ପ୍ରାର୍ଥୀ ଉଚ୍ଚଶିକ୍ଷିତା, ସ୍ବାମୀ ରାଜନୀତିରେ ଦକ୍ଷ

ଜଗତ୍‌ସିଂହପୁର ଅଫିସ, ୧୪ା୨: ତିର୍ତ୍ତୋଲ ଜିଲା ପରିଷଦ ୨ ନଂ. ଜୋନ୍‌ରୁ ବ୍ଲକ ଅଧ୍ୟକ୍ଷା ଏଥର ବିଜେଡିରୁ ଜିଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଦ୍ୱୟ ଉଚ୍ଚଶିକ୍ଷିତ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ବାମୀ ରାଜନୀତିରେ ଦକ୍ଷ। ଗତ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥର କିନ୍ତୁ ଜୋନ୍‌ରେ ରାଜନୈତିକ ଦୃଶ୍ୟପଟରେ କେତେକାଂଶରେ ପରିବର୍ତ୍ତନ ହୋଇଛି। ଭାଜପାର ଶକ୍ତି ବୃଦ୍ଧି ହୋଇଥିବାରୁ ଏଠାରେ ତ୍ରିମୁଖୀ ଲଢେଇ ଆଶା କରାଯାଉଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ତିର୍ତ୍ତୋଲ ୨ନଂ. ଜୋନଟି ଗତଥର ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏହି ଜୋନ୍‌ କୋଲର, ମଣିଜଙ୍ଗା, ପୋରଗଦେଇ, ତରଜଙ୍ଗା, ତିର୍ତ୍ତୋଲ, ଜଡତିରା ଓ ତେନ୍ତୁଳିପଦା ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୨୯,୪୩୩ ଥିଲା। କିନ୍ତୁ ଏଥର ଅଧିକ ୧୮୬୮ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ ଏହି ଜୋନରୁ ବିଜେଡି ପ୍ରାର୍ଥୀ ପ୍ରବୀର କୁମାର ରାୟଙ୍କୁ ୧୦,୩୪୮ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୩୫.୧୫% ଭୋଟ ମିଳିଥିଲା। କଂଗ୍ରେସର ଅଜୟ କୁମାର ସାହୁଙ୍କ ସପକ୍ଷରେ ୮୨୫୪ ଖଣ୍ଡ, ଅର୍ଥାତ୍‌ ୨୮.୦୪% ଭୋଟ ଯାଇଥିଲା। ଭାଜପାର ଶିବ ପ୍ରସାଦ ସାହୁଙ୍କୁ ୫୩୬୩ ଖଣ୍ଡ, ଅର୍ଥାତ୍‌ ୧୮.୨୨% ଭୋଟ ମିଳିଥିଲା। ତେବେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାହୁଙ୍କଠାରୁ ବିଜେଡିର ରାୟ ଅଧିକ ୨୦୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ବିଜେଡିରୁ ସୁଜାତା ମହାନ୍ତି, ଭାଜପାରୁ ଝରାଶ୍ରୀ ରାଉତ, କଂଗ୍ରେସରୁ ସଙ୍ଗୀତା ଦାସ ଓ ସ୍ବାଧୀନ ଭାବେ ସୁଭାସିନୀ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ବାସ୍ତବରେ କିନ୍ତୁ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ଲଢେଇ ହେବ। ଭାଜପା ପ୍ରାର୍ଥୀ ରାଉତ ଜଣେ ଉଚ୍ଚଶିକ୍ଷିତ ମହିଳା। ସେ ସ୍ନାତକ ପରେ ବିଏଡ୍‌ କରି ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଥିଲେ। ପରେ ଛାଡି ଦେଇଥିଲେ । ସେ ଏବେ ଜିଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି । ସ୍ବାମୀ ତାପସ କୁମାର ମହାନ୍ତି ଭାଜପା କୃଷକ ମୋର୍ଚ୍ଚା ଜିଲା ସମ୍ପାଦକ ସାଙ୍ଗକୁ ସ୍ବଚ୍ଛ ଭାରତ ଜିଲା ସଂଯୋଜକ ଅଛନ୍ତି। ରାଜନୀତିରେ ପୁରୁଣା।
ତାପସ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ଓ ୨୦୧୪ରୁ ଭାଜପାରେ ସକ୍ରିୟ ରହିଛନ୍ତି। ରାଉତଙ୍କ କହିବାନୁସାରେ, ବିଜେଡି ଶାସନ ସମୟରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚତ୍ଲାଣି। ବିନା ଲାଞ୍ଚରେ କୌଣସି କାମ ହେଉନି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନାଁରେ ହରିଲୁଟ୍‌ ଚିନ୍ତାର କାରଣ ହୋଇଛି। ଏଥିର ଜୋନ୍‌ ଅନ୍ତର୍ଗତ ୭ ପଞ୍ଚାୟତରେ ଭାଜପା ସପକ୍ଷରେ ସନ୍ତୋଷଜନକ ଭୋଟ ଆସିବ। ତେନ୍ତୁଳିପଦା ନିଜ ପଞ୍ଚାୟତ। ଏହାସହ ତିର୍ତ୍ତୋଲ ଓ ପର୍‌ଗଦେଇରୁ ଅଧିକ ଭୋଟ ଆସିବା ଆଶା କରାଯାଉଥିବା ରାଉତ କହିଛନ୍ତି । ବିଜେଡି ପ୍ରାର୍ଥୀ ମହାନ୍ତି ମଧ୍ୟ ଉଚ୍ଚଶିକ୍ଷିତ। ସ୍ନାତକ ପରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଥିଲେ। ପରେ ଚାକିରି ଛାଡି ରାଜନୀତିରେ ପାଦ ଥାପି ସଫଳ ହୋଇ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୋଇଥିଲେ। ବ୍ଲକ ଅଧ୍ୟକ୍ଷା ଥିବାରୁ ପ୍ରତି ପଞ୍ଚାୟତରେ ଲୋକ ସମ୍ପର୍କ ରହିଛି। କେବଳ ଏତିକି ନୁହେଁ ଏବେ ସେ ଜିଲା ମହିଳା ଜନତା ଦଳ ଉପସଭାପତି ଅଛନ୍ତି। ତେଣୁ ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ମହାନ୍ତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଦାସ ମଧ୍ୟ କମ୍‌ ନୁହନ୍ତି। ସେ କହିଛନ୍ତି, ବିଜେଡିର ଟାଣୁଆ ନେତା ଦେବାଶୀଷ ସାମନ୍ତରାୟ ଯେତେବେଳେ ତିର୍ତ୍ତୋଲ ବିଧାୟକ ଥିଲେ ସେତେବେଳେ ଅର୍ଥାତ୍‌ ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ତାଙ୍କ ସ୍ବାମୀ ଏହି ଜୋନ ଅନ୍ତର୍ଗତ କୋଲର ପଞ୍ଚାୟତ କଂଗ୍ରେସ ସମର୍ଥିତ ସରପଞ୍ଚ ଥିଲେ। ବଡ କଥା ହେଲା ରାହାମାଠାରୁ ତାରପୁର ପର୍ଯ୍ୟନ୍ତ ଅଞ୍ଚଳରେ ଯେଉଁ ପରିଚିତ ଲୋକମାନେ ସ୍ବାସ୍ଥ୍ୟ ସମସ୍ୟା ନେଇ କଟକ ବଡ ଡାକ୍ତରଖାନା ଯାଆନ୍ତି ସେମାନଙ୍କୁ ଚିକିତ୍ସା କ୍ଷେତ୍ରରେ ତାଙ୍କ ସ୍ବାମୀ ସହଯୋଗ କରିଥାନ୍ତି । ଏହି କାରଣରୁ ଲୋକଙ୍କ ଆଶୀର୍ବାଦ ରହିଛି । ଏହାଛଡ଼ା ବିରୋଧୀ ଦଳର ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ କଂଗ୍ରେସ ମୁହାଁ ହୋଇଛନ୍ତି । ତେଣୁ ଏଥର ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ଦାସ କହିଛନ୍ତି। ଏଭିଳି ସ୍ଥିତିରେ ଆଗକୁ ସମୀକରଣ କେଉଁ ଆଡ଼କୁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri