତୁ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ଲଢେଇ ହେବ। ଭାଜପା ପ୍ରାର୍ଥୀ ରାଉତ ଜଣେ ଉଚ୍ଚଶିକ୍ଷିତ ମହିଳା। ସେ ସ୍ନାତକ ପରେ ବିଏଡ୍‌ କରି ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଥିଲେ। ପରେ ଛାଡି ଦେଇଥିଲେ । ସେ ଏବେ ଜିଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି । ସ୍ବାମୀ ତାପସ କୁମାର ମହାନ୍ତି ଭାଜପା କୃଷକ ମୋର୍ଚ୍ଚା ଜିଲା ସମ୍ପାଦକ ସାଙ୍ଗକୁ ସ୍ବଚ୍ଛ ଭାରତ ଜିଲା ସଂଯୋଜକ ଅଛନ୍ତି। ରାଜନୀତିରେ ପୁରୁଣା।
ତାପସ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ଓ ୨୦୧୪ରୁ ଭାଜପାରେ ସକ୍ରିୟ ରହିଛନ୍ତି। ରାଉତଙ୍କ କହିବାନୁସାରେ, ବିଜେଡି ଶାସନ ସମୟରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚତ୍ଲାଣି। ବିନା ଲାଞ୍ଚରେ କୌଣସି କାମ ହେଉନି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନାଁରେ ହରିଲୁଟ୍‌ ଚିନ୍ତାର କାରଣ ହୋଇଛି। ଏଥିର ଜୋନ୍‌ ଅନ୍ତର୍ଗତ ୭ ପଞ୍ଚାୟତରେ ଭାଜପା ସପକ୍ଷରେ ସନ୍ତୋଷଜନକ ଭୋଟ ଆସିବ। ତେନ୍ତୁଳିପଦା ନିଜ ପଞ୍ଚାୟତ। ଏହାସହ ତିର୍ତ୍ତୋଲ ଓ ପର୍‌ଗଦେଇରୁ ଅଧିକ ଭୋଟ ଆସିବା ଆଶା କରାଯାଉଥିବା ରାଉତ କହିଛନ୍ତି । ବିଜେଡି ପ୍ରାର୍ଥୀ ମହାନ୍ତି ମଧ୍ୟ ଉଚ୍ଚଶିକ୍ଷିତ। ସ୍ନାତକ ପରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଥିଲେ। ପରେ ଚାକିରି ଛାଡି ରାଜନୀତିରେ ପାଦ ଥାପି ସଫଳ ହୋଇ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୋଇଥିଲେ। ବ୍ଲକ ଅଧ୍ୟକ୍ଷା ଥିବାରୁ ପ୍ରତି ପଞ୍ଚାୟତରେ ଲୋକ ସମ୍ପର୍କ ରହିଛି। କେବଳ ଏତିକି ନୁହେଁ ଏବେ ସେ ଜିଲା ମହିଳା ଜନତା ଦଳ ଉପସଭାପତି ଅଛନ୍ତି। ତେଣୁ ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ମହାନ୍ତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଦାସ ମଧ୍ୟ କମ୍‌ ନୁହନ୍ତି। ସେ କହିଛନ୍ତି, ବିଜେଡିର ଟାଣୁଆ ନେତା ଦେବାଶୀଷ ସାମନ୍ତରାୟ ଯେତେବେଳେ ତିର୍ତ୍ତୋଲ ବିଧାୟକ ଥିଲେ ସେତେବେଳେ ଅର୍ଥାତ୍‌ ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ତାଙ୍କ ସ୍ବାମୀ ଏହି ଜୋନ ଅନ୍ତର୍ଗତ କୋଲର ପଞ୍ଚାୟତ କଂଗ୍ରେସ ସମର୍ଥିତ ସରପଞ୍ଚ ଥିଲେ। ବଡ କଥା ହେଲା ରାହାମାଠାରୁ ତାରପୁର ପର୍ଯ୍ୟନ୍ତ ଅଞ୍ଚଳରେ ଯେଉଁ ପରିଚିତ ଲୋକମାନେ ସ୍ବାସ୍ଥ୍ୟ ସମସ୍ୟା ନେଇ କଟକ ବଡ ଡାକ୍ତରଖାନା ଯାଆନ୍ତି ସେମାନଙ୍କୁ ଚିକିତ୍ସା କ୍ଷେତ୍ରରେ ତାଙ୍କ ସ୍ବାମୀ ସହଯୋଗ କରିଥାନ୍ତି । ଏହି କାରଣରୁ ଲୋକଙ୍କ ଆଶୀର୍ବାଦ ରହିଛି । ଏହାଛଡ଼ା ବିରୋଧୀ ଦଳର ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ କଂଗ୍ରେସ ମୁହାଁ ହୋଇଛନ୍ତି । ତେଣୁ ଏଥର ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ଦାସ କହିଛନ୍ତି। ଏଭିଳି ସ୍ଥିତିରେ ଆଗକୁ ସମୀକରଣ କେଉଁ ଆଡ଼କୁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?