ଟ୍ରାଏଲ ଔଷଧରେ ସୁସ୍ଥ ହେଲେ କ୍ୟାନ୍‌ସର ରୋଗୀ

ଓ୍ବାଶିଂଟନ୍‌, ୮ା୬: ସାଧାରଣତଃ କ୍ୟାନ୍‌ସରରେ ପୀଡ଼ିତ ରୋଗୀ ଜଟିଳ ଓ ଦୀର୍ଘସ୍ଥାୟୀ ଚିକିତ୍ସା ଲୋଡ଼ିଥାନ୍ତି। ଅଧିକାଂଶ କ୍ଷେତ୍ରରେ ଚିକିତ୍ସା ସତ୍ତ୍ୱେ କର୍କଟ ରୋଗୀ ଏଥିରୁ ଆରୋଗ୍ୟ ହୋଇପାରି ନ ଥାନ୍ତି। ଅଦ୍ୟାବଧି ଏହି ରୋଗକୁ ଶତପ୍ରତିଶତ ଭଲ କରିପାରୁଥିବା ଭଳି ଔଷଧ କିମ୍ବା ଚିକିତ୍ସା ପଦ୍ଧତି ବାହାରି ପାରି ନ ଥିବାବେଳେ ଏବେ ଡାକ୍ତରବିଜ୍ଞାନୀଙ୍କୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଳାଶୟ କର୍କଟରେ ପୀଡ଼ିତ ୧୮ ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଇଥିବା ଏକ ଔଷଧ ସଫଳତାର ସହ କାମ କରିଛି। ୬ ମାସ ଧରି ଟ୍ରାଏଲ ପରେ ସେମାନଙ୍କ ଶରୀରରେ ଥିବା ଟ୍ୟୁମର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ନେଇ ‘ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ୍‌’ରେ ରିପୋର୍ଟ ପ୍ରକାଶ ପାଇଛି। ଫଳରେ କ୍ୟାନ୍‌ସର ରୋଗୀଙ୍କ ଚିକିତ୍ସାକୁ ନେଇ ଏକ ନୂତନ ଆଶା ସଞ୍ଚାର ହୋଇଛି।
ରିପୋର୍ଟ ଅନୁସାରେ, ଆମେରିକାରେ ୧୮ ରେକ୍ଟାଲ କ୍ୟାନ୍‌ସର ରୋଗୀଙ୍କଠାରେ ‘ଡୋଷ୍ଟାରଲିମାବ୍‌’ ନାମକ ଏକ ଡ୍ରଗ୍‌ର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ୩ ସପ୍ତାହରେ ଥରେ ୬ ମାସ ପାଇଁ ସମ୍ପୃକ୍ତ କର୍କଟ ପୀଡ଼ିତଙ୍କୁ ଏହି ଔଷଧ ଦିଆଯାଇଥିଲା। ସମସ୍ତ ପୀଡ଼ିତ କ୍ୟାନ୍‌ସର ସମାନ ଷ୍ଟେଜ୍‌ରେ ଥିଲେ। କେବଳ ସେମାନଙ୍କ ମଳାଶୟରେ ହିଁ କର୍କଟ ସୀମିତ ଥିଲା। ‘ଡୋଷ୍ଟାରଲିମାବ୍‌’ ଶରୀରରେ ଆଣ୍ଟିବଡି ଭାବେ କାର୍ଯ୍ୟ କରିଥାଏ। ଆଶ୍ଚର୍ଯ୍ୟଜନକ ଭାବେ ଡ୍ରଗ୍‌ ନେଇଥିବା ସମସ୍ତ କର୍କଟ ରୋଗୀଙ୍କ ଟ୍ୟୁମର ଗାଏବ ହୋଇଯାଇଥିବା ଜଣାଯାଇଛି। ଏପରି ଘଟଣା ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ବୋଲି ନ୍ୟୁୟର୍କ ମେମୋରିଆଲ ସ୍ଲୋନ୍‌ କେଟେରିଂ କ୍ୟାନ୍‌ସର ସେଣ୍ଟରର ଡା. ଲୁଇସ୍‌ ଏ. ଡିଆଜ୍‌ ଜେ. କହିଛନ୍ତି। ଏହା ପୂର୍ବରୁ ଟ୍ରାଏଲରେ ଭାଗ ନେଇଥିବା ସମସ୍ତ କର୍କଟ ରୋଗୀ କେମୋଥେରାପି, ରେଡିଏଶନ ନେବା ସହ ସେମାନଙ୍କ ସର୍ଜରି ମଧ୍ୟ ହୋଇଥିଲା। ଏଥିଯୋଗୁ ସେମାନଙ୍କ ଅନ୍ତଃନଳୀ, ମୂତ୍ରାଶୟ ଏପରିକି ଯୌନାଙ୍ଗରେ ସଂକ୍ରମଣ ହୋଇଯାଇଥିଲା। ପରେ ସେମାନଙ୍କ ଉପରେ ‘ଡୋଷ୍ଟାରଲିମାବ୍‌’ ଡ୍ରଗ୍‌ ଟ୍ରାଏଲ କରାଯାଇଥିଲା। ହେଲେ ଏହି ଡ୍ରଗ୍‌ ନେବାପରେ କ୍ୟାନ୍‌ସର ଟ୍ୟୁମର ପାଇଁ ଆଉ ଚିକିତ୍ସିତ ହେବାକୁ ପଡ଼ିବ ନାହିଁ ବୋଲି ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଏହି କ୍ଲିନିକାଲ ଟ୍ରାଏଲର ଫଳାଫଳକୁ ନେଇ କ୍ୟାନ୍‌ସର ଚିକିତ୍ସା ଦିଗରେ ଏକ ନୂଆ ଆଶା ଉଜ୍ଜୀବିତ ହୋଇଛି। ଡ୍ରଗ୍‌ ଯୋଗୁ ସେତେ ଆଖିଦୃଶିଆ ଶାରୀରିକ ଜଟିଳତା ଦେଖା ନ ଯିବା ଆଉ ଏକ ବଡ଼ ଉପଲବ୍ଧି ବୋଲି କାଲିଫର୍ନିଆ ୟୁନିଭର୍ସିଟିର କୋଲୋରେକ୍ଟାଲ କ୍ୟାନ୍‌ସର ସ୍ପେଶାଲିଷ୍ଟ ଡ. ଆଲନ୍‌ ପି. ଭେନୁକ୍‌ କହିଛନ୍ତି। ତେବେ ଏହା କେବଳ ରେକ୍ଟାଲ ବା ମଳାଶୟ କର୍କଟରେ ପୀଡ଼ିତଙ୍କଠାରେ ଟ୍ରାଏଲ କରାଯାଇଥିବାରୁ ଅନ୍ୟ କ୍ୟାନ୍‌ସର ରୋଗୀଙ୍କ ପାଇଁ କେତେ ଫଳପ୍ରଦ ହେବ ତାହା ଉପରେ ଅଧିକ ଗବେଷଣା ଓ ପରୀକ୍ଷଣର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri